ଜିଲ୍ଲା ପରିକ୍ରମା

ଶ୍ରୀକ୍ଷେତ୍ର ମହିଳା ମହୋତ୍ସବ ଉଦ୍ୟାପିତ

ପୁରୀ:୦୯/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ପୌରସଦନରେ ଆୟୋଜିତ ଶ୍ରୀକ୍ଷେତ୍ର ମହିଳା ମହୋତ୍ସବ ଉଦ୍ୟାପିତ ହୋଇଯାଇଛି। ଦିଶା ଆଞ୍ଚଳିକ ମହିଳା ମହାସଂଘ ଦ୍ୱାରା ଆୟୋଜିତ ଏହି ଉତ୍ସବର ଉଦ୍ୟାପନୀ ସଂଧ୍ୟାରେ ପ୍ରାକ୍ତନମନ୍ତ୍ରୀ ପ୍ରମିଳା ମଲ୍ଲୀକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାମାନେ ଅଗ୍ରଗତି କଲେ ନେତାର ପ୍ରଗତି ସମ୍ଭବ ବୋଲି ମତ ଦେଇଥିଲେ।ଅନୁଷ୍ଠାନର ସଭାପତି ପୁଷ୍ପାଞ୍ଜଳୀ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ନଗରପାଳ ଜୟନ୍ତୀ କୁମାର ଷଡ଼ଙ୍ଗୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ମହିଳାମାନଙ୍କର ଉନ୍ନତିରେ ସମାଜର ଉନ୍ନତି ସମ୍ଭବ ବୋଲି ମତ ଦେଇଥିଲେ। ଏହି ଅବସରରେ ମହିଳାମାନଙ୍କୁ ଶାଢୀ ବଂଟନ ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଜୁ ଯୁବଜନତାର ରାଜ୍ୟ ସମ୍ପାଦକ ଶୁଭାଶିଷ ଖୁଂଟିଆ, ବାବୁଲା ପ୍ରସାଦ, ଭଗବାନ ପଢିଆରୀ, ପୌରସଦସ୍ୟ ସୁଦର୍ଶନ ସାହୁ, ୱାଇ ସୁପ୍ରିୟା ପାଳ, ବଳରାମ ରେଡ଼ୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଚାଂସୀନ ଥିଲେ। ପରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମାହାରୀ ନୃତ୍ୟ ଅତୀବ ଚିତାକର୍ଷକ ହୋଇଥିବ ବେଳେ, ଗୁମର ନୃତ୍ୟ, ଦୋଳନୃତ୍ୟ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ଆକର୍ଷଣୀୟ ନୃତ୍ୟ ଦର୍ଶକଙ୍କ ମନମୋହିଥିଲା। ଅନୁଷ୍ଠାନରେ ସମ୍ପାଦିକା ଚନ୍ଦ୍ରିକା ରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top