ଓଡ଼ିଶା

ଶେଷରେ ଅର୍ଥସଚିବ ଓଡ଼ିଶା କର୍ମଚାରୀ ସଙ୍ଗ୍ରାମ ସହ ଆଲୋଚନା କଲେ: ୧୯ ତାରିଖ ଅର୍ଥସଚିବଙ୍କ ବାସ ଭବନ ଘେରିବା କାର୍ଯ୍ୟକ୍ରମ ସ୍ତଗିତ

ଭୁବନେଶ୍ୱର ୧୪/୦୩ (ଓଡ଼ିଆ ପୁଅ)- ଓଡ଼ିଶା କର୍ମଚାରୀ ସଙ୍ଗ୍ରାମ ସମିତି ପକ୍ଷରୁ ରାଜ୍ୟରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ ଠିକା, ଚୁକ୍ତି ଭିତ୍ତିକ ଓ ଆଉଟସୋର୍ସିଂ କର୍ମଚାରୀ ଙ୍କ ସମସ୍ୟା କୁ ନେଇ ଓଡ଼ିଶାର ମାନନୀୟ ଅର୍ଥ ବିଭାଗ ପ୍ରମୁଖ ସଚିବଙ୍କ ସହ ଦୀର୍ଘ ୨ ଘଣ୍ଟା ଆଲୋଚନା କରାଯାଇଥିବା ସଂଗ୍ରାମ ସମିତିର ପ୍ରତିନିଥି ମାନେ ତୁରନ୍ତ ଏ କୁତ୍ସିତ ବ୍ୟବସ୍ଥା ପ୍ରତ୍ୟାହାର କରି ସମସ୍ତ ଙ୍କୁ ସ୍ଥାୟୀ ଘୋଷଣା କରିବେ, ଅନ୍ୟାୟ ଛଟେଇ ଓ ଶୋଷଣ କୁ ବନ୍ଦ କରିବା, ଟେମ୍ପୋରାରୀ ଷ୍ଟାଟସ କର୍ମଚାରୀ ଙ୍କୁ ୭ମ ବେତନ ୦୧/୦୧/୨୦୧୬ ରିଖରୁ ପ୍ରଦାନ କରିବା ସରକାରୀ ହାଇସ୍କୁଲର ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କ ୧୦% ବର୍ଦ୍ଧିତ ବକେୟା ସହ ସ୍ଥାୟୀ କରିବା, ଡିଏଲ୍‌ଆର୍‌କର୍ମଚାରୀଙ୍କୁ ସ୍ଥାୟୀ, ୱାଇପି କର୍ମଚାରୀ ଙ୍କୁ ପୁନ ନିଯୁକ୍ତି ପ୍ରଦାନ ସଂମ୍ପର୍କରେ ଆଲୋଚନା କରାଯାଇ ସକରାତ୍ମକ ପଦକ୍ଷେପ ନେବାକୁ ପ୍ରମୁଖ ଶାସନ ସଚିବ ପ୍ରତିନିଧି ମାନଙ୍କୁ ପ୍ରତିଶୃତି ଦେଇଥିଲେ। ଏ ସମ୍ପର୍କରେ ବଜେ୍‌ଟ ଅଧିବେଶନ ପରେ ପରେ ଏକ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ କମିଟି ବସି ନିଷ୍ପତ୍ତି ନିଆଯିବ ବୋଲି ପ୍ରମୁଖ ଶାସନ ସଚିବ ପ୍ରତିନିଧି ମାନଙ୍କୁ ପ୍ରତିଶୃତି ଦେଇଥିଲେ। ମହିଳା ଆଉଟସୋର୍ସିଙ୍ଗ କର୍ମଚାରୀ ଓ ଠିକା କର୍ମଚାରୀଙ୍କୁ ତୁରନ୍ତ ମାତୃତ୍ୱ ଛୁଟି ଓ ୧୫ ଦିନ ସାମୟିକ ଛୁଟି ପ୍ରଦାନ ଆଦେଶ ଶିଘ୍ର କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ।

ପ୍ରମୁଖ ଶାସନ ସଚିବ ଙ୍କ ଏହି ପ୍ରତିଶୃତି କୁ ସମ୍ମାନ ଜଣାଇ ସଙ୍ଗ୍ରାମ ସମିତି ପକ୍ଷରୁ ଆସନ୍ତା ୧୯ ତାରିଖରେ ଦିଆଯାଇଥିବା ଅର୍ଥ ସଚିବ ଙ୍କୁ ଘେରିବା ଚାଲ କାର୍ଯ୍ୟକ୍ରମ ସ୍ଥଗିତ ରଖାଗଲା।

ଏହି ବୈଠକରେ ଅର୍ଥବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ତୁହିନ କାନ୍ତ ପାଣ୍ଡେ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରଯୁକ୍ତ ଚଣ୍ଡିକା ପ୍ରସାଦ ମହାନ୍ତି, ଉପଶାସନ ସଚିବ ଶ୍ରୀଯୁକ୍ତ ସାନ୍ତନୁ କୁମାର ସାହୁ ସମେତ ବରିଷ୍ଠ ଅଧିକାରୀ ଓ ସଙ୍ଗ୍ରାମ ସମିତି ପକ୍ଷରୁ ଅଧକ୍ଷ ଶ୍ରୀଯୁକ୍ତ ମଧୁ ମଲ୍ଲିକ, ମହାସଚିବ ଶ୍ରୀଯୁକ୍ତ ପ୍ରଭାତ ମହାନ୍ତି, ସଙ୍ଗଠନ ସମ୍ପାଦକ ଶ୍ରୀଯୁକ୍ତ ମିହିର ନାରାୟଣ ଜେନା, ବିଜୟ ମଲ୍ଳ, କ୍ଷିତିଶ ପଣ୍ଡା, ସଞ୍ଜୟ କୁମାର ପଟ୍ଟନାୟକ, ସଚିତ୍ର ଦାସ, ସତ୍ୟବ୍ରତ ବାରିକ, ପ୍ରତାପ ନାଥ, ଶିକ୍ଷକ ନେତା ଶୁଭ୍ରଜିତ ପ୍ରତିହାରୀ ଭାଗ ନେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top