ଆମ ସଂସ୍କୃତି, କଳା ଓ ଐତିହ୍ୟ

ଶ୍ରାବଣୀ ଉପାକର୍ମ ଏକ ବୈଦିକ ପର୍ବ: ଆର୍ଯ୍ୟ ସମାଜ ପକ୍ଷରୁ ମହାସମାରୋହରେ ପାଳିତ

ଭୁବନେଶ୍ୱର, ୨୬.୮ (ଓଡ଼ିଆ ପୁଅ) : ପ୍ରାଚୀନ ବୈଦିକ ଯୁଗରୁ ମୁନିଋଷିମାନେ ଚାତୁର୍ମାସ୍ୟା ବ୍ରତ ପାଳନ କରି ଶ୍ରାବଣ ପୂର୍ଣ୍ଣିମା ଠାରୁ ବିଭିନ୍ନ ଜନପଦ ଭ୍ରମଣ କରି ବେଦ ଓ ବୈଦିକ ବିଚାରକୁ ଜନମାନସରେ ବିତରଣ କରୁଥିଲେ। ଏହି ‘ଶ୍ରାବଣୀ ଉପାକର୍ମ’ ପର୍ବ ଏକ ବୈଦିକ ପର୍ବ।

ଶ୍ରାବଣ ପୂର୍ଣ୍ଣିମା ଅବସରରେ ଆଜି ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ଆର୍ଯ୍ୟ ସମାଜର ସହଯୋଗୀ ଅନୁଷ୍ଠାନ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ପୂର୍ବ ବର୍ଷମାନଙ୍କ ଭଳି ଶ୍ରାବଣୀ ଉପାକର୍ମ ଓ ରକ୍ଷାବନ୍ଧନ ଉତ୍ସବ ଶ୍ରୀ ଅରବିନ୍ଦ ନଗରସ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ଭବନ ସଭା ମଣ୍ଡପରେ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୌରହିତ୍ୟ କରି ମିଶନର ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଲେ ଯେ, ଆର୍ଯ୍ୟ ସଂସ୍କୃତି ଓ ପରମ୍ପରାକୁ ମନେ ପକାଇ ଦେବଋଣ, ଋଷିଋଣ, ପିତୃଋଣ ପରିଶୋଧର ସଂକଳ୍ପକୁ ପୁନଃ ଜାଗୁରିକ କରିବା ପାଇଁ ଆଜିର ଦିନରେ ଯଜ୍ଞ ଉପବିତକୁ ପରିବର୍ତ୍ତନ କରି ନୂତନ ଯଜ୍ଞ ଉପବିତ ଧାରଣ କରାଯାଇଥାଏ।

ମୁଖ୍ୟଅତିଥି ଭାବେ ଯୋଗ ଦେଇ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡଃ ନରେନ୍ଦ୍ର କୁମାର ମିଶ୍ର କହିଲେ ଯେ ଆଜିର ଦିବସ ଏକ ମହନୀୟ ଦିବସ, ସ୍ୱଭାବ କବି ଗଙ୍ଗାଧରଙ୍କ ଜନ୍ମ ଦିବସ, ସଂସ୍କୃତ ଦିବସ ଭାବେ ସର୍ବଭାରତୀୟସ୍ତରରେ ପାଳିତ ହେଉଛି। ଆମ ସଂସ୍କୃତି ଓ ପରମ୍ପରା ପ୍ରତି ଯୁବକମାନଙ୍କୁ ଆକୃଷ୍ଟ କରାଇବା ଆମ ସମସ୍ତଙ୍କର ଧ୍ୟେୟ ହେବା ଉଚିତ୍।

ବିଶିଷ୍ଟ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଆମ ପୂର୍ବ ଐତିହାସିକ ଗାଥା ରାଣୀ କର୍ଣ୍ଣାବତୀ ନିଜର ରକ୍ଷା ପାଇଁ ହୁମାୟୁନଙ୍କ ନିକଟକୁ ପାଠାଇଥିବା ରକ୍ଷାସୂତ୍ରକୁ ସ୍ମରଣ କରାଇ ସେହି ଐତିହାସିକ ଯୁଗରୁ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିବାର ପରମ୍ପରା ରହିଆସିଛି। ଏହି ଅବସରରେ ବୈଦିକ ଶାନ୍ତି ଯଜ୍ଞ ପଣ୍ଡିତ ବିନୋଦ ବିହାରୀ ଦାଶଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ନଳିନୀକାନ୍ତ ରାଉତ ସ୍ୱାଗତ ଭାଷଣ ଓ ଶେଷରେ ସୀତା ବଲ୍ଲଭ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡଃ ସୌରେନ୍ଦ୍ର କୁମାର ମହାପାତ୍ର, ବରିଷ୍ଠ ସାମ୍ବାଦିକ ଜିମୂତ ମଙ୍ଗରାଜ, ସମାଜସେବୀ ପ୍ରଫୁଲ୍ଲ ରାଉତରାୟ, ଦେବୀ ପ୍ରସାଦ ମଲ୍ଳିକ, ସମନ୍ୱୟର ସଭାପତି ଦୁଖିଶ୍ୟାମ ଦାସ, ଡଃ ନିବେଦିତା ପଟ୍ଟନାୟକ ପ୍ରମୁଖ ବହୁ ଛାତ୍ର, ଯୁବକ, କାର୍ଯ୍ୟକ୍ରମରେ ଯୋଗ ଦେଇ ନୂତନ ଯଜ୍ଞ ଉପବିତ ଧାରଣ କରିବା ସହ ନିଜ ନିଜ ମଧ୍ୟରେ ରକ୍ଷା ସୂତ୍ର ବନ୍ଧନ କରିଥିଲେ ଓ ସାମ୍ବାଦିକ ଚିତ୍ତରଞ୍ଜନ ପଣ୍ଡା ବୈଦିକ ଭଜନ ପରିବେଷଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top