ଶ୍ରୀକ୍ଷେତ୍ର ପୁସ୍ତକ ମେଳା: ସର୍ବୋଦୟ ସାହିତ୍ୟ ସଂସଦ ପକ୍ଷରୁ ସାରସ୍ୱତ ସମାରୋହ

ପୁରୀ, ୧୨/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସାହିତ୍ୟରେ ସଂସ୍କୃତି ରହିଛି। ସଂସ୍କୃତି ବଂଚିଲେ ପରମ୍ପରା ବଂଚିବ। ସାହିତ୍ୟକୁ ଭଲପାଅ। ଭାୋ ବଂଚିବ ବୋଲି ଓଡିାଶା ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ରମତ ଦେଇଛନ୍ତି। ଶ୍ରୀକ୍ଷେତ୍ର ପୁସ୍ତକ ମେଳା ମଂଚରେ ଗୁରୁବାର ସର୍ବୋଦୟ ସାହିତ୍ୟ ସଂସଦ ପକ୍ଷରୁ ଅନୁଷ୍ଠିତ ସାରସ୍ୱତ ସମାରୋହରେ ଯୋଗ ଦେଇ ସେ କହିଲେ କବିତାରେ ଯୁବତ୍ୱ ଓ ଚେତନା ରହିବା ଉଚିତ। ଯୁବ ଆକ୍ରୋସରେ ସ୍ୱର ସମାଜରେ ପରିବର୍ତ୍ତନ ଆଣିବ।ତାହାକୁ ରୋକାଯାଇପାରିବ ନାହିଁ ବୋଲି ସେ ମତ ଦେଇଛନ୍ତି। କବି ସୂଚେତା ମିଶ୍ର କହିଲେ କବିତାକୁ ନେଇ ବଂଚି ହେବ। ଜୀବନ ପାଇଁ ସାହିତ୍ୟ ଜରୁରୀ। ବୁଦ୍ଧି ଏକ ଅସ୍ତ୍ର ଯାହା କୋମଳ ପତି ଛାତ୍ରଛାତ୍ରୀଙ୍କୁ କ୍ଷତାକ୍ତ କରିଛି। ଅନୂଭୂତି ଓ ଅନୁଭବ ନେଇ ବଂଚିବାର ପ୍ରେରଣା ମିଳିବ। ପ୍ରତିଯୋଗିତା ମଧ୍ୟରେ ସହାନୂଭୂତି ହଜିଯାଉଛି। ସାହିତ୍ୟ ମନର ହତାସ ଭାବ ଦୂର କରିପାରିବ। ଅନୁଷ୍ଠାର ସଭାପତି ଆର୍ତତ୍ରାଣ ମାନସଂହ କହିଲେ ଓଡିଆ ଭାଷା ୨୦୦୦ବର୍ଷର ପୂରୁଣା। ପିଲାଙ୍କୁ ଓଡିଆ ଭାଷା ଓ ସାହିତ୍ୟ ପ୍ରତି ଆକୃଷ୍ଟ କରିବାକୁ ପଡିବ। ସାହିତ୍ୟରେ କଳା, ସଂସ୍କୃତି ପାରମ୍ପରା ଓ ଚାଲିଚଳନ ରହିଛି। ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପ୍ରତି ଲୋକ ପ୍ରିୟତା ଓଡିଆ ସାହିତ୍ୟକୁ ସଂଙ୍କଟରେ ପକାଇଛି। ଓଡିଆ ସାହିତ୍ୟକୁ ଯେପରି ଯୁବଗୋଷ୍ଠୀ ଆପେଣାଇବେ ସେଥିପାଇଁ ଯୁଗପୋଯୋଗୀ ସାହିତ୍ୟ ସୃଷ୍ଟି ହେବା ଉଚିତ। ସାହିତ୍ୟିକ ଡଃ ବଳରାମ ଦାସ ସଭାରେ ଉପସ୍ଥିତ ଥିଲେ। ସଂପାଦକ ମିନକେତନ ମିଶ୍ର ଓ ଶ୍ୟାମ ପ୍ରକାଶ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ କବି ସୂଚେତା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କବି ସୁଚିତ୍ରା ରଥଙ୍କ ପୁସ୍ତକ ନୀଳ ଆମନ୍ତ୍ର ଏବଂ ଆଲୋକ ପ୍ରଧାନଙ୍କ ଆଦ୍ୟା ଅତିଥୀଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି। କବିତା ପାଠୋତ୍ସବରେ ବହୁ କବି ସ୍ୱରଚିତ ପାଠ କରିଥିଲେ। ଗୁରୁବାର ମେଳା ପଡିଆରେ ନାହିଁ ନଥିବା ଗଳିହୋଇଥିଲା। ଶୁକ୍ରବାର ଉଦଯାପନ ହେବ।

Leave a Reply

Your email address will not be published. Required fields are marked *