ଶିଶୁ ହିଁ ଶ୍ରେଷ୍ଠ ସମ୍ପଦ ଜିଲ୍ଲା ସ୍କୁଲ, ଭଦ୍ରକରେ ଶିଶୁ ଦିବସ ପାଳିତ

ଭଦ୍ରକ,୧୪ା୧୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଜିଲ୍ଲା ସ୍କୁଲ୍, ଭଦ୍ରକ ଠାରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭଦ୍ରକ ମୁ୍ୟନିସିପାଲିଟିର ଚେୟାରମ୍ୟାନ  ମାନସ କୁମାର ମହାନ୍ତି ଶିଶୁମାନଙ୍କୁ ଶୃଙ୍ଖଳିତ ହେବା ସହ ସବୁ କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଉତ୍ସବରେ ଭଦ୍ରକ ମୁ୍ୟନିସିପାଲିଟିର ଏକଜୁ୍ୟକିଟିଭ୍ ଅଫିସର ହିତାଂଶୁ ଶେଖର ସାମଲ, ଭାଇସ୍ ଚେୟାରମ୍ୟାନ୍ କୌଶରା ବେଗମ ଓ ପ୍ରାକ୍ତନ ଛାତ୍ର ସାଇ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନେହେରୁଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋଚନା କରିଥିଲେ  । ଉତ୍ସବରେ ସଭାପତିତ୍ୱ କରି ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗବନ୍ଧୁ ସାହୁ ଶିଶୁ ସମ୍ପଦର ବିକାଶ ହିଁ ପ୍ରକୃତ ବିକାଶ ବୋଲି ମତ ରଖିଥିଲେ । ଶିକ୍ଷକ ଅଶୋକ କୁମାର ଶତପଥି ସ୍ୱାଗତ ଭାଷଣ ଦେଇଥିବାବେଳେ , ରତିକାନ୍ତ ବେହେରା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ଧିରାମଣୀ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ତପସ୍ୱିନୀ ଦାସ, ନରେନ୍ଦ୍ର ପ୍ରସାଦ ସାହୁ, ସଚ୍ଚିକାନ୍ତ ପତି, ଶରତ ନାୟକ, ମିଲି ପରିଡା, ଅକ୍ଷୟ କୁମାର ନାୟକ ପ୍ରଭୃତି ଜବାହାରଲାଲ ନେହେରୁଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ରବିନାରାୟଣ ମହାନ୍ତିଙ୍କ ଦ୍ୱାରା ସ୍ଥାପିତ ‘ସାଧନା ଏଜୁକେସନାଲ ସୋସାଇଟି’ ତରଫରୁ ବିଦ୍ୟାଳୟର ଛଅ ଜଣ ଆର୍ଥôକ ଦୁର୍ବଳ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯିବା ସହ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଷମା ବେହେରାଙ୍କ ତରଫରୁ ଦୁଇ ଜଣ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଥିଲା । ଶିକ୍ଷକ ମନୋଜ ରାୟ, ସମରେନ୍ଦ୍ରନାଥ ମିଶ୍ର, ଜୟନ୍ତୀ କରଶର୍ମା, ମିନତୀ ପଣ୍ଡା, ଅକ୍ଷୟ କୁମାର ସେଠୀ, ରାଜେନ୍ଦ୍ର ପ୍ରସାଦ ନାୟକ, ମୁରାଦ ଅଲ୍ଲୀ ଖାନ୍, ଶିକ୍ଷୟିତ୍ରୀ ଲିପ୍ସିତା ବିଶ୍ୱାଳ, ସୁବାସିନୀ ମିଶ୍ର, ସ୍ୱର୍ଣ୍ଣପ୍ରଭା ପ୍ରଧାନ, ସନ୍ତୋଷ କୁମାର ଦୀକ୍ଷିତ୍, ପରିଚାଳନା କମିଟି ସଭ୍ୟ ମଜିବୁର ରହେମାନ ଓ କର୍ମଚାରୀ ଦେବେନ୍ଦ୍ର ମହାପାତ୍ର, ଅମରେନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ରହି ସଭାଟିକୁ ସାଫଲ୍ୟ ମଣ୍ଡିତ କାରଇଥିଲେ  । ଶେଷରେ ଛାତ୍ରୀ ଶୁଭଲକ୍ଷ୍ମୀ ମହାନ୍ତି ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରଙ୍କ ଶପଥ “ପଢିବୁ, ଗଢିବୁ, ଶ୍ରେଷ୍ଠ ହେବୁ” ପାଠ କରାଇଥିଲେ ।

Leave a Reply

Your email address will not be published. Required fields are marked *