ଓଡ଼ିଶା

ଶ୍ରମିକଙ୍କୁ ମିଳୁନି ସର୍ବନିମ୍ନ ମଜୁରୀ! ଦାୟୀ କିଏ?

ରାଉରକେଲା ୨-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସାରା ଭାରତରେ ଚାଲିଛି ନିର୍ମାଣ କାର୍ଯ୍ୟ। ଏହି ସବୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି ଲକ୍ଷଲକ୍ଷ ଶ୍ରମିକ। ମାତ୍ର ପ୍ରାୟ ସବୁ ସମୟରେ ଶ୍ରମିକ ମାନଙ୍କୁ ଅବହେଳାର ଶୀକାର ହେବାକୁ ପଡୁଛି। ସର୍ବନିମ୍ନ ମଜୁରୀରୁ ବଂଚିତ ହେଉଛନ୍ତି ଅଣକୁଶଳୀ, କୁଶଳୀ, ଅର୍ଦ୍ଧକୁଶଳୀ ଶ୍ରମିକ। ରାଷ୍ଟ୍ରାୟତ ସଂସ୍ଥା ସେଲରେ ମଧ୍ୟ ଶ୍ରମିକ ମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଉ ନାହିଁ ବୋଲି ରାଉରକେଲାର ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ଅଭିଯୋଗ କରିଛନ୍ତି। କେବଳ ଯେ, ସେଲ ନୁହେଁ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ବହୁ ଗୁଡ଼ିଏ ବେସରକାରୀ କାରଖାନାରେ ଶ୍ରମିକ ମାନଙ୍କ ମଜୁରୀ ପ୍ରଦାନରେ ଅବହେଳା କରାଯାଇଛି। ସର୍ବନିମ୍ନ ମଜୁରୀ ଦେବା ଲାଗି ସରକାରୀ ନିର୍ଦ୍ଦେଶନାମା କେବଳ ନିୟମରେ ରହିଥିବା ବେଳେ ଏହା ବାସ୍ତବରେ କାର୍ଯ୍ୟକାରୀ ହେଉନାହିଁ ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି। ଏନେଇ ସେ ଏକ ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାହୁଲ ଗାନ୍ଧୀଙ୍କ ନିକଟକୁ ପ୍ରେରଣ କରିଛନ୍ତି। ଶ୍ରମିକ ମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନରେ ସେଲ ସମେତ ବହୁ ସଂସ୍ଥା ଅବହେଳା ପ୍ରଦର୍ଶନ କରୁଥିବାରୁ ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଦାୟୀ ବୋଲି ଶ୍ରୀ ମହାପାତ୍ର ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତିଯେ, ସାରା ଭାରତରେ ପ୍ରାୟ ଏକ ଲକ୍ଷ ୫୦ ହଜାର ଠିକାଦାର ରହିଥିବା ବେଳେ, ୫ ଲକ୍ଷ ଶ୍ରମିକ କାର୍ଯ୍ୟରତ ଅଛନ୍ତି। ସେଥିମଧ୍ୟରୁ ବହୁ ଶ୍ରମିକ ସର୍ବନିମ୍ନ ମଜୁରୀ ପାଇବାରେ ଅବହେଳିତ ଅଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top