ଓଡ଼ିଶା

ଶେଷ ରଥ ସମନ୍ୱୟ ବୈଠକକୁ ବର୍ଜନ କରିବା ପାଇଁ ନିଷ୍ପତ୍ତି ! ଜିଲ୍ଲାପାଳଙ୍କୁ ବିରୋଧ କରି ଶ୍ରୀମନ୍ଦିର ପାଚେରୀରେ ପୋଷ୍ଟ

ପୁରୀ:୦୧/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଜିଲ୍ଲାପାଳଙ୍କୁ ବିରୋଧ କରି ଶ୍ରୀମନ୍ଦିରରୁ ପୋଷ୍ଟର ଜାରି। ଶ୍ରୀମନ୍ଦିରର ବିଭିନ୍ନ କାନ୍ଥରେ ପୋଷ୍ଟର ମାରି ଜିଲ୍ଲାପାଳଙ୍କୁ ଖୋଲାଖୋଲି ବିରୋଧ କଲା ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ। ୩ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଚତୁର୍ଥ ତଥା ଶେଷ ରଥ ସମନ୍ୱୟ ବୈଠକକୁ ବର୍ଜନ କରିବା ପାଇଁ ନିଷ୍ପତ୍ତି। ଗତ ନିଳାଦ୍ରୀ ବିଜେ ଠାରୁ ରାଷ୍ଟ୍ରପତିଙ୍କ ଗସ୍ତ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ସେବାୟତ ଦମନ ନୀତିକୁ ଏହି ପୋଷ୍ଟର ଜାରି କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଥିବା ରଥ ସମନ୍ୱୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିବା ବେଳେ ଜିଲ୍ଲାପାଳଙ୍କୁ ବିରୋଧ କରି ବୈଠକକୁ ନଯିବା ପାଇଁ ଆହ୍ୱାନ କରାଯାଇଛି। ତେବେ ଜିଲ୍ଲା ପ୍ରଶାସନଙ୍କ ସେବାୟତଙ୍କ ମଧ୍ୟରେ କେବଳ ଏହି ଶୀତଳ ଯୁଦ୍ଧ ଲାଗି ରହିଥିବା ବେଳେ ରଥଯାତ୍ରା କିପରି ଶୃଙ୍ଖଳିତ ହେବ ତାହା ଏବେ ବଡ ସମସ୍ୟା ସୃଷ୍ଟି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top