ଜିଲ୍ଲା ପରିକ୍ରମା

ଶ୍ରମିକ ବିକାଶ ସଂଗଠନ ତରଫରୁ “ଶ୍ରମିକ ସମ୍ମାନ ଦିବସ” ପାଳିତ

ରାଉରକେଲା ୨ ମଇ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଅନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ଆମ୍ ଆଦ୍ମୀ ପାର୍ଟି ସହବନ୍ଧିତ ଶ୍ରମିକ ବିକାସ ସଂଗଠନ ତଥା ଆମ୍ ମଜଦୁର ସଂଗଠନ ତର‘ରୁ ଆଜି ରାଉରକେଲା ବିଶ୍ରାଛକଠାରେ ଆମ୍ ମଜଦୁର ସଂଗଠନର ନେତା ନବିନ ବାଙ୍କରାଙ୍କ ସଭାପତିତ୍ୱରେ ଶ୍ରମିକ ସମ୍ମାନ ଦିବସ ପାଳନ କରାଯାଇ ଅଛି। ଏହି ଅବସରରେ ସହସ୍ତ୍ରାଧିକ ଶ୍ରମିକ କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ଆମ୍ ମଜଦୁର ସଂଗଠନର ସାଧାରଣ ସମ୍ପାଦକ ଶ୍ରମିକ ବିକାସ ସଂଗଠନର ଉପସଭାପତି ତଥା ଆମ୍ ଆଦ୍ମୀ ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିନୟ ତିୱାରୀ, ଆମ୍ ମଜଦୁର ସଂଗଠନର ସଭାପତି ଭରତ ଚନ୍ଦ୍ର ବାଇ ଓ ଆମ୍ ମଜଦୁର ସଂଗଠନର ଉପସଭାପତି ତଥା ଆପ୍ର ରାଜ୍ୟ ଆଦିବାସୀ ସେଲ୍ର ସଭାପତି ବାସିଲ ଏକ୍କା ଉପସ୍ଥିତ ରହିଥିବା ସମସ୍ତ ଶ୍ରମିକମାନଙ୍କୁ ‘ୁଲଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି ସଭାରେ ଦିଲ୍ଲୀଠାରେ ଯେଉଁଭଳି ଶ୍ରମିକମାନଙ୍କର ସର୍ବନିମ୍ନ ଦୈନିକ ମଜୁରି ୫୧୩/- ଟଙ୍କାକୁ ବୃଦ୍ଧି କରାଯାଇ ଅଛି ସେହିଭଳି ଓଡ଼ିଶାରେ ମଧ୍ୟ ମଜୁରୀ ବୃଦ୍ଧି କରିବା, କାରଖାନାରେ ଠିକା ଶ୍ରମିକମାନଙ୍କୁ ବହୁ କମ୍ପାନୀମାନେ ବେତନପତ୍ର, ପି.ଏ‘ସ୍ଲିପ, ନିଯୁକ୍ତିପତ୍ର, ସର୍ବିସ ପ୍ରମାଣପତ୍ର, ଇତ୍ୟାଦି ପ୍ରଦାନ ନ କରି ବର୍ଷ ବର୍ଷ ଧରି କେଉଁ ଭଳି ଶୋଷଣ କରିଆସୁଛନ୍ତି ସେ ବିଷୟରେ ବକ୍ତାମାନେ ଉଦ୍ୱୋଧନ ଦେଇଥିଲେ। କାରଖାନାରେ କାର୍ଯ୍ୟକରୁଥିବା ଠିକା ଶ୍ରମିକମାନଙ୍କୁ ରାତ୍ରିକାଳିନ ଭତା, ଗରମ ଓ ଧୁଳି ଭତା, ସୁରକ୍ଷା ଉପକରଣ ପ୍ରଦାନ, ସମାନ କାମକୁ ସମାନ ଦରମା, ଇତ୍ୟାଦି ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଆଗାମୀ ଦିନମାନଙ୍କରେ ନିର୍ମାଣ ଶ୍ରମିକମାନଙ୍କର ଲେବର କାର୍ଡ ଓ ତା ଉପରେ ମିଳୁଥିବା ସୁବିଧା ପ୍ରଦାନ କରାଇବା ପାଇଁ ମଧ୍ୟ ୟୁନିୟନ ତର‘ରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା। ଏହି ସଭାରେ ଶ୍ରମିକ ନେତା ମାୟାଧର କୁଅଁର, ରମାକାନ୍ତ ନାୟକ ଓ ଯମୁନା ମାହାଲି ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଜୟ ପାତ୍ର, ରାଜକୁମାର ସିଂହ, ସଂଜିବ ବରୁଆ, ପ୍ରମୋଦ ଲେଙ୍କା, ଅଶୋକ ଏକ୍କା, ଅଙ୍କିତା ପଣ୍ଡା, ତିନ୍ତୁସ ଲାକ୍ରା, ଶ୍ରୀଧର ସିନ୍ହା, ରୋହିତ ରାଉତ, ଚନ୍ଦନ ତନ୍ତି, ଅଖିଲ ଅଗ୍ରୱାଲ, ଶ୍ୟାମସୁନ୍ଦର ସନ୍ୟାସୀ, ଅମିତ ସମାସି, ରାମେଶ୍ୱର ଚୌଧୁରୀ, ସୁରେଶ ତନ୍ତି ଓ ବହୁ ସଂଖ୍ୟାରେ ଶ୍ରମିକ କର୍ମଚାରୀମାନେ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ନେଇ ସମ୍ମାନିତ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top