ଶେଷ ହେଲା ରଥାରୁଢ ମହାପ୍ରଭୁଙ୍କ ଅଧରନୀତି

ପୁରୀ:୨୪/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ଆଜି ଗରୁଡ଼ ଶୟନ ଦ୍ୱାଦଶୀ ଅବସରରେ ରଥାରୁଡ଼ ମହାପ୍ରଭୁଙ୍କ ନିକଟରେ ଅଧରନୀତି ସଂପନ୍ନ ହୋଇଛି। କୁମ୍ଭକାର ସେବାୟତ ଭିନ୍ନ ଶୈଳିରେ ୯ଟି ଅଧର ହାଣ୍ଡି ପ୍ରସ୍ତୁତ କରିଥିଲେ। ପ୍ରତ୍ୟେକ ରଥରେ ତିନୋଟି ଲୋଖାଏଁ ଅଧର ହାଣ୍ଡି ରଖାଯାଇଥାଏ। ହାଣ୍ଡି ଗୁଡ଼ିକ ମହାପ୍ରଭୁଙ୍କର ଅଧରକୁ ସ୍ପର୍ଷ କରିଥାଏ। ମଙ୍ଗଳବାର ସଂଧ୍ୟାରେ ରଥାରୁଡ଼ ଶ୍ରୀବିଗ୍ରହ ମାନଙ୍କର ମଙ୍ଗଳ ଆଳତି, ମହଲମ ଓ ତଡ଼ପଲାଗି ନୀତି ଶେଷ ହୋଇ ସକାଳ ୮ଟାରେ ଅବକାଶ ନୀତି କରାଯାଇଥିଲା। ପରେ ବେଶ ଶେଷ ହୋଇ ଗୋପାଳ ବଲ୍ଲଭ ନୀତି ସଂପନ୍ନ କରାଯିବା ସହ ମଧ୍ୟାହ୍ନରେ ସକାଳ ଧୂପ କରାଯାଥିଲା। ଅପରାହ୍ନରେ ମହାପ୍ରଭୁଙ୍କ ମଧ୍ୟାହ୍ନଧୂପ ବଢିବା ପରେ ଅଧରପଣା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ, ରାଘବ ଦାସ ମଠ ଓ ବଡ଼ ଓଡ଼ିଆ ମଠ ପ୍ରଦତ ଛେନା, ପୁଷ୍ପ, ସର, ଖିର କଦଳୀ, ଛାଚି, ଗୋଲମରିଚ, କର୍ପୁର, ଜାଇଫଳ ଆଦିରେ ଅଧରପଣା ପ୍ରସ୍ତୁତ କରାଯିବା ପରେ ପାଳିଆ ମହାସୁଆର ଏହାକୁ ରଥ ଉପରେ ରଖିଥିଲେ। ପ୍ରତି ଠାକୁରଙ୍କ ସମ୍ମୁଖରେ ମହାପ୍ରଭୁଙ୍କ ଶ୍ରୀଅଧରକୁ ପାଇବା ଭଳି ତୁମ୍ବାକାର ତିନୋଟି ଲେଖାଏଁ ହାଣ୍ଡି ରଖାଯାଥିଲା।ପୂର୍ବରୁ ପାଣି ଆପଟମାନେ ଛାଉଣୀ ମଠ କୂଅରୁ ପାଣି ନେଇ ରଥ ଉପର ପିତଳ ହଣ୍ଡାରେ ରଖିଥିଲେ। ହାଣ୍ଡି ଗୁଡ଼ିକରେ ପଣା ରଖାଯାଇ ଶ୍ରୀଜୀଉଙ୍କ ସମ୍ମୁଖରେ ରଥାଯାଇଥିଲା। ଅଧରପଣା ଭୋଗ ହେବା ପୂର୍ବରୁ ମହାସୁଆର ଥାଇ ଭିତରରୁ, ତଳୁଛ ଓ ପାଳିଆ ପୁଷ୍ପାଳକ ଅଧର ଆଗରେ ଗାମୁଛା ଡ଼େରା ବାନ୍ଧିଥିଲେ। ଅଧର ହାଣ୍ଡି ଉପରେ ମଧ୍ୟ କରିଆ ଗାମୁଛା ପକାଯାଇଥିଲାଏହା ପରେ ପତ୍ରିବଡ଼ୁ, ସୁଆର ବଡ଼ୁ ଓ ଗରା ବଡ଼ୁ ସେବକ ତିନି ରଥ ଉପରେ ପୂଜା କରିଥିଲେ। ଏହା ପରେ ପାଳିଆ ପୂଜାପଣ୍ଡା ପଂଚୋପଚାରରେ ଭୋଗ ଲଗାଇଥିଲେ ଭୋଗ ହେବା ପରେ ଠାକୁରମାନଙ୍କ ସମ୍ମୁଖରେ ଅଦରହାଣ୍ଡି ଗୁଡ଼ିକୁ ଭାଙ୍ଗି ଦିଆଯାଇଥିଲା। ଏହି ଅଧରପଣା ରଥର ପାଶ୍ୱର୍ଦେବାଦେବୀ ଚଣ୍ଡିଚାମଣ୍ଡା ଓ ଅଶରୀରୀ ମାନଙ୍କ ପାଇଁ ଉଦିଷ୍ଟା ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଏମାନଙ୍କୁ ତୃପ୍ତ କରିବା ପାଇଁ ଏଭଳି ଅଧରପଣା ପଣା ଉଦିଷ୍ଟ ଏହି କାରଣରୁ କେହି ଅଧରପଣାକୁ ସେବନ କରିନଥିଲେ ମହାପ୍ରଭୁଙ୍କ ରଥ ଉପରେ ଏହି ଅଧରପଣା ଭୋଗ ୪୫୦ ବର୍ଷର ପୁରାତନ ପରମ୍ପରା ବୋଲି ମତଦିଅନ୍ତି ଗବେଷକ।

Leave a Reply

Your email address will not be published. Required fields are marked *