ଜିଲ୍ଲା ପରିକ୍ରମା

ଶ୍ରାବଣର ପ୍ରଥମ ସୋମବାର ଜଳ ଲାଗି କଲେ ଦଶ ହଜାର କାଉଡିଆ

ପୁରୀ:୩୦/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରାବଣର ପ୍ରଥମ ସୋମବାରରେ ରାଜ୍ୟର ଏକ ପ୍ରମୁଖ ଶୈବ ପୀଠ ଶ୍ରୀଲୋକନାଥ ଦେବଙ୍କ ପୀଠରେ ଦଶ ହଜାରରୁ ଉର୍ଦ୍ଧ୍ୱ କାଉଡିଆ ଜଳଲାଗି କରିଛନ୍ତି। ଗ୍ରହଣ ସପ୍ତାହ ସତ୍ତ୍ୱେ ଏତେ ସଂଖ୍ୟକ କାଉଡିଆ ଜଳ ଲାଗି କରିଥିବା ଦେଖା ଯାଇଥିଲା। ଅତ୍ୟନ୍ତ ଶୃଙ୍ଖଳିତ ଭାବେ ରବିବାର ଭୋରରୁ କାଉଡିଆମାନେ ଧାଡି ବାନ୍ଧି ଯାଇ ଦେବ ଦେବ ଲୋକନାଥ ଦେବଙ୍କୁ ଜଳ ଲାଗି କରିଥିଲେ। ଭୋର ୪ଟାରୁ ଜଳ ଲାଗି ହୋଇଥିଲେ ହେଁ ସକାଳ ୭ଟା ବେଳକୁ ବ୍ୟାରିକେଡ ଖାଲି ପଡିଥିବା ଦେଖାଯାଇଥିଲା। କାଉଡିଆମାନେ ସୋମବାର ସକାଳ ଜଳ ଲାଗି କରିଥିବା ଦେଖା ଯାଇଥିଲା। ଶ୍ରାବଣର ପ୍ରଥମ ପାଳି ପାଇଁ ଚଳଚଞ୍ଚଳ ହୋଇ ପଡିଥିଲା ଶ୍ରୀ ଲୋକନାଥ ଦେବଙ୍କ ପୀଠ। ଯେଉଁଆଡେ ଆଖି ବୁଲାଇଲେ ଦଳ ଦଳ କାଉଡିଆଙ୍କୁ ଦେଖିବାକୁ ମିଳିଥିଲା। ଶୈବ ଭକ୍ତମାନେ ଧାଇଁ ଆସିଥିଲେ ଲୋକନାଥଙ୍କୁ ଜଳ ଲାଗି କରିବା ପାଇଁ। ଅତ୍ୟନ୍ତ ସୁଧପୁତ ଭାବେ ମାନସିକ ଧାରି କାଉଡିଆମାନେ ଶ୍ରୀଲୋକନାଥ ଦେବଙ୍କୁ ଜଳ ଲାଗି କରିଥିଲେ। ରବିବାର ଅପରାହ୍ନ ଓ ସୋମବାର ପ୍ରତ୍ୟୁଷରୁ ଦାଣ୍ଡରେ ଭିଡ ଦେଖିବାକୁ ମିଳିଥିଲା କାଉଡିଆମାନଙ୍କର। କିଏ କଟକ, ବଡଗଡିଆ ଘାଟ ତ ଆଉ କିଏ ପ୍ରାଚୀତଟରୁ ଜଳ ଲାଗି କରିବା ପାଇଁ ଧାଇଁ ଆସିଥିଲେ। ଶ୍ରୀକ୍ଷେତ୍ରକୁ ଚାରିଆଡେ ଶୁଭୁଥିଲା ବୋଲବମ୍ ହର ହର ବମ୍ ଡାକ। ସୋମବାର ଭୋର ପ୍ରତ୍ୟୁଷରୁ ଲୋକନାଥ ଦେବଙ୍କ ପୀଠରେ ଜଳ ଲାଗି ଆରମ୍ଭ ହୋଇଥିଲା। କାଉଡିଆମାନେ ନଦୀମାନଙ୍କରୁ ଆସିଥିବା ନୂତନ ଜଳକୁ ଦେବ ଦେବ ମହାଦେବଙ୍କୁ ଲାଗି କରିଥିଲେ। ଲୋକନାଥ ଘାଟରେ କାଉଡିଆମାନେ ପହଞ୍ଚି ଜଳ ଭାରରୁ ଢ଼ାଳକୁ ଖୋଲିଥିଲେ। ପରେ ଢ଼ାଳରୁ ମାଟି ମୁଦ ଖୋଲି ଧାଡିରେ ଯାଇ ଲୋକନାଥଙ୍କୁ ଜଳ ଲାଗି କରିଥିଲେ। ରାଜ୍ୟ ଓ ରାଜ୍ୟ ବାହାରୁ କାଉଡିଆମାନେ ଚାରି ଚକିଆ ମିନି ଟ୍ରକରେ ମଧ୍ୟ ଆସି ଜଳ ଲାଗି କରୁଥିବା ଦେଖା ଯାଇଥିଲା। ସହରରେ ଥିବା ଅନ୍ୟାନ୍ୟ ଶୈବ ପୀଠ ଗୁଡିକରେ ମଧ୍ୟ ଜଳ ଲାଗି ପାଇଁ କାଉଡିଆମାନଙ୍କର ଭିଡ ଲାଗି ରହିଥିଲା। ବିଭିନ୍ନ ସ୍ଥାନରୁ ଜଳ ଲାଗି ପାଇଁ କାଉଡିଆମାନେ ରାତି ସାରା ଚାଲି ଚାଲି ଆସି ଲୋକନାଥ ଦେବଙ୍କ ପୀଠରେ ପହଞ୍ଚିଥିଲେ। ଜାତୀୟ ରାଜପଥ ଭୁବନେଶ୍ୱରରୁ ପୁରୀ ବୋଲବମ, ହର ହର ବମ୍, ଜଟିଆ ବାବା ପାର୍ କରେଗା, ପାବତୀ ମା’ ପାର୍ କରେଗା ଧ୍ୱନିରେ ଜାତୀୟ ରାଜପଥ ପ୍ରକମ୍ପିତ ହୋଇ ଉଠିଥିଲା। ବିଭିନ୍ନ ସ୍ଥାନରେ କେତେକ ଅନୁଷ୍ଠାନ କାଉଡିଆମାନଙ୍କୁ ମାଗଣାରେ ପ୍ରସାଦ ବଣ୍ଟନ କରୁଥିବା ଦେଖା ଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top