ଜିଲ୍ଲା ପରିକ୍ରମା

ଶିଶୁ ମାନଙ୍କର ନିରାପତ୍ତା ଓ ସୁରକ୍ଷା ସମ୍ପର୍କୀତ ଆଲୋଚନା ଚକ୍ର

ଭୁବନେଶ୍ୱର, ତା ୧୭.୦୬.୨୦୧୮ (ଓଡ଼ିଆ ପୁଅ) , ଭୁବନେଶ୍ୱରର ସତ୍ୟନଗରଠାରେ ଅବସ୍ଥିତ ହୋଟେଲ୍ ଦି ରୟାଲ ସୁଟ୍ ଠାରେ “କନ୍ ଫିଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ୍ ” ଦ୍ୱାରା ଆୟୋଜିତ ଶିଶୁ ମାନଙ୍କର ନିରାପତା ଓ ସୁରକ୍ଷା ସମ୍ବନ୍ଧିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଏହି ଆଲୋଚନା ଚକ୍ରକୁ ମାନ୍ୟବର ସହଯୋଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ରୋ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜୋଳନ କରି ଉଦ୍ ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଭାରତ ସରକାଙ୍କର ମାବସମ୍ବଳ ମନ୍ତ୍ରାଳୟର ସ୍କୁଲ୍ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଶ୍ରୀଯୁକ୍ତ ଅନିଲ୍ ସ୍ୱରୁପ ଯୋଗଦାନ କରିଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ଼ଃ. ସୌରେନ୍ଦ୍ର କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯକ୍ରମର ଆଭିମୁଖ୍ୟ ସମ୍ପର୍କରେ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ. ବଦ୍ରିନାଥ ପଟ୍ଟନାୟକ ବିସ୍ତୃତ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର କାର୍ଯ୍ୟକାରୀ ଅଧ୍ୟକ୍ଷ ଡ଼ଃ. ଏସ୍ . ମିନକେତନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଲୋଚନା ଚକ୍ରର ମୁଖ୍ୟ ସଦସ୍ୟ ଭାବେ ସାଇ ଇରନାସନାଲ୍ ସ୍କୁଲ୍ ର ଅଧ୍ୟକ୍ଷ ଡ଼ଃ. ବିଜୟ କୁମାର ସାହୁ, ବି.ଜେ.ଇ.ଏମ୍ . ସ୍କୁଲ୍ ର ସଚିବ ଶ୍ରୀ ପ୍ରତାପ ଜେନା, ତକ୍ଷଶିଳା ସ୍କୁଲ୍ ର ଅଧ୍ୟକ୍ଷା ମିସ୍ ସିକତା ଦାସ, ସୈନିକ ସ୍କୁଲର ଅଧ୍ୟକ୍ଷ ଶ୍ରୀ କନ ମୁଖାର୍ଜୀ ପ୍ରମୁଖ ଭାଗନେଇ ପ୍ରତ୍ୟେକ ବିଦ୍ୟାଳୟରେ ଶିଶୁ ମାନଙ୍କର ସୁରକ୍ଷା ସମ୍ପର୍କରେ ସଚେତନ ରହିବା ଜରୁରୀ ବୋଲି ମତ ପ୍ରକାଶ କରିଥିଲେ। ଅତିଥି ମାନେ ଭାରତୀୟ ଶିକ୍ଷାବ୍ୟବସ୍ଥାରେ ଗୁରୁମାନଙ୍କ ଭୁମିକା ଉପରେ ବକ୍ତବ୍ୟ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କର ବିଦ୍ୟାଳରେ ସୁରକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ପରିଶେଷରେ ଶ୍ରେଷ୍ଠ ୧୦ଟି ବିଦ୍ୟାଳକୁ ମାନ୍ୟତା ପ୍ରଦାନ କରାଯାଇଥିଲା। ବେଷ୍ଟ ଡେ ବୋଡ଼ିଂ ସ୍କୁଲ୍ ଭାବରେ ମଦରସ୍ ପବ୍ଲିକ୍ ସ୍କୁଲ୍, ବେଷ୍ଟ କ୍ୱାଲିଟି ସ୍କୁଲ୍ ଭାବେ ବି.ଜେ.ଇ.ଏମ୍ ସ୍କୁଲ୍, ବେଷ୍ଟ ପ୍ରମିସିଂ ସ୍କୁଲ ଭାବେ ସେ୍ ଜାଭିୟର ଇରନାସ୍ ନାଲ୍ ସ୍କୁଲ, ବେଷ୍ଟ ପ୍ରି ସ୍କୁଲ୍ ଭାବେ ସାଇ ଆଙ୍ଗନ ସ୍କୁଲ୍, ବେଷ୍ଟ ରେସିଡେନ୍ ସିଆଲ ସ୍କୁଲ୍ ଭାବେ ଓ.ଡି.ଏମ୍ ପବ୍ଳିକ ସ୍କୁଲ୍, ବେଷ୍ଟ ଡିସିପ୍ଲିନ୍ ସ୍କୁଲ୍ ଭାବେ ଡି.ଏ.ଭି.ସ୍କୁଲ, ଚନ୍ଦ୍ରଶେଖରପୁର, ବେଷ୍ଟ ଇନୋଭେଟିଭ ସ୍କୁଲ୍ ଭାବେ ତକ୍ଷଶିଳା ସ୍କୁଲ୍, ବେଷ୍ଟ ଇକୋନୋମି ସ୍କୁଲ୍ ଭାବେ ଏମ.ବି.ଏସ୍ ପବ୍ଳିକ୍ ସ୍କୁଲ୍, ବେଷ୍ଟ କଲଚର୍ ସ୍କୁଲ୍ ଭାବେ ଶିକ୍ଷାବିକାଶ ସମିତି, ଏବଂ ବେଷ୍ଟ ଇନୋଭେଟିଭ୍ ଡିଜିଟାଲ୍ ଶିକ୍ଷା ଭାବେ ଡିଜିଚାମ୍ପକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଓଡ଼ିଏମ୍ ଶିକ୍ଷାନୁଷ୍ଠାନ ସମୁହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼ଃ. ସତ୍ୟବତ୍ର ମୀନକେତନଙ୍କ ରଚିତ ପୁସ୍ତକ “A Handbook on Child Safety & Security” ଶିଶୁ ମାନଙ୍କ ଉଦେଶ୍ୟରେ ଉନ୍ମୋଚିତ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top