ଜିଲ୍ଲା ପରିକ୍ରମା

ଶିଶୁ ବିଦ୍ୟାମନ୍ଦିରର ପିଲାଙ୍କ ଭବିଷ୍ୟତ ନେଇ ସ୍ୱାମ୍ବାଦିକ ସମ୍ମିଳନୀରେ ଅଭିଯୋଗ

ଖଇରା, ୬/୯/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଖଇରାଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟି ଓ ନିଲମ୍ବିତ ପୂର୍ବତନ ପ୍ରଧାନ ଆଚାର୍ଯ୍ୟଙ୍କ ମଧ୍ୟରେ ଚଳିତ ବର୍ଷ ଜୁନ ମାସରୁ ଆରମ୍ଭ ହୋଇଥିବା ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ପୁରୁଣା ବିଦ୍ୟାଳୟରୁ ପିଲାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ବାହାରକରି ନିଆଯାଉଥିବାର ପରିଚାଳନା କମିଟିର ସଭାପତି ରାଧାକାନ୍ତ ପାତ୍ର ଓ ସଂପାଦକ ଅକ୍ଷୟ କୁମାର ବାରିକ ଏବଂ ନୂତନ ଭାବେ ଦାୟିତ୍ୱ ନେଇଥିବା ପ୍ରଧାନ ଆଚାର୍ଯ୍ୟ ଶଶିକାନ୍ତ ଦାସ ସମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସେପଟେ ନିଲମ୍ବିତ ପ୍ରଧାନ ଆଚାର୍ଯ୍ୟ ଦିଲିପ କୁମାର ଲେଙ୍କା ଏକ ନୂତନ ବିଦ୍ୟାଳୟ ଖୋଲି ପୁରୁଣା ବିଦ୍ୟାଳୟର ପିଲାଙ୍କୁ ଆକର୍ଶିତ କରି ନିଜ ବିଦ୍ୟାଳୟରେ ଆଡ୍ମିସନ ଆରମ୍ଭ କରିଛନ୍ତି। ହେଲେ ପୁରୁଣା ବିଦ୍ୟାଳୟର ଓ ଛାତ୍ରଛାତ୍ରୀଙ୍କର ଯେପରି କୌଣସି କ୍ଷତି ନ ହୁଏ ସେଥିଲାଗି ଶିଶୁ ମନ୍ଦିର ପରିଚାଳନା କମିଟିର ସଭାପତି ରାଧାକାନ୍ତ ପାତ୍ର ଓ ସଂପାଦକ ଅକ୍ଷୟ କୁମାର ବାରିକ ଏବଂ ନୂତନଭାବେ ଦାୟିତ୍ୱ ନେଇଥିବା ପ୍ରଧାନ ଆଚାର୍ଯ୍ୟ ଶଶିକାନ୍ତ ଦାସଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସ୍କୁଲ ନାମରେ କରାଯାଉଥିବା ଅପପ୍ରଚାର ତଥା ପିଲାମାନଙ୍କର ଅଭିଭାବକ ମାନଙ୍କ ମନରେ ଭ୍ରମ ସୃଷ୍ଟିପାଇଁ ହେଉଥିବା ଅପଚେଷ୍ଟା ସମ୍ପର୍କରେ ମୁହଁ ଖୋଲିଛନ୍ତି। ଅଭରେଯାଗ ଅନୁଯାୟି ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଲେଙ୍କାଙ୍କୁ ୨୦୧୬-୧୭, ୨୦୧୭-୧୮ଆର୍ଥିକ ବର୍ଷର ହିସାବ ପରିଚାଳନା କମିଟି ମାଗିଥିଲା। ହେଲେ ଶ୍ରୀ ଲେଙ୍କା କୌଣସି ବୈଠକକୁ ଆସି ନ ଥିଲେ କିମ୍ବା ହିସାବ ଦେବାକୁ ପ୍ରସ୍ତୁତ ନ ଥିଲେ। ବରଂ କମିଟିକୁ ବେଖାତିରକରି ମନମୋତାବକ ସ୍କୁଲ ଅର୍ଥ ଅପବ୍ୟୟ କରିଚାଲିଥିଲେ। ପରେ ଏହି ବର୍ଷଗୋଡିକରେ ବିଦ୍ୟାଳୟରେ ଆର୍ଥିକ ଅନିୟମିତତାନେଇ ଅଭିଯୋଗକାରୀଙ୍କ ନଜରକୁ ଆସିଥିଲା। ବାଧ୍ୟହୋଇ କମିଟି ଶିକ୍ଷାବିକାଶ ସମିତିର ସଂଭାଗ ଓ ରାଜ୍ୟ ପଦାଧିକାରୀଙ୍କ ପରାମର୍ଶକ୍ରମେ ବିଦ୍ୟାଳୟର ପତ୍ରସଂଖ୍ୟା ୩୦୭/୧୮ତା୧/୮/୨୦୧୮ରିଖରେ ର୍ଶୀ ଲେଙ୍କାଙ୍କୁ ନିଲମ୍ବିତ କରିଥିଲେ ଏବଂ ଚିଠି ନମ୍ବର ୩୦୮/୧୮ତା୩୧/୭/୨୦୧୮ରିଖରେନୂତନ ନିଯୁକ୍ତିଭାବେ ଶଶିକାନ୍ତ ଦାସଙ୍କୁ ପ୍ରଧାନ ଆଚାର୍ଯ୍ୟ ରୂପେ ନିଯୁକ୍ତି ଦିଆଯାଇଥିଲା। ଶିଶୁ ମନ୍ଦିରର ସାର୍ଟିଫିକେଟ ନ ନେଇ ସ୍କୁଲ ବଦଳାଇବା ଦ୍ୱାରା ଯଦି ପିଲାର କୌଣସି ପ୍ରକାର କ୍ଷତି ହୁଏ ସେଥିପାଇଁ ପରିଚାଳନା କମିଟି ଦାୟି ରହିବନାହିଁ ବୋଲି ସ୍ପଷ୍ଟ କରାଯାଇଅଛି। ଖୁବ୍ ଶୀଘ୍ର ଏ ବିଷୟରେ ଅନୁପସ୍ଥିତ ରହୁଥିବା ପିଲାମାନଙ୍କର ଅଭିଭାବକମାନଙ୍କୁ ଲିଖିତ ଭାବରେ ଜଣାଇ ଦିଆଯିବବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏ ସଂପର୍କରେ ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ଦିଲିପ ଲେଙ୍କାଙ୍କ ମତାମତ ନେବାରୁ ବର୍ତ୍ତମାନର ସଂପାଦକ ଅକ୍ଷୟ କୁମାର ବାରିକ ଗତ ୨୦୧୨ମସିହାରୁ ସଂପାଦକ ପଦବୀରେ ରହିଆସିଅଛନ୍ତି। ଅର୍ଥବ୍ୟାଙ୍କରୁ ଉଠାଇବା ଓ ଖର୍ଚ୍ଚ କରିବା ସଂପାଦକଙ୍କ ଦାୟିତ୍ୱ ହୋଇଥିବାରୁ ଯଦି ପ୍ରଧାନ ଆଚାର୍ଯ୍ୟଙ୍କ ଦ୍ୱାରା ଅନିୟମିତତା ହୋଇଛି ବୋଲି ଅଭିଯୋଗ ହେଉଛି ତେବେ ସଂପାଦକଙ୍କର ମଧ୍ୟ ଏଥିରେ ସିଧାସଳଖ ସଂପୃକ୍ତି ଅଛିବୋଲି ପାଲଟା ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ପୁରୁଣା ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ନୂତନ ସ୍କୁଲରେ ଆଡମିସନ ହେବାଦ୍ୱାରା ପିଲାଙ୍କର ଭିଷ୍ୟତ କୌଣସି କ୍ଷତି ହେବନାହିଁ ବୋଲି ପ୍ରକାଶ କରିଛନ୍ତି। ଶିକ୍ଷା ବିଭାଗର ପିଲାଙ୍କର ଆଡମିସନ ନେଇ ଥିବା ନୀତିନିୟମ ଗାଇଡ୍ ଲାଇନକୁ ନଜର ପକାନ୍ତୁ ବୋଲି ପୂର୍ବତନ ଆଚାର୍ଯ୍ୟ ଶ୍ରୀ ଲେଙ୍କା ଅଭିଯୋଗ କରିଥିବା ସରସ୍ୱତୀ ଶିଶୁ ବିଦ୍ୟାମନନ୍ଦିରର ପରିଚାଳନା କମିଟିର ସଭାପତି ରାଧାକାନ୍ତ ପାତ୍ର ଓ ସଂପାଦକ ଅକ୍ଷୟ କୁମାର ବାରିକଙ୍କୁ ଚେତାବନି ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top