ଓଡ଼ିଶା

ଶ୍ରଦ୍ଧାଳୁ ଭକ୍ତମାନେ ଆଜିଠାରୁ ପଟିଦିଅଁଙ୍କୁ ଦର୍ଶନ କରିବେ

ପୁରୀ:୨୯/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :ସ୍ନାନପୂର୍ଣ୍ଣିମା ଦିନ ଚତୁର୍ଦ୍ଦାମୂର୍ତ୍ତୀ ସ୍ନାନବେଦୀରୁ ବାହୁଡ଼ା ବିଜେ କରି ଅନବସରପିଣ୍ଡିରେ ଥିବାଯୋଗୁ ଆଜିଠାରୁ ଶ୍ରଦ୍ଧାଳୁ ଭକ୍ତମାନେ ପଟିଦିଅଁଙ୍କୁ ଦର୍ଶନ କରିବେ। ଚିତ୍ରକାର ସେବକ ସ୍ୱତନ୍ତ୍ର ଭାବେ ପଟିଦିଅଁ ପ୍ରସ୍ତୁତ କରିଥିଲେ। ଚତୁର୍ଦ୍ଧାମୂତର୍ର ଅନବସରପିଣ୍ଡିକୁ ବିଜେ କରିବା ପରେ ଶ୍ରୀମନ୍ଦିରରୁ ଛତି, ତ୍ରାସ, ତେଲିଙ୍ଗିବାଦ୍ୟ ସହ ପୂଜାପଣ୍ଡା ସାମନ୍ତ ଶୋଭାଯାତ୍ରାରେ ଚିତ୍ରକାର ସେବାୟତଙ୍କ ଘରକୁ ଆସିବା ପରେ ସେଠାରେ ପଟିଦିଅଁଙ୍କୁ ମହାଭୋଇ ସେବାୟତ ଙ୍କ ପରିବାରର ମହିଳା ମାନେ ବନ୍ଦାପନା କରିବା ସହ ପନ୍ତିଭୋଗ ହେବାପରେ ପଟିଦିଅଁ ଖଣ୍ଡୁଆ ପାଟରେ ଗୁଡ଼ାଯାଇ ଏକପଟୁଆରରେ ସିଂହଦ୍ୱାରରେ ନିଆଯାଇ ଶ୍ରୀମନ୍ଦିରକୁ ନିଆଯାଇଥିଲା। ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶ୍ରୀଅନନ୍ତ ନାରାୟଣ, ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ବାଡ଼ରେ ମା ଭୁବନେଶ୍ୱରୀ ପୂଜୀତ ହେଉଛନ୍ତି। ଆଜି ଠାରୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁ ଭକ୍ତମାନେ ପଟିଦିଅଁ ଦର୍ଶନ କରିବାର ସୈାଭାଗ୍ୟ ଅର୍ଜନ କରିଛନ୍ତି। ସେହି ପରି ଆଜି ଠାରୁ ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥ ଦେବଙ୍କ ମନ୍ଦିରରେ ଦର୍ଶନ ପାଇଁ ଶ୍ରଦ୍ଦାଳୁମାନଙ୍କ ସମାଗମ ଆରମ୍ଭ ହୋଇଛି। ଅନବସର ସମୟରେ ଶ୍ରୀ ଅଲାରନାଥ ଦର୍ଶନ କଲେ ବହୁ ପୂ ମିଳିଥାଏ ବୋଲି କଥିତ ରହିଛି। ଶ୍ରୀଶ୍ରୀ ଚଇତନ୍ୟ ଦେବ ଅନବସର ସମୟରେ ଏଠାରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନପାଇଁ ଅଲାରନାଥଙ୍କୁ ଦର୍ଶନ ପାଇଁ ସନ୍ତସ ଲାଭକରିଥିଲେ ବୋଲି ଲୋକ କଥା ରହିଛି। ଆଜି ପ୍ରତ୍ୟୁଷରୁ ଅଲାରନାଥଙ୍କ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ ଲାଗି ରହିଥିଲା। ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଶ୍ରଦ୍ଧାଳୁ ଭକ୍ତମାନେ ଲମ୍ବା ଧାଡିରେ ମନ୍ଦିର ଭିତରକୁ ପ୍ରବେଶ କରି ଅଲାରନାଥଙ୍କୁ ଦର୍ଶନ କରିଥିଲେ। ଅଲାରନାଥଙ୍କର ପ୍ରସିଦ୍ଧ କ୍ଷୀରି ଭୋଗ ପାଇବା ପାଇଁ ଭକ୍ତମାନଙ୍କର ପ୍ରବଳ ଭିଡ ଲାଗି ରହିଥିଲା। ମନ୍ଦିର ସମ୍ମୁଖରେ ବିଭିନ୍ନ ପ୍ରକାର ଦୋକାନ ବଜାର ଓ ସେବା ସଂସ୍ଥାର ଶିବିରମାନ କରାଯାଇଥିଲା। ସନ୍ଧ୍ୟାରେ ମନ୍ଦିର ପରିସରରେ ପ୍ରବଚନ ଓ ଭଜନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top