ଶୀତଳଷଷ୍ଠି ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ ୭ ଜୁନ୍ (ଓଡ଼ିଆ ପୁଅ) ପ୍ରତିବର୍ଷ ପରି ଚଳିତ ବର୍ଷ ଅଠରତମ ଶୀତଳ ଷଷ୍ଠି ଯାତ୍ରା କିପରି ପାଳିତ ହେବ ସେ ନେଇ ହାଟପଦା ସ୍ତିତ ଭାଗବତ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଓ କର୍ମକର୍ତ୍ତା ଚୟନ କରାଯାଇଛି। ବରପିତା ଓ ମତ ରୂପେ ଶିରଭଟା ପଡା ନିବାସୀ ଖଗେଶ୍ୱର ବଗର୍ତ୍ତି ଓ ରୂପେ ବଗର୍ତ୍ତି ଦାଇତ୍ୱ ଗ୍ରହଣ କରିଥିବା ବେଳେ କନ୍ୟାପିତା ରୂପେ ହାଟପଦା ନିବାସୀ ନାରାୟଣ ସାହୁ ଓ ପୁଷ୍ପାଞ୍ଜଳି ସାହୁ ଦାଇତ୍ୱ ଗ୍ରହଣ କରିଛନ୍ତି। ତେବେ ସହର ଏହି ଅଠରତମ ଶୀତଳଷଷ୍ଠି ପାଳନ ନେଇ କିପରି ଶାନ୍ତି ଶୃଙ୍ଖଳାରେ ପାଳନ କରାଯିବ ଓ ନା ନା ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଯଥାରୀତି ପୂଜା ବିଧି ପାଳନ କରାଯିବ ସେ ଆଲୋଚନା ହୋଇଥିଲା l ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ, ଲିଙ୍ଗରାଜ ସାହୁ, ସତ୍ୟଜିତ ଷଡ଼ଙ୍ଗୀ ତ୍ରୀପାଠି, ଶ୍ରୀପତି ସାହୁ, କୃଷ୍ଣ ସରାଫ, ଢାଲକ୍ନହୁ ବୁଡ଼େକ, ସଜନ ଅଗ୍ରୱାଲ, ଭବାନୀ ଷଡ଼ଙ୍ଗୀ, ପ୍ରଫୁଲ୍ଲ ବୁଡ଼େକ ଓ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *