ଜିଲ୍ଲା ପରିକ୍ରମା

ଶ୍ମସାନ ଜମି ବିବାଦକୁ ନେଇ ରାଇଘରରେ ରାସ୍ତାରୋକ

ନବରଙ୍ଗପୁର ୨୩-୯ (ଓଡ଼ିଆ ପୁଅ/କିଶୋର ପଟ୍ଟନାୟକ):ଶ୍ମସାନ ଜମିକୁ ନେଇ ରାଇଘରରେ ରାସ୍ତାରୋକ କରାଯାଇଛି। ଏହି ରାସ୍ତାରୋକକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏଯାଏଁ ସମାଧାନ ହୋଇପାରିନାହିଁ।ଘଟଣା ଅନୁଯାୟୀ, ରାଇଘରର ପତ୍ରକୋଟି ଓ ଧଡ୍ରାପାରା ବାସୀଙ୍କ ମଧ୍ୟରେ ଶବସତ୍ସାରକୁ ନେଇ ବିବାଦ ଆରମ୍ଭ ହୋଇଛି। ରାଇଘରର ପତ୍ରକୋଟି ସାହି ଓ ହରିଜନ ବସ୍ତିବାସୀଙ୍କ ପାଇଁ ଶବ ସତ୍ସାର ଶକାସେ ଧଡ୍ରାପାରାଠାରେ ଥିବା ଶ୍ନସାନକୁ ଦୀର୍ଘ ବର୍ଷଧରି ବ୍ୟବହାର କରାଯାଉଥିଲା। କିଛିଦିନ ପୂର୍ବେ ଏହି ଶ୍ନଶାନରେ ଥିବା ଏକ ଗୃହକୁ ପତ୍ରକୋଟି ଗାମ୍ରବାସୀ ଭାଙ୍ଗିଥିବା ଅଭିଯୋଗ ହୋଇଥିଲା। ସେଠାରୁ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ତିକ୍ତତା ବଢି ଏହି ଘଟଣା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ପହଞ୍ଚିଥିଲା। ଜିଲ୍ଲାପାଳ ଏହି ବିବାଦୀୟ ଶ୍ନସାନ ଘଟଣାରେ ଆପୋଷ ବୁଛାମଣା ନହେବା ଯାଏଁ ଉଭୟ ପକ୍ଷଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ବାରଣ କରିଥିଲେ। ତେବେ ବୁଧବାର ଦିନ ୧୧ଟା ସମୟରେ ପତ୍ରକୋଟି ଭିମାଛକ ବାସୀନ୍ଦା ଜଗନ୍ନାଥ ହରିଜନଙ୍କ ମାଆ ଗୁରୁବାରୀ ହରିଜନଙ୍କ ମୃତ୍ତୁ୍ୟ ଘଟିଥିଲା। ଶବକୁ ନେଇ ଗ୍ରାମବାସୀମାନେ ଶ୍ନସାନକୁ ପହଞ୍ଚିବାରେ ଧଡ୍ରାପାରା ବାସୀନ୍ଦା ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟଙ୍କ ପକ୍ଷରେ ଗଣ୍ଡଗଳ ସୃଷ୍ଟି ହୋଇଥିଲା। ଉତ୍ତେଜନା ପ୍ରକାଶ ପାଇବାପରେ ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ ପୋଲିସକୁ ନିୟୋଜିତ କରାଯାଇଥିବା ରାଇଘର ଥାନା ଅଧିକାରୀ ରଶ୍ନୀ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ତହସିଲଦାର ହଳଧର ଶବର ଘଟଣାକୁ ଅନୁଧ୍ୟାନ କରୁଥିବାବେଳେ ଖବର ଲେଖା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ଘଟଣା ସ୍ଥଳକୁ ପହଞ୍ଚି ନାହାଁନ୍ତି। ଏ ପର୍ଯ୍ୟନ୍ତ ଶବକୁ ନେଇ ରାସ୍ତା ଅବରୋଧ କରାଯାଇଥିବାବେଳେ ଶ୍ନସାନ ଜମି ଚିହ୍ନଟ ନହେବା ଯାଏଁ ରାସ୍ତା ଅବରୋଧ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଜିଦ୍ ଧରି ବସିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top