ଅପରାଧ

ଶୋଇଥିବା ଅବସ୍ଥାରେ ଶାବଳ ଆକ୍ରମଣରେ ବୃଦ୍ଧ ଗୁରୁତର

ହରିଚନ୍ଦନପୁର, ତା ୯ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ଥାନା ଅନ୍ତର୍ଗତ ଜିରାଙ୍ଗ ଗ୍ରାମ ପଞ୍ଚାୟତର କଳାପାଟ ଗ୍ରାମର ଗୋବର୍ଦ୍ଧନ ମହାନ୍ତ(୫୦) ଶୋଇଥିବା ସମୟରେ ଗ୍ରାମର ବୁଧୁରାମ ମୁଣ୍ଡା କୌଣସି କାରଣରୁ ଏକ ଶାବଳରେ ଆକ୍ରମଣ କରିଥିଲେ, ଫଳରେ ଗୋବର୍ଦ୍ଧନ ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ। ସୂଚନା ଅନୁଯାୟୀ ଗତ ବୁଧବାର ଦିନ ସକାଳ ୪ଟା ସମୟରେ ଗୋବର୍ଦ୍ଧନ ଶୋଇଥିବା ଅବସ୍ଥାରେ ବୁଧୁରାମ ଏକ ଲୁହା ଶାବଳରେ ମାରି ଗୁରୁତର କରିଥିବାର ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପରିବାରର ଲୋକମାନେ ଦେଖି ସଙ୍ଗେ ସଙ୍ଗେ କଳାପାଟ ସ୍ୱାସ୍ଥ୍ୟରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଚାଲିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଗୋବଦ୍ଧନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବାର ଜଣାପଡିଛି। ଏହି ଘଟଣାକୁ ନେଇ ପରିବାରର ଲୋକମାନେ ଶୁକ୍ରବାର ଦିନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବାର ସୂଚନା ମିଳିଛି। ଅଭିଯୋଗକୁ ଭିର୍ତି କରି ହରିଚନ୍ଦନପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top