ଶ୍ରାବଣର ଶେଷ ସୋମବାର : ବାବାମଣିଙ୍କୁ ଜଳଲାଗି କଲେ ୪୦ହଜାର କାଉଡିଆ ଭକ୍ତ

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ପବିତ୍ର ଶ୍ରାବଣମାସ ସୋମବାରରେ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ୪୦ହଜାର କାଉଡିଆ ଭକ୍ତଙ୍କ ଗସମାଗମ ହୋଇଥିଲା ପୀଠରେ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ରବିବାର ଠାରୁ ଜଳଲାଗି ନିମନ୍ତେ ମନ୍ଦିର ଦ୍ୱାର ସାହାଣ ମେଲା କରାଯାଇଥିବା ବେଳେ ସୋମବାର ଦୈନଦିନ ନୀତିନୀର୍ଘଣ୍ଟକୁ ସାମନ୍ୟ ପରିବର୍ତ୍ତନ କରାଯାଇ ଭୋର ୪ଟାରେ ଦ୍ୱାରଫିଟା, ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ଆଦି ୫ଟା ସୁଧା ସରିବା ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ଭକ୍ତମାନଙ୍କ ଦର୍ଶନ ଓ ମାନସିକ ପୂଜାର୍ଚ୍ଚନା ପାଇଁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ସାହଣ ମେଲା କରାଯାଇଥିଲା । ଏପରିକି ଚଳିତ ସୋମବାର ପୀଠରେ ପ୍ରଚଳିତ ବିରଜା ପଞିକା ଅନୁଯାୟୀ ଶ୍ରାବଣମାସର ଶେଷ ପାଳି ହୋଇଥିବାରୁ ନାହିଁନଥିବା ଭକ୍ତଙ୍କ ଭିଡ ପରିଲିକ୍ଷିତ ହୋଇଥିଲା ପୀଠରେ । ଆଗନ୍ତୁକ ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୁଲିସ ବିଭାଗ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ସହିତ ପୀଠକୁ ସଂଯୋଗ କରୁଥିବା ସମସ୍ତ ସ୍ଥଳପଥରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସେହିପରି ପୀଠରେ ଥିବା ୩ଟି ନଦୀଘାଟରେ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବିଭାଗ ନିୟୋଜିତ ରହିବା ସହିତ ନଦୀଘାଟର ଉଭୟ ପାଶ୍ୱର୍ରେ ବ୍ୟାପକ ପୁଲିସ ମୃତ୍ୟୟନ କରାଯାଇଥିବା ଆରଡି ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦାସ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *