ଶୀତଳଷଷ୍ଠୀ ପାଇଁ ବ୍ୟାପକ ସଫେଇ

ସମ୍ବଲପୁର, ୨୬/୫ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ଗତକାଲି ଠାରୁ ଶୀତଳଷଷ୍ଠୀ ପର୍ବର ଶୁଭାରମ୍ଭ ହୋଇଛି। ଏହାର ଅବ୍ୟବହିତ ପୂର୍ବରୁ ସହରରେ ବ୍ୟାପକ ପ୍ରସ୍ତୁତି ହୋଇଯାଇଛି। ବିଶେଷକରି ସହରତମାମ ବଡ଼ଧରଣର ସଫେଇ କାର୍ଯ୍ୟ ସମ୍ପାଦନ କରାଯାଇଛି। ସମ୍ବଲପୁର ମହାନଗର ନିଗମର କମିଶନର ବିମଳେନ୍ଦୁ ରାୟ, ଉପକମିଶନର ସୁଧାଂଶୁ ଭୋଇଙ୍କ ସହଯୋଗରେ ତଥା ସ୍ୱାସ୍ଥ୍ୟ ଅଧିକାରୀ ଡା. ମହେନ୍ଦ୍ର ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାସ୍ତାଘାଟ, ନାଳନର୍ଦ୍ଦମାର ବ୍ୟାପକ ସଫେଇ କରାଯାଇଛି। ବହୁ ସଂଖ୍ୟକ ସଫେଇ କର୍ମଚାରୀ ଦଳ ଦଳ ହୋଇ ଯାତ୍ରା ଯିବା ସ୍ଥାନଗୁଡ଼ିକରେ ସଫେଇ କାର୍ଯ୍ୟ କରିଛନ୍ତି। ଆବର୍ଜନା ସ୍ଥାନାନ୍ତରଣ ପାଇଁ ବହୁଗୁଡ଼ିଏ ଟ୍ରାକ୍ଟର ବ୍ୟବହୃତ ହୋଇଛି। ନର୍ଦ୍ଦମାଗୁଡ଼ିକରୁ ବହୁ ପରିମାଣର ଆବର୍ଜନା କଢ଼ାଯାଇଛି। ରାସ୍ତା ଉପରେ ଗୃହନିର୍ମାଣ ସାମଗ୍ରୀ ଯଥା ଗେଟି, ବାଲି, ଇଟା ଆଦି ପକାଇ ନ ରଖି ତୁରନ୍ତ ଉଠାଇ ନେବାକୁ ମହାନଗର ନିଗମ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *