ଶୋକାକୁଳ ପରିବେଶରେ ଜଳିଲା ରାଜେନ୍ଦ୍ରଙ୍କ ଜୁଇ

ଗଞ୍ଜାମ ୯-୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) କର୍ଣ୍ଣୁଲ ବିସ୍ଫୋରଣ ଘଟଣାରେ ଗୁରୁତର ଥାଇ ମୃତ୍ୟୁବରଣ କରିଥିବା ଗଂଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ସାନରାମଚନ୍ଦ୍ରପୁର ପଂଚାୟତର ଡିଆଁଡେଇଁ ଗ୍ରାମର ରାଜେନ୍ଦ୍ର ନାହାକଙ୍କ ଶବ ସତ୍କାର ତାଙ୍କ ନିଜ ଗ୍ରାମରେ ସମ୍ପନ୍ନ ହୋଇଛି। ଆମ୍ବୁଲାନ୍ସ ଯୋଗେ ମରଶରୀର ଆସି ପହଂଚିବା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପୂର୍ବରୁ ବନ୍ଧତଳ ନୂଆଗାଁର ଦୁଇଜଣ ଓ ରାଧାଗୋବିନ୍ଦପୁର ଗ୍ରାମର ଜଣଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଏବେ ବି ଦୁଇ ଜଣଙ୍କର ଚିକିତ୍ସା ଚାଲିଛି। ମୃତକଙ୍କ ପରିବାରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ କ୍ଷତିପୂରଣ ପ୍ରଦାନ ପାଇଁ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *