ଶ୍ରଦ୍ଧାରେ ଅଙ୍କୁଶ ମେମୋରିଏଲ ହଲ୍ ଉଦ୍ଘାଟିତ

ରାଉରକେଲା ୩୦-୪ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସୁନୀତା ମୁଖାର୍ଜୀଙ୍କ ସୁପୁତ୍ର ସ୍ୱର୍ଗତ ଅଂକୁଶ ଠାକୁରତାଙ୍କ ସ୍ମୃତିରେ ଶ୍ରଦ୍ଧାର ସ୍ୱତନ୍ତ୍ର ବିଦ୍ୟାଳୟ ପରିସର ମ୍ମରେ ଅଂକୁଶ “ସ୍ମୃତି ସଦନ” କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଡ. ପ୍ରଭାତ କୁମାର ମଲ୍ଲିକଙ୍କ ଦ୍ୱାର ଉଦ୍ଦଘାଟିତ ହୋଇଥିଲା। ଡ. ମଲ୍ଲିକ ତାଙ୍କ ଉଦ୍ଦଘାଟନି ବକ୍ତବ୍ୟରେ କହିଥିଲେ ଯେ ମା ବାପା ଥାଉ ଥାଉଁ ତାପୂର୍ବରୁ ତାଙ୍କର ଭେଣ୍ଡିଆ ପୁତ୍ର ଚାଳିଯିବା କେତେ ଯେ ଦୁଃଖ ଓ ଯନ୍ତ୍ରଣା ଦାୟକ ତାହା କେବଳ ସେହି ମାଁ, ବାପା ଙ୍କ ବ୍ୟତିତ ଅନ୍ୟ କେହି ହୃଦୟଙ୍ଗମ କରିପାରିବ ନାହିଁ। କିନ୍ତୁ ତାଙ୍କର ପରଲୋକଗତ ଆୟୁଷ୍ମାନ ପୁତ୍ର ସ୍ମୃତି ପାଇଁ ଅଂକୁଶ ସ୍ମୃତି ସଦନ ଆମ ସମସ୍ତଙ୍କ ନିକଟରେ ଚିରସ୍ମରଣୀୟ ହୋଇ ରହିବ। ତାଙ୍କର ପାର୍ଥୀବ ଶରୀର ଆମ ପାଖରେ ନାହିଁ ସତ ଅଂକୁଶର ଅର୍ନ୍ତାତ୍ମା ଚିରଦିନ ଜୀବନ୍ତ ହୋଇ ଏହି ପିଲାମାନଙ୍କ ଗହଣରେ ସବୁଦିନ ହସୁଥିବ। ସମ୍ମାନୀୟା ଅତିଥିଭାବେ ମାଉସୀ ସବିତା ଭଟ୍ଟାଚାର୍ଯ୍ୟ ଓ ପିଉସୀ ଶ୍ରମତୀ ସବିତା ଭଟ୍ଟାଚାର୍ଯ୍ୟ ଅଂକୁଶର ସ୍ମୃତି ଚାରଣ କରି ଦର୍ଶାଇଥିଲେ ଯେ ଅଂକୁଶ ଆମ୍ଭ ମାନଙ୍କୁ ଛାଡି ଏକ ଦିବାତ୍ମା ପାଲଟିଗଲା। ତା ଭଳି ସରସ ଓ ସୁନ୍ଦର ଉଚ୍ଚ ବୁଦ୍ଧି ସମ୍ପର୍ଣ୍ଣ ପିଲା ଆଉ ଆମ୍ଭେ ପାଇପାରିବୁ ନାହିଁ। କାର୍ଯ୍ୟକ୍ରମର ଅନ୍ୟତମ ସମ୍ମାନୀୟ ଅତିଥି, ମନୋସ୍ତତ୍ୱ ବିଭାଗର ମୁଖ୍ୟ ଡ. ଆର.କେ. ବିଶ୍ୱାଳ ଯୋଗଦେଇ ଅଂକୁଶ ର ପରିବାରକୁ ଧନ୍ୟବାଦ ଜଣାଇବା ସହିତ ଶ୍ରଦ୍ଧାର ଚଳିତ କାର୍ଯ୍ୟକ୍ରମକୁ ଆଗେଇନେବାକୁ ଅନୁରୋଧ କରିଥିଲେ ଏବଂ ସମାଜର ମୁଖ୍ୟ ସ୍ରୋତକୁ ମାନସିକ ଭିନ୍ନକ୍ଷମ ମାନଙ୍କୁ କିପରି ଅଣାଯାଇପାରିବ, ଶିଶୁ ମାନଙ୍କ ଅଧିକାର ଏବଂ ଘରୋଇ ପରିଚାଳିତ ତାଳିମ ପ୍ରକ୍ରିୟାରେ ଏହି ପିଲାମାନଙ୍କୁ କିପରି ସ୍ୱାବଲମ୍ବନଶୀଳ କରିପାରି ସେହି ବିଷୟରେ ଆଳୋକପାତ କରିଥିଲେ। ଦ୍ୱୀତୀୟ ପର୍ଯ୍ୟାୟରେ ଅନୁଷ୍ଠାନ ର ସାଧାରଣ ସଂପାଦକ କାର୍ତିକ ଚନ୍ଦ୍ର ପାଣ୍ଡବଙ୍କ ପୌରହିତରେ ଅଭିଭାବକ ପରାମର୍ଶ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ହୋମ ଏଣ୍ଡ୍ ହୋପର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବନ୍ଦନା ପଟ୍ଟନାୟକ- ମାନସିକ ଭିନ୍ନକ୍ଷମ ପିଲାମାନଙ୍କର ଯତ୍ନ ଓ ସୁରକ୍ଷା ଉପରେ ଅଭିଭାବଙ୍କର ଭୁମିକା ବିଷୟରେ ଏବଂ ସେହି ଅନୁଷ୍ଠାନର ଶିକ୍ଷୟତ୍ରୀ ଶ୍ରୀମତୀ ପଦ୍ମୀନୀ ଦାସ – ଭିନ୍ନକ୍ଷମ ପିଲାମାନଙ୍କର ବ୍ୟବହାରୀକ ସମସ୍ୟା ଉପରେ ବକ୍ତବ୍ୟ ରଖିଥିଲେ।କାର୍ତିକ ଚନ୍ଦ୍ର ପାଣ୍ଡବ ମ୍ମ ସସକ୍ତ ଅଭିଯାନ ଓ ଭିନ୍ନକ୍ଷମ ଆଇନ ୨୦୧୬ ଉପରେ ବିବରଣୀ ପ୍ରଦାନ କରିଥିଲେ। ଏହି ଅଭିଯାନର ଅଭିଲକ୍ଷ୍ୟ ହେଲା ରାଜ୍ୟଠାରୁ ଆରମ୍ଭ କରି ଜିଲ୍ଲା, ବ୍ଲକ, ପଂଚାୟତ ଓ ଗ୍ରାମ ସ୍ତରରେ ବିଭିନ୍ନ ଶ୍ରେଣୀର ଭିନ୍ନକ୍ଷମତା ଦିବ୍ୟାଙ୍ଗ ମାନଙ୍କ ଅଧିକାର ଇତ୍ୟାଦି ଭିନ୍ନକ୍ଷମ ସଂପର୍କିତ ବିଭିନ୍ନ ପ୍ରସଙ୍ଗ ସଂପର୍କରେ ସଚେତନତା ସୃଷ୍ଟି କରିବା। ଏହି ଅଭିଯାନ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ହେଲା ଆଇନ ବ୍ୟବସ୍ଥା ମ୍ମରେ ଉପଲବ୍ଧ ବିଭି୍ନ୍ନ ପ୍ରକାରର ସରକାରୀ ଯୋଜନା ଓ ସୁବିଧା ସୁଯୋଗ ସଂପର୍କିତ ସୂଚନା ଗୁଡିକର ପ୍ରସାରଣ କରିବା।ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି କାର୍ଯ୍ୟକ୍ରମରେ ଅ୍ମକ୍ଷତା କରି ଶ୍ରୀ ପଶୁପତି ନାଥ ଚାଟ୍ଟର୍ଜୀ ଦର୍ଶାଇଥିଲେ ଯେ ଶ୍ରଦ୍ଧା ଦିର୍ଘର୍ଦିନ ଧରି ଏକାକୀ ସଂର୍ଘଷ କରି ଆସିଥିଲେ ଓ ଆଜିର ଦିନରେ ବହୁ ବ୍ୟକ୍ତି ବିଶେଷ ଅନୁଷ୍ଠାନ, ସମାଜସେବୀ, ବଦାନ୍ୟବ୍ୟକ୍ତି ବିଶେଷ ମାନଙ୍କ ସହାୟତାରେ ଶ୍ରଦ୍ଧା ଆଜି କିଛି ଆଖି ଦୃଶିଆ କାମ କରି ପାରିଛି। ଯେଭଳି ଆଜି ଶ୍ରୀମତୀ ସୁନିତା ମୁଖାର୍ଜୀଙ୍କ ସହାୟତାରେ ତାଙ୍କ ସୁପୁତ୍ର ଅଂକୁଶ ମେମୋରିଆଲ ହଲ୍ ପ୍ରତିଷ୍ଠା ହୋଇଛି ଯାହା ଆମ ପାଇଁ ନିହାତି ପୟୋଜନ ଥିଲା। ଏହି ଅବସରରେ ନୟାବଜାର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ନାୟକ, ବିବେକାନନ୍ଦ ବିଦ୍ୟାଳର ର ଶ୍ରୀ ରସ୍ମିତ ସାହାଣୀ, ଦିବ୍ୟଜୀବନ ସଂଘର ସଂପାଦକ ଶ୍ରୀ ରବିନ୍ଦ୍ର କୁମାର ପାଣ୍ଡବ, ହୋମିଓପେଥିକ କଲେଜର ଡା. ପ୍ରଭାକର ନାୟକ ପ୍ରଭୃତି ଉପସ୍ଥିତ ଥିଲେ। ଶେଷରେ ଶ୍ରୀ ପାଣ୍ଡବ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭାଭଂଗ ହୋଇଥିଲା।

Leave a Reply

Your email address will not be published. Required fields are marked *