ଓଡ଼ିଶା

ଶ୍ରଦ୍ଧାଳୁଙ୍କ ପୂଜାକରିବାକୁ ନେଇ ସେବାୟତଙ୍କ ମଧ୍ୟରେ ବିବାଦ : ଥାନାରେ ଏତଲା

ତିର୍ତ୍ତୋଲ ୯/୬ (ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶକ୍ତିପୀଠ କନକପୁରର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଏହି ଘଟଣାକୁ ନେଇ ଉଭୟ ସେବାୟତଙ୍କ ପକ୍ଷରୁ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ ହୋଇଛି। ମା ସାରଳାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଦୈନନ୍ଦିନ ଶତାଧିକ ଶ୍ରଦ୍ଧାଳୁ ଆସିଥାଆନ୍ତି। ମନ୍ଦିରର ପ୍ରଥା ଓ ପରମ୍ପରା ଅନୁସାରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଶ୍ରଦ୍ଧାଳୁ (ଜଜମାନ)ଙ୍କ ପାଇଁ ସେବାୟତମାନଙ୍କ ମଧ୍ୟରେ ନିର୍ଦ୍ଧିଷ୍ଠ ଅଞ୍ଚଳ ବଣ୍ଟାଯାଇଛି। ଆଜି ପୂର୍ବାହ୍ନରେ ଢ଼େଙ୍କାନାଳ ଅଞ୍ଚଳର ଜଣେ ଶ୍ରଦ୍ଧାଳ(ଜଜମାନ) ମନ୍ଦିରକୁ ଆସି ମାଙ୍କ ନିକଟରେ ଦର୍ଶନ ଭୋଗ କରିବା ନିମନ୍ତେ ସେବାୟତ ଦେବପ୍ରସାଦ ରାଉଳଙ୍କୁ ଦେଇଥିଲେ। ପୂଜାର୍ଚ୍ଚନା ସରିବାପରେ ଜଜମାନ ସେବାୟତଙ୍କୁ ଦକ୍ଷିଣା ମଧ୍ୟ ଦେଇଥିଲେ। ଏହାପରେ ଅନ୍ୟ ସେବାୟତ ଆରତ ରାଉଳଙ୍କ ପୁତ୍ରମାନେ ପ୍ରଭାତ ରାଉଳ, ଧିରି ରାଉଳ, କୁଞ୍ଜିଆ ରାଉଳ ମିଶି ଦେବପ୍ରସାଦକୁ ଜଜମାନଙ୍କଠାରୁ ଆଣିଥିବା ଦକ୍ଷିଣା ମାଗିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଦେବପ୍ରସାଦଙ୍କୁ ଉପରୋକ୍ତ ସେବାୟତମାନେ ଏକ ମାର୍କେଟ କମ୍ପ୍ଲେକ୍ସ ଘରେ ପୁରାଇ କାଠଫାଳିଆରେ ନିସ୍ତୁକ ମାଡ଼ ମାରିଥିଲେ। ସେହି ମାଡ଼ରେ ଦେବ ପ୍ରସାଦଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ଖବର ପାଇଁ ତାଙ୍କର ବୋଉ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କ ବୋଉଙ୍କୁ ମଧ୍ୟ ଅଶୀଳ ଭାଷାରେ ଗାଳିଗୁଲଜ କରି ଧକ୍କା ମାରିବା ସହିତ ଦେବପ୍ରସାଦକୁ କହିଥିଲେଯେ ତୁ ମନ୍ଦିରକୁ ଆସିଲେ ତତେ ଜୀବନରୁ ମାରିଦେବୁବୋଲି ଅଭିଯୋଗରେ ଦର୍ଶାଇ ତିର୍ତ୍ତୋଲ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ଏହି ଘଟଣାର କୌଣସି ପଦକ୍ଷେପ ନନେବାରୁ ଦେବପ୍ରସାଦ ତାଙ୍କ ମାଙ୍କୁ ସାଥିରେ ଧରି ମନ୍ଦିରର ସିଂହଦ୍ୱାର ନିକଟରେ ଦିନ ୧୨ଟାରୁ ଖବର ଲେଖାହେବା ପର୍ଯ୍ୟନ୍ତ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ଏହି ସେବାୟତ ବିବାଦକୁ ନେଇ ସେବାୟତ ଶାରଦା ରାଉଳ ତିର୍ତ୍ତୋଲ ଥାନାରେ ପାଲଟା ଅଭିଯୋଗ କରିଥିବା ଜଣାପଡ଼ିଛି। ଅଭିଯୋଗରେ ଦର୍ଶାଇଛନ୍ତିଯେ ଆଜି ଦିନ ୧୧ଟା ସମୟରେ ଢ଼େଙ୍କାନାଳ ଅଞ୍ଚଳର ଆମ ଜଜମାନ ଆସିଥିବାବେଳେ ସେବାୟତ ଦେବପ୍ରସାଦ ରାଉଳ ତାଙ୍କ ଭୋଗ କରୁଥିବାବେଳେ ମୋଭାଇ କୁନୁ ରାଉଳ ଆସି ମୋତେ କହିଲାଯେ ଆମର ଜଜମାନକୁ ଦେବ ପ୍ରସାଦ ଭୋଗକରିବାସହିତ ଯୋର ଜବରଦସ୍ତ ଦକ୍ଷିଣା ଆଦାୟ କରୁଛି। ଶାରଦା ଏକଥା ଶୁଣି ଦେବା ପ୍ରସାଦକୁ ପଚାରିବାରୁ ମୁଁ ପୂଜା କଲି ତୋର କଣ ଅଛିବୋଲି କହିଲା। ଏହାପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଦେବ ପ୍ରସାଦ କାଠଫାଳିଆରେ ବାଡ଼େଇବା ସହିତ ତାଙ୍କର ଭାଇମାନଙ୍କୁ ଗୋଟିଗୋଟି କରି ହାଣିଦେବାପାଇଁ ଧମକ ଦେଇଥିଲା ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ଧାରଣା ହଟିନଥିବାବେଳେ ଘଟଣାର କୌଣସି ସମାଧାନ ହୋଇନଥିବା ଜଣାପଡ଼ିଛି। ମନ୍ଦିର ପରିସରରେ ଏକ ପୋଲିସ ଫାଣ୍ଡି ରହିଥିଲେ ମଧ୍ୟ ବାରମ୍ବାର ମନ୍ଦିରରେ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ଓ ଶ୍ରଦ୍ଧାଳୁଙ୍କ ପ୍ରତି ହେଉଥିବା ର୍ଦୁବ୍ୟବହାର ପ୍ରତି କୌଣସି ଆଖିଦୃଷ୍ଟିଅ ପଦକ୍ଷେପ ନିଆଯାଉନଥିବାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top