ଶିଶୁ ସାହିତ୍ୟିକ ସ୍ୱର୍ଗତ ପରମେଶ୍ୱର ବିଶ୍ୱାଳଙ୍କ ଶ୍ରାଦ୍ଧବାର୍ଷିକ ପାଳିତ

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଶିଶୁ ସାହିତ୍ୟିକ ପରମେଶ୍ୱର ବିଶ୍ୱାଳଙ୍କ ପଂଚମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ହରମୋହନ କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଯାଇଛି। ଉତ୍ସବରେ ମୁଖ୍ୟ ଅତିଥିଭାବେ ଡ. ରାମଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ଭାବେ ଡ. ଶଶଧର ଦାସ ଓ ସମ୍ମାନିତ ଅତିଥି ଭାବେ କଥାକାର ପବିତ୍ର ପାଣିଗ୍ରାହୀ ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କ ଜୀବନବ୍ୟାପି ସମାଜ ସେବା ସାହିତ୍ୟ ସାଧନା ଉପରେ ଆଲୋକପାତ କରିଥିଲେ। ସଂସଦର ସଂପାଦକ ସୀତାକାନ୍ତ ପତ୍ରୀ ସ୍ୱାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ତାଙ୍କର ଗୁଣଗାନ କରିଥିଲେ। ପ୍ରାରମ୍ଭରେ ଅତିଥି ମାନଙ୍କୁ ରବିନାରୟଣ ବେହୁରିଆ ଆମନ୍ତ୍ରଣ କରିଥିଲେ। ସ୍ୱର୍ଗତ ବିଶ୍ୱାଳଙ୍କୁ ଅତିଥି ମାନେ ଶ୍ରଦ୍ଧାଞ୍ଜଳି ଦେବା ବେଳେ ଘନଶ୍ୟାମ ଲେଙ୍କା ବେଦ ପାଠ କରିଥିଲେ। ଏହି ଅବସରରେ ହରମୋହନ କୁଅଁରଙ୍କର ତିନିଟି ପୁସ୍ତକ, ଯଞଥା ବର୍ଣ୍ଣବର୍ଣ୍ଣାଳୀ, ଫଗୁଣ ସକାଳ କଅଁଳ ଖରା ଓ କାଇଁଚ ମାଳି ଉନ୍ମୋଚିତ ହେବା ବେଳେ ଦୁଇଜଣ ଶିଶୁ ସାହିତ୍ୟିକ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ରେଣୁବାଳା ନାୟକଙ୍କୁ ପରମେଶ୍ୱର ବିଶ୍ୱାଳଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କର ମାନପତ୍ର ପାଠ କରିଥିଲେ ଯୋଗ୍ୟଶ୍ରୀ ସାମଲ ଓ ବସନ୍ତ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭକ୍ତହରି ନାୟକ, ବାସୁଦେବ ବାରିକ, ଡ. ରତ୍ନାକର ଦାସ, ଡ. ମାନସ ଲେଙ୍କା, କାଶିନାଥ ସାହୁ, ଭାବଗ୍ରାହୀ ପଣ୍ଡା, ବିମ୍ବାଧର ବ୍ରହ୍ମ, ଉମାକାନ୍ତ ନାୟକ, ରମେଶ ଚନ୍ଦ୍ର ପତ୍ରୀ, ଶାନ୍ତନୁ କୁମାର ରାଉତ, ସୁଧାକର ରାଉତ, ଡା. ହରେକୃଷ୍ଣ ନାୟକ ଯୋଗଦେଇଥିବାବେଳେ ଦେବାଶିଶ ବିଶ୍ୱାଳ, ଅଂଶୁମାନ ବିଶ୍ୱାଳ ଓ ଆଲୋକ ବିଶ୍ୱାଳ ସଭାପରିଚାଳନା କରିଥିଲେ। ପରିଶେଷରେ ଶିକ୍ଷାବିତ୍ ଗୟାଧର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *