ଶ୍ରାବଣମାସରେ ଶୃଙ୍ଖଳିତ ଜଳଲାଗି ପାଇଁ ଟିକେଟ୍ ବ୍ୟବସ୍ଥା କରାଯିବ

ପୁରୀ:୨୭/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରାବଣ ମାସରେ ପବିତ୍ର ସେବା ପିଠ ଶ୍ରୀଲକୋନାଥ ଦେବଙ୍କ ମନ୍ଦିରରେ ଶୃଙ୍ଖଳିତ ଜଳଲାଗି ପାଇଁ ଟିକେଟ ବ୍ୟବସ୍ଥା କରାଯିବ ପାଇଁ ଶ୍ରୀଲୋକନାଥ ଦେବଙ୍କ ଟଷ୍ଟବୈଠକରେ ସ୍ଥିର ହୋଇଛି। ଆଗାମୀ ସୋମବାର ୩୦ତାରିଖରେ ଶ୍ରାବଣ ମାସର ପ୍ରଥମ ସୋମବାର ପଡ଼ୁଥିବା ଯୋଗୁ ଉକ୍ତ ଦିନ ରାଜ୍ୟ ଓ ରାଜ୍ୟ ବାହାରର କାଉଡ଼ିଆ ଭିଡ଼ ଲାଗିବ। ଏହାକୁ ଦୃଷ୍ଠିରେ ରଖି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ପ୍ରଶାସନିକ ପ୍ରସ୍ଥୁତି ବୈଠକ। ଉପଜିଲ୍ଲାପାଳ ତଥା ଲୋକନାଥ ପିଠ ଟ୍ଷ୍ଟ ବୋର୍ଡ଼ÿର ଅଧ୍ୟକ୍ଷ ଭଗବାନ ସାହୁ ଅଧ୍ୟକ୍ଷତା କରିଥିଲେ। ସିଟିଡ଼ିଏସପି ପ୍ରସାନ୍ତ ପଟ୍ଟନାୟକ, ବାଶେଳିସାହି ଥାନା ଅଧିକାରୀ ଜୟଦେବ ମହାନ୍ତି, ଲୋକନାଥ ମନ୍ଦିର ସେବାୟତ ପରିଷଦର ସମ୍ପାଦକ ସନ୍ତୋସ ପଣ୍ଡା, ରଘୁନାଥ ମହାପାତ୍ର, ଦିବାକର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଗତବର୍ଷ ଭଳି ୨୦ଟଙ୍କା ଦେଇ ଟିକଟ କାଟିବା ପରେ କାଉଡ଼ିଆମାନେ ଧାଡ଼ିରେ ଯାଇ ଠାକୁରଙ୍କ ଉପରେ ଜଳଲାଗି କରିବେ। ଏଥିପାଇଁ ଟଷ୍ଟ ବୋର୍ଡଙ୍କ ପକ୍ଷରୁ ୨ଟି ଟିକେଟ କାଉଣ୍ଟର ଖୋଲାଯିବ। ସିଂହଦ୍ୱାରରେ କାଉଡ଼ିଆ ମାନେ ସିଂହଦ୍ୱାରେ ପ୍ରବେଶ କରି ଅନ୍ୟ ଦ୍ୱାର ପଟେ ବାହାରିବେ। ଚଳିତ ମାସ ୩୦, ଅଗଷ୍ଟ୬, ୧୩ ଓ ୨୦ତାରିଖରେ ଶ୍ରାବଣମାସର ୪ପାଳି ସୋମବାର ପଡ଼ୁଛି। ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଢାକଢି କରାଯାଇଛି। କାଉଡ଼ିଆଙ୍କ ବିଶ୍ରାମ ନିମନ୍ତେ ଅସ୍ଥାୟୀ ସେଡ଼ ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *