ଖେଳ

ଶିଶୁ ମନ୍ଦିରର ୩୩ତମ ବାର୍ଷିକ କ୍ରୀଡ଼ା

ଭଦ୍ରକ, ୨୮ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଗାନ୍ଧିପଡ଼ିଆ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୩ତମ ବାର୍ଷିକ କ୍ରୀଡ଼ା ସମାରୋହ ବିଦ୍ୟାଳୟର ଉପସଭାପତି ଅଭୟ ସୂତାରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର କନିଷ୍ଠ ବର୍ଗଙ୍କ କ୍ରୀଡ଼ା ଉସ୍ôବ ସ୍ଥାନୀୟ ଗାନ୍ଧୀପଡ଼ିଆର ଅନୁଷ୍ଠିତ ହୋଇଥିବା ବେଳେ ବରିଷ୍ଠ ବର୍ଗଙ୍କ କ୍ରୀଡ଼ା ଉସ୍ôବ ନେହେରୁ ଷ୍ଟା୍ଡ଼ିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଡ଼ିଏସପି ଉକ୍ତ କ୍ର୍ରୀଡ଼ା ଉସ୍ôବକୁ ଉଦଘାଟନ କରି ଶାରୀରିକ ବିକାଶ ସହିତ ଖେଳୁଆଡ଼ ମନୋଭାବ ନେଇ ଖେଲିବାକୁ କ୍ରୀଡ଼ାବିତ ମାନଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ମନମୋହନ ସାମଲ, ମୁଖ୍ୟ ବକ୍ତାଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗସମାଜ ଗଠନରେ କ୍ରୀଡ଼ାର ଭୁମିକା ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ସମ୍ପାଦକ କୃପାସିନ୍ଧୁ ନାୟକଙ୍କ ପ୍ରତେକ୍ଷ ତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ଉସ୍ôବରେ ବିଦ୍ୟାଳୟର ପ୍ରଧାନ ଆାଚାର୍ଯ୍ୟ ପୁରୁଜିତ ମୁନି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଭୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଉଦଯାପନି ଉସ୍ôବରେ ମୁଖ୍ୟ ଅତିଥି ଭାବେ ଫକିର ମୋହନ ବିଶ୍ୱବିଦ୍ୟାଳୟର ସିନେ ସଭ୍ୟ ଇଂ ଅଭୟ ସୂତାର, ଶିକ୍ଷାବିକାଶ ସମିତି ପୁର୍ବତ୍ତୋର ସମ୍ଭାଗର ସଂଯୋଜକ ଲୋକନାଥ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଖେଳ ମାଧ୍ୟମରେ ବିଶ୍ୱମୈତ୍ରୀ ଓ ବିଶ୍ୱଶାନ୍ତି ପ୍ରତିଷ୍ଠା ହୋଇପାୀବ ବୋଲି ନିଜ ବକ୍ତବ୍ୟରେ ୍କହିଥିଲେ। ଦୌଡ଼, ଲମ୍ବଡ଼ିଆଁ, ଉଚ୍ଚଡିଆଁ, ଗଣିତ ଦୌଡ଼ ପରି ପ୍ରାୟ କୋଡ଼ିଏଟି ବିଭାଗରେ ୨ହଜାରରୁ ଅଧିକ ପିଲା ଭାଗ ନେଇଥିବା ବେଳେ ଶେଷରେ ମା ମାନଙ୍କ ମଧ୍ୟରେ ମ୍ୟୁଜିକ ଚୈୟାର ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର କ୍ରୀଡ଼ା ସଂଯୋଜକ ସଂଜୀବ କୁମାର ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ କ୍ରୀଡ଼ା ଉସ୍ôବକୁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top