ଶୋଫାଳୀ ଗ୍ଲୋରୀକୁଇନ୍ ମୁକୁଟ ପିଦ୍ଧିଲେ

ପୁରୀ, ୧୪/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଜାତୀୟ ଯୁବ ସମ୍ମାନୀତ କେନ୍ଦ୍ରପକ୍ଷରୁ ପୁରୀ ବେଳା ଭୂମୀ ଠାରେ ଆୟୋଜିତ ୨୩ ତମ ଗ୍ଲୋରୀ ଫେଷ୍ଟ ଉଦଯାପିତ ହୋଇଯାଇଛି। ଶେଷ ସମ୍ମାନିତ ଗ୍ଲୋରୀ ଫେଷ୍ଟର ମୁଖ୍ୟ ଆକର୍ଷଣ ଗ୍ଲୋରୀ କୁଇନ ରାତି ୧୧ ଟାରେ ଘୋଷିତ ହୋଇଥିଲା। ୧ ମ୍ବର ସ୍ଥାନରେ ରହି ଏହି ମୁକୁଟ ପିନ୍ଧିଛନ୍ତି ବିଜେବି ଅଟୋନୋମୋସ କଲେଜ ଛାତ୍ରୀ ଶେଫାଳୀ ଉଦ୍ଗାତା। ଜୁରୀଙ୍କ ବିଭିନ୍ନ ପ୍ରଶ୍ନର ବେଶ ଚମତ୍କାର ଉତରଦେବା ସହ ଧାର୍ଯ୍ୟ ସମସ୍ତ ପରୀକ୍ଷାକୁ ଅତି ସହଜରେ ପାର କରି ସେ ଏହି ଗୌରବ ହାସଲ କରିଛନ୍ତି। ଗ୍ଲେରୀ କୁଇନ ପ୍ରତିଯୋଗିତାରେ ୧୦ ଜଣ ପ୍ରତିଯୋଗିତା ମଧ୍ୟରେ ଗତ କାଲି ମଂଚ ଉପରେ ପ୍ରତିଯୋଗିତା କରାଯାଇଥିଲା। ଜାତୀୟ ସ୍ତରୀୟ ଅନ୍ତଃ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଏହି ସାଂସ୍କୃତିକ ଉତ୍ସବର ଉଦଯାପଦୀ ଉତ୍ସବରେ ସାଂସଦ ପିନାକୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଂଗ ଦେଇଥିବା ବେଳେ ନଗରପାଳ ଜୟନ୍ତ କୁମାର ଷଢଙ୍ଗୀ, ଲଜିଙ୍ଗ ହାଉସ ଫଣ୍ଡ ସଭାପତି ସବ୍ୟସାଚୀ ମହାପାତ୍ର ପ୍ରମୁଖ ଯୋଗଦେଇ କୃତୀ ପ୍ରତିଯୋଗିମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଓଡିଶା ତଥା ବଲିଉଡର ବିଶିଷ୍ଟ କଳାକାର ତଥା ଇଣ୍ଡିଆନ ଆଇଡଲର ଫାଇନାଲଇଷ୍ଟ ବିଶ୍ୱାସ ରାୟ ଏବଂ ଏସିଆର ସିଙ୍ଗିଙ୍ଗ ସୁପର ଷ୍ଟାର ରାଡନୀ ତ୍ୟାଗରାଜ ମନୋରଂଜନ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ। ରଂଗବତି, ତେରେରସ୍କକେ କମର, ସୁନରାହାହେତୁ, ମେତେନୁ ସମଝାଓକି, ଫ୍ୟାସନ କା ଜଲ୍ୱା ଲୋକପ୍ରିୟ ଗୀତ ଗାଇ ମଂଚ ତଳକୁ ଦର୍ଶକ ଙ୍କ ପାଖକୁ ଚାଲି ଆସିଥିଲେ ରାଗନୀ। ହଜାର, ହଜାର କଳା ପ୍ରେମୀ ଖୋଲା ଆକାଶ ତଳେ ମଜି ଯାଇଥିଲେ।

Leave a Reply

Your email address will not be published. Required fields are marked *