ଶିଶୁ ମଙ୍ଗଳ କମିଟିର ଅବୈଧ ଉପାୟରେ ଶିଶୁ ହସ୍ତାନ୍ତର ଅର୍ଥ କାରବାର ଅଭିଯୋଗ

ଯୋଡା ୨୧-୨ (ଓଡ଼ିଆ ପୁଅ/ସେକ୍ ଜାବିର ମହମ୍ମଦ) ପୋଷ୍ୟ ଶିଶୁ ଗ୍ରହଣ କରିବାକୁ ସରକାରଙ୍କ ବିଭିନ୍ନ ନିୟମକାନୁନ ଥିବା ବେଳେ ଯୋଡା ବ୍ଲକ ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ଠାରେ ଜଣେ ନାବାଳିକା ଜନ୍ମ ଦେଇଥିବା ଏକ ଅବା‚ିତ ଶିଶୁ କନ୍ୟାକୁ ପୁଲିସ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟିର ମଧ୍ୟସ୍ଥରେ ଜଣେ ପଡୋଶୀକୁ ଅବୈଧ ଉପାୟରେ ହସ୍ତାନ୍ତର କରିଥିବା ଘଟଣା ଶିଶୁଟିର ଅନିଶ୍ଚିତ ଭବିଷ୍ୟତକୁ ନେଇ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ଏହି ଶିଶୁ ହସ୍ତାନ୍ତରରେ ଅର୍ଥ କାରାବର ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଜଜାଙ୍ଗ ହାଇକ୍ୟାମ୍ପର ଜଣେ ୧୬ ବର୍ଷର ନାବାଳିକା ଗୁରୁବାରୀ ବାଙ୍କିରା (ଛଦ୍ମ ନାମ) ହରିଚନ୍ଦନପୁର ସ୍ଥିତ ତାଙ୍କ ଭିଣୋଇ ଘରକୁ ଯାଇଥିବା ବେଳେ ଭିଣୋଇଙ୍କ ସାନ ଭାଇଙ୍କ ସହିତ ତାଙ୍କର ସମ୍ପର୍କ ହୋଇଥିଲା। ସେ ଗର୍ଭବତୀ ହେବା ଜଣାପଡିବା ପରେ ଏ ନେଇ ହରିଚନ୍ଦନପୁର ଥାନାରେ ପରିବାର ପକ୍ଷରୁ ଏକ ଏତଲା ଦାୟର କରାଯାଇଥିଲା। ଘଟଣାଟି ବର୍ତ୍ତମାନ ବିଚାରଧିନ ଥିବା ବେଳେ ଦେଢ ମାସ ତଳେ ନାବାଳିକ ଜଣଙ୍କ କୁମାରୀ ମାତୃତ୍ୱ ଲାଭ କରିଥିଲେ। ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ବେଳେ କନ୍ୟାଟିକୁ ସେ ନିଜ ନିକଟରେ ରଖିବାକୁ ଚାହୁଁନଥିଲେ। କୌଣସି ସ୍ଥାନରେ ଏହି ଦେଢ ମାସର ଶିଶୁଟିକୁ ଛାଡିଦେବାକୁ ଉଦ୍ୟମ କରୁଥିବା ବେଳେ ବାମେବାରୀ ପୁଲିସ ଖବର ପାଇଁ ଶିଶୁଟିକୁ ଉଦ୍ଧାର କରି ଚମ୍ପୁଆ ଚାଇଲ୍ଡ ଲାଇନକୁ ଡାକି ହସ୍ତାନ୍ତର କରିଥିଲେ। ତେବେ ଚାଇଲ୍ଡ ଲାଇନର ଜଣେ ମହିଳା କର୍ମଚାରୀ କେନ୍ଦୁଝରସ୍ଥିତ ଶିଶୁ ମଙ୍ଗଳ କମିଟି (ସି.ଡବ୍ଲୁ.ସି.) କୁ ଶିଶୁଟିକୁ ହସ୍ତାନ୍ତର କରିଥିଲେ। ତେବେ ଶିଶୁ କନ୍ୟାଟିକୁ ଗ୍ରହଣ କରିବା ନିମନ୍ତେ କୌଣସି ବୈଧ କାଗଜପତ୍ର ନକରି ଜଜାଙ୍ଗ ଅଞ୍ଚଳର ଚମ୍ପା ତିରିଆ ନାମକ ଜଣେ ମହିଳାଙ୍କୁ ସି.ଡବ୍ଲୁ.ସି.ର ସଦସ୍ୟ ତପନ କୁମାର ସାହୁ ପୋଷ୍ୟ ସନ୍ତାନ ଭାବେ ଦେଇଦେଇଥିଲେ। ଯାହା ଶିଶୁଟିର ଅନୁଶ୍ଚିତ ଭବିଷ୍ୟତ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠୁଛି। ଅସଚେତନତା କାରଣରୁ ଖଣି ଅଞ୍ଚଳରେ ଏହି ପରି ଅନେକ ଅବା‚ିତ କୁମାରୀ ମାତୃତ୍ୱ ଘଟଣା ଦେଖାଦେଉଥିବା ବେଳେ ସେ ଶିଶୁ ମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଚାହୁଁ ଥିବା ବ୍ୟକ୍ତିଙ୍କୁ ଅନ୍ଲାଇନ୍ରେ ଆବେଦନ କରିବାକୁ ସି.ଡବ୍ଲୁ.ସି. ପରାମର୍ଶ ଦେଇଥାନ୍ତି। ଶିଶୁଟିର ଭବିଷ୍ୟତ ନିଶ୍ଚିତ କରିବା ପାଇଁ ଅନେକ ନିୟମ କାନୁନ ଦେଇ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ପଡୁଥିବା ବେଳେ ଏହି ଶିଶୁଟି କ୍ଷେତ୍ରରେ ସବୁ ନିୟମ କାନୁନକୁ ଉଲ୍ଲଘଂନ କରି ସି.ଡବ୍ଲୁ.ସିର ସଦସ୍ୟ କିଭଳି ହସ୍ତାନ୍ତର କଲେ ଏବେ ଏହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ ସି.ଡବ୍ଲୁ.ସି.ର ଅଧ୍ୟକ୍ଷ ଶିବନାଥ ପ୍ରଧାନଙ୍କୁ ପଚାରିବାରୁ ସେ ଏହା ସମ୍ପୂର୍ଣ୍ଣ ଭାବେ ଅନୈତିକ, ଯଦି ଏହା ହୋଇଥାଏ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *