ଶିଶୁ ସୁରକ୍ଷା କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଜିଲ୍ଲା ସଂସ୍କୃତି ଭବନ ଠାରେ ଶିଶୁ ସୁରକ୍ଷା କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଶିର୍ଷକ କର୍ମଶାଳା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପଦ୍ମନ କୁମାର ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଜ୍ଞାନ ଦାସ ଯୋଗଦେଇ ଶିଶୁମାନଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଯାଇ ପାରିବନାହିଁ ବୋଲି କହିଛନ୍ତି। ଶ୍ରୀ ଦାସ ନିଜ ବକ୍ତବ୍ୟରେ ଶିଶୁମାନଙ୍କୁ ସ୍ୱାଭିମାନର ସହ ବଞ୍ଚିବା ପାଇଁ ସମ୍ବିଧାନ ଓ ଆଇନ ପ୍ରଦାନ କରିଥିବା ବଭିନ୍ନ ଦିଗ ଉପେରେ ଆଲୋକପାତ କରି ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଲାପାଳ ନରୋତ୍ତମ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁମାନେ ଦେଶର ଭବିଷ୍ୟତ ଓ ସେମାନଙ୍କ ପ୍ରତି ଅନ୍ୟାୟ କରାଯାଇପାରିବ ନାହିଁ। ଏହି ଅବସରରେ କେନ୍ଦ୍ରାପଡାର ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁଙ୍କ ଦ୍ୱାରା ପ୍ରୋଜେକ୍ଟର ମାଧ୍ୟମରେ ଏକ ତଥ୍ୟଭିତ୍ତିକ ସନ୍ଧର୍ଭ ପ୍ରଦର୍ଶନୀ କରିଥିଲେ। ସେମାନଙ୍କ ସର୍ବାଙ୍ଗିନ ଉନ୍ନତି ଆମମାନଙ୍କର ସମ୍ମିଳିତ କର୍ତ୍ତବ୍ୟ ହେବା ଉଚିତ ବୋଲି ସେମାନେ କହିଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ପ୍ରମୋଦ ରାୟ, ସର୍ବେଶ୍ୱର ନାଥ, ସ୍ମୃତିରଂଜନ ସାହୁ, ଅମର ନାୟକ, ଦୁର୍ଗା ବିଶ୍ୱାଳ, ଗୌରହରି ନାୟକ, ରାଜେନ୍ଦ୍ର ଜେନା, ଅତିଶ ବେହେରା ପ୍ର୍ରମୁଖ ବକ୍ତବ୍ୟ ରଖି ଶିଶୁ ସୁରକ୍ଷା ଓ ସେମାନଙ୍କ ଅଧିକାର ସମ୍ପର୍କରେ ଗଣମାଧ୍ୟମ ସହଯୋଗ କରିଆସିଛି ଓ ଏଥି ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ଏହାକୁ ଶିଶୁ ସୁରକ୍ଷା ୟୁନିଟ୍ର ଅଣଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକ, ମହେଶ ଦାସ, ବିସ୍ମିତା ଜେନା, ମମିତା ସାହୁ ପ୍ରମୁଖ ପରିଚାଳନା କରିଥିବାବେଳେ ଶିଶୁ ସୁରକ୍ଷା ପ୍ରୋବେସନ ଅଧିକାରୀ ସୁବ୍ରତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *