କେନ୍ଦୁଝର

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ କେନ୍ଦୁଝର ଓ ବିଶ୍ୱହିନ୍ଦୁ ପରିଷଦ ସ୍ଥାପନା ଦିବସ ପାଳିତ

କେନ୍ଦୁଝର, ୨ା୯(ଓଡିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦୁଝର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ତରଫରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବିଶ୍ୱହିନ୍ଦୁ ପରିଷଦର ସ୍ଥାପନା ଦିବସ ଏବଂ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ବିଶାଳ ଶୋଭାଯାତ୍ରା ମାଇନି ରୋଡସ୍ଥିତ ଶ୍ରୀରାମ ମନ୍ଦିରଠାରୁ ବାହାରି ନଗର ପରିକ୍ରମା ପରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଠାରେ ପହଂଚିଥିଲା। ତତ୍ପରେ ଏକ ଧର୍ମସଭା ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲ ସଭାପତି ତୁଷାରକାନ୍ତ ସାମନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ମୁଖ୍ୟବକ୍ତା ପଣ୍ଡିତ ରଙ୍ଗାଧର ବେହେରା ଏବଂ ଜିଲ୍ଲା ଉପସଭାପତି କାହ୍ମୁଚରଣ ମହାନ୍ତ ଶ୍ରୀକୃଷ୍ଣଙ୍କର ଲୀଳା ସାବଳୀଳଭାବରେ ବୁଝାଇ ସମସ୍ତେ ଶ୍ରୀକୃଷ୍ଣଙ୍କ ପରି ହିନ୍ଦୁଧର୍ମ ସୁରକ୍ଷାରେ ଲାଗିବା ପାଇଁ ପରାମର୍ଶ ଦେଇଥିଲେ। ବିଶ୍ୱହିନ୍ଦୁ ପରିଷଦ କେନ୍ଦୁଝର ବିଭାଗ ସଭାପତି ଆଡଭୋକେଟ୍ ଚତୁର୍ଭୁଜ ହୋତା ଏବଂ ଏକଳ ବିଦ୍ୟାଳୟ ସଭାପତି ଇଂ ବସନ୍ତ କୁମାର ଦାନୀ ସମସ୍ତେ ଏକଜୁଟ ହୋଇ ହିନ୍ଦୁଧର୍ମର ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ନିବେଦନ କରିଥିଲେ। ବିଶ୍ୱ ହିନ୍ଦୁ ପରିଷଦ କେନ୍ଦୁଝର ବିଭାଗ ସମ୍ପାଦକ ମଦନ ମୋହନ ଦ୍ୱିବେଦୀ ବିଶ୍ୱ ହିନ୍ଦୁ ପରିଷଦର ଗଠନର ଆବଶ୍ୟକତା, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନର ଗାଥା ବର୍ଣ୍ଣନା କରି ବର୍ତ୍ତମାନ ପରିପ୍ରେକ୍ଷୀରେ ସଂକଟରେ ପଡିଥିବା ହିନ୍ଦୁଧର୍ମର ସୁରକ୍ଷା ପାଇ ସମସ୍ତେ ମିଳିମିଶି କାମ କରିବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲା ସହ ସମ୍ପାଦକ ସ୍ୱପ୍ନେଶ୍ୱର ସାହୁ ସଭା ପରିଚାଳନା କରିଥିବା ବେଳେ ପଦ୍ମିନୀ ମହାନ୍ତ ଶାନ୍ତିପାଠ କରିଥିଲେ। ସଭା ପରିଚାଳନାରେ ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା ସମ୍ପାଦକ ଘନଶ୍ୟାମ ମହାନ୍ତ ସହସମ୍ପାଦକ କେଦାରନାଥ ଦାଶ, ସତସଂଘ ପ୍ରମୁଖ ପ୍ରଫୁଲ ଚନ୍ଦ୍ର ମହାନ୍ତ, ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ଅଗସ୍ତି, ରମେଶ ଚନ୍ଦ୍ର ହୋତା, ସହଯୋଗ କରିଥିଲେ। ଶୋଭାଯାତ୍ରା ପରିଚାଳନା ବଜରଙ୍ଗଦଳ ପ୍ରମୁଖ ସରୋଜ କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ଡାକ୍ତର ମହାନ୍ତ, ଅଜିତ କୁମାର ଜେନା, ଦେବାଶୀଷ ପତି, ଟୁକୁନୀ ବାରିକ, ମାମିନା ରାଢୁସ, ଖଗେଶ୍ୱର ରାଢୁସ, ଧନୁର୍ଜୟ ମହାନ୍ତ ଆଦିଙ୍କ ସହଯୋଗରେ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top