ଶିଶୁ ମଙ୍ଗଳ ଅଧିକାରୀଙ୍କ ଚଢ଼ାଉ

ଭଦ୍ରକ,୪ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ)  – ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଶିଶୁ ନିର୍ଯ୍ୟାତନା ସଚେତନତା ‘ପରୀ’ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆଧାରରେ ଆଜି ଭଦ୍ରକ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ମାନେ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ବ୍ଲକର ନଳାଙ୍ଗ, ବାରିକପୁର ଓ ଛତାବର ଠାରେ ଥିବା ବିଭିନ୍ନ ହୋଟେଲ ଓ ଢ଼ାବା ମାନଙ୍କରେ ଚଢ଼ାଉ ହୋଇଥିବା ବେଳେ ସେଠାରୁ ୬ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ଶିଶୁ ମଙ୍ଗଳ ୟୁନିଟର ଅଧିକାରୀ ପ୍ରଫୁଲ୍ଲ ସିଂ, ସୁବାସ ମଲ୍ଲିକ, ବିଶ୍ୱ ନାରାୟଣ ପଣ୍ଡା, ପ୍ରଶାନ୍ତ ଖୁଂଟିଆ ଶିଶୁ ମାନଙ୍କୁ ଉଦ୍ଧାର କରି ଆସିଆନା ଠାରେ ଜିମା ଦେଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *