ଶ୍ରାବଣ ମାସ ଶେଷ ସୋମବାରରେ କିନ୍ନରମାନଙ୍କ କଳଶ ଯାତ୍ରା

ଭୁବନେଶ୍ୱର ୧୯-୮ (ଓଡ଼ିଆ ପୁଅ) ଆସନ୍ତା କାଲି ଶ୍ରାବଣ ମାସ ଶେଷ ସୋମବାରରେ ‘ଓଡ଼ିଶା କିନ୍ନର ଆଖଡ଼ା’ ଓ ‘ସଖା’ର ମିଳିତ ସହଯୋଗରେ ପ୍ରଥମ ଥର ପାଇଁ କିନ୍ନରମାନଙ୍କ ପବିତ୍ର କଳଶ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ଯାତ୍ରା ସୋମବାର ଦିନ ସକାଳେ କଟକର ଗଡ଼ଗଡ଼ିଆ ଘାଟଠାରୁ ଆରମ୍ଭ ହୋଇ ଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କର ଜଳାଭିଷେକ ହେବ। ଏହି କଳସ ଯାତ୍ରାର ମହତ୍ ଉଦେ୍ଦଶ୍ୟ ହେଲା ସାରା ବିଶ୍ୱରେ ଶାନ୍ତି ଓ ଜଗତ କଲ୍ୟାଣ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ କିନ୍ନର ଆଖଡ଼ା, ପୂର୍ବଭାରତର ମୀରା ପରିଡ଼ା ସୂଚନା ଦେଇଛନ୍ତି।

ଏହି ଯାତ୍ରା ସୋମବାର ସକାଳ ୬ ଘଟିକାରେ ଗଡ଼ଗଡ଼ିଆ ଘାଟରୁ ବାହାରି ଦିନ ୧୧ଟାରେ ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ପହଞ୍ଚି ସେଠାରୁ ଲିଙ୍ଗରାଜ ମନ୍ଦିର ଅଭିମୁଖେ ଯାତ୍ରା ବାହାରିବ। (ଫଟୋ ସୌଜନ୍ୟ- ଟ୍ୱିଟର)

Leave a Reply

Your email address will not be published. Required fields are marked *