ଜିଲ୍ଲା ପରିକ୍ରମା

ଶେଷରେ ହେକେଟ ରୋଡ଼ର ବାଇପାସ ରାସ୍ତା ଖୋଲିଲା

ରାଉରକେଲା ୩୦-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ହେକେଟ ରୋଡ଼ ବନ୍ଦ ଓ ଖୋଲିବା ପ୍ରସଙ୍ଗରେ ଶେଷରେ ପୂର୍ଣ୍ଣଛେଦ୍ଧ ପଡ଼ିଛି। ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ ଓ ତାଙ୍କ ପ୍ରତିନିଧିମଣ୍ଡଳୀ, ଆରଏସପିର ବରିଷ୍ଠ ପଦାଧିକାରୀଙ୍କ ଦୀର୍ଘ ଘଂଟା ଆଲୋଚନା ପରେ ହେକେଟ ରୋଡ଼ ପାଖରେ ଥିବା ବାଇପାସ ରାସ୍ତାକୁ ଆରଏସପି ପକ୍ଷରୁ ମରାମତି କରାଯାଇ ସାମୟିକ ଭାବେ ସର୍ବସାଧାରଣଙ୍କ ଯାତାୟତ ନିମନ୍ତେ ଶନିବାର ଠାରୁ ଖୋଲି ଦିଆଯାଇଛି। ରାସ୍ତା ଖୋଲିବା ପରେ ଦକ୍ଷିଣ ରାଉରକେଲାବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି। ଅପରପକ୍ଷରେ ହେକେଟ ରୋଡ଼ ଖୋଲିବା ନେଇ ବିଜେଡ଼ି ପକ୍ଷରୁ ହେବାକୁ ଥିବା ଗଣ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ରାସ୍ତାରେ ଜମା ହୋଇଥିବା ସ୍ଲାଗକୁ ୨ ମାସ ମଧ୍ୟରେ ଉଠାଯିବା ସହ ହନୁମାନ ବାଟିକା ଠାରୁ ତରକେରା କଲୋନୀ ପର୍ଯ୍ୟନ୍ତ ରାସ୍ତା ଆରଏସପି ପକ୍ଷରୁ ତିଆରି କରାଯିବ ବୋଲି ଆରଏସପି ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଛି ବୋଲି ବିଧାୟକ ଶ୍ରୀ ତରାଇ ପ୍ରକାଶ କରିଥିଲେ। ମାତ୍ର ଆରଏସପି ଯଦି ନିଜର ପ୍ରତିଶୃତିରୁ ଭବିଷ୍ୟତରେ ଓହରିଯାଏ, ତେବେ ବିଜେଡ଼ି ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ପ୍ରକାଶ ଥାଉକି, ଗତ ୨୫ ଦିନ ତଳେ ଜୁନ ୩ ତାରିଖରେ ଶୀତଳପଡ଼ା ଅଂଚଳର ୫ ଜଣ ଯୁବକ ଚୋରି କରିବା ଉଦ୍ଦେଶ୍ୟରେ ହେକେଟ ରୋଡ଼ର ଟନେଲ ନଂ-୯ରେ ପଶି କାରଖାନା ଭିତରକୁ ପଶିବା ବେଳେ, ଡ୍ରେନରେ ରହି ମୃତ୍ୟୁବରଣ କରିଥିଲେ। ସେମାନଙ୍କୁ ଉଦ୍ଧାର କରିବା ଲାଗି ଟନେଲ ଖୋଳା ଯୋଗୁ ଆରଏସପି ପକ୍ଷରୁ ହେକେଟ ରୋଡ଼କୁ ବନ୍ଦ କରାଯାଇଥିଲା। ମାତ୍ର ଉଦ୍ଧାର କାର୍ଯ୍ୟ ସରିବା ପରେ ମଧ୍ୟ ରାସ୍ତା ନଖୋଲିବାରୁ ବିଭିନ୍ନ ମହଲରେ ଏହି ରାସ୍ତା ଖୋଲିବା ପାଇଁ ଦାବି କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top