ଶିଶୁ ସୁରକ୍ଷା ପାଇଁ ମହମବତୀ ଶୋଭାଯାତ୍ରା

ପୁରୀ:୧୧/୬(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ନିର୍ଯାତନାରେ ଅକାଳ ମୃତ୍ୟୁ ବରଣ କରିଥିବା ଶିଶୁ କନ୍ୟାର ଅମର ଆତ୍ମାର ସଦ୍ ଗତି ପାଇଁ ଶନିବାର ସଂଧ୍ୟାରେ ପୁରୀ ପୋଲିସ ପକ୍ଷରୁ ମହମବତୀ ଶୋଭାଯାତ୍ରା ସହ ନୀରବ ପ୍ରାର୍ଥନା କରାଯାଇଛି। ସୂଚନା ଯୋଗ୍ୟ ଓଡ଼ିଶାରେ ଶିଶୁ ନିର୍ଯାତନା ଏକ ଉଦ୍ ବେଗର ବିଷୟ। କେତେକ ଶିଶୁ ଯୈାନ ନିର୍ଯାତନା ର ଶିକାର ହୋଇ ଲୋକ ଲଜ୍ୟା ଭୟରେ ଆତ୍ମହତ୍ୟା କରୁଛନ୍ତି। କିଛି ଦିନ ପୂର୍ବେ ସାଲେପୁରରେ ଜଣେ ଶିଶୁ ଯୈାନନିର୍ଯ୍ୟାତନରେ ଶିକାର ହୋଇ କଟକ ଡ଼ାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ। ଏକ ମାସ ମଧ୍ୟରେ ତାହାର ବିଚାର ପ୍ରତିକ୍ରିୟା ଶେଷ ହୋଇ ଦୋଷିକୁ ଦଣ୍ଡ ବିଧାନ କରାଯାଇଛି। ଯାହା ପାଇଁ ଏହିଭଳି ଶୋଭାଯାତ୍ରା ଆୟୋଜିନ କରାଯାଇଥିଲା। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଏହି ଶୋଭାଯାତ୍ରାକୁ ଆରକ୍ଷୀ ଅଧିକ୍ଷକ ଡ଼କ୍ତର ସାର୍ଥକ ଷଡ଼ଙ୍ଗୀ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ। ଆରକ୍ଷୀଙ୍କ ସମେତ ଗଣାଧିକ ଯୁବକ ଯୁବତୀ ଏହା ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଡ଼ାକ୍ତରଖାନା ଛକରେ ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ଅଧ୍ୟକ୍ଷତା କରି ଏସ.ପି ଶ୍ରୀ ଷଡ଼ଙ୍ଗୀ କହିଲେ ଯେ, ଶିଶୁ ନିର୍ଯାତନା ରୋକିବା ଲାଗି ଓଡ଼ିଶା ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗତ ୨୮ ରୁ ୧୨ ତାରିଖ ପର୍ଯ୍ୟନ୍ତ ପରୀ ରଥ ପୁରୀ ଜିଲ୍ଲା ସମେତ ରାଜ୍ୟର ସମସ୍ତ ଅଂଚଳକୁ ଯାଇ ସଚେତନ କରୁଛି। ଯୈାନ ନିର୍ଯାତନାର ଶିକାର ହୋଉଥିବା ଶିଶୁଙ୍କପରିବାର ଲୋକେ ସାମାଜିକ କଳଙ୍କ ଭୟରେ ଚୁପ୍ ନ ରହି ସୂର ଉର୍ତୋଳନ କରିବା ସହ ଥାନାରେ ଅଭିଯୋଗ କରିବାକୁ ସେ ଆହ୍ୱାନ ଦେିଥିଲେ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଧିରେନ କୁମାର ନନ୍ଦ, ଗାଗାରିନ ମହାନ୍ତି, ସିଟି ଡ଼ି.ଏସ.ପି. ପ୍ରଶାନ୍ତ କୁମାର ପଟ୍ଟନାୟକ, ଡ଼ି.ଆଇ.ପି. ଡ଼ି.ଏସ୍ .ପି.ଉମାକାନ୍ତ ମଲ୍ଲକ, ଡ଼ି.ଏସ.ପି ପିକେ ରାଉତ ଚାଇଲ ଲାଇନର ନିର୍ଦ୍ଦେଶକ ଦେବାଶିଷ ରଥ ପ୍ରମୁଖ ସଭାରେ ବକ୍ତବ୍ୟ ରଖିଥିବା ବେଳେ ବିଭିନ୍ନ ଥାନାରେ ଅଧିକାରୀ ମାନେ ଉପସ୍ତିତ ଥିଲେ ଏହି ଅବସରରେ ଦସ୍ତଖାତ ଅଭିଯାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *