ଭଦ୍ରକ, ୧୯ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଶିଶୁମାନେ କେବଳ ପିତାମାତାଙ୍କର ଅମୂଲ୍ୟ ସଂପଦ ନୁହଁନ୍ତି, ବରଂ ସେମାନେ ଦେଶର ଭବିଷ୍ୟତ ଓ ମାନବ ସମ୍ବଳ । ସେମାନଙ୍କ ପ୍ରତିଭାର ବିକାଶ ଘଟିଲେ ଦେଶର ବିକାଶ ହେବ ବୋଲି ଶିଶୁ ସାହିତ୍ୟ ପତି୍ରକା ‘ଫୁଲର ହସ’ ର ରାଜ୍ୟସ୍ତରୀୟ ମହୋସôବରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ଭଦ୍ରକ ସହର ସହୀଦ ଭବନ ଠାରେ ଅନୁଷ୍ଠିତ ଶିଶୁ ପ୍ରତିଭା ମହୋସôବ : ଫୁଲର ହସ ୨୦୧୮ କୁ ଉକôଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଉଦ୍ଘାଟନ କରିଥିଲେ । ଏବଂ ଏହି ସମାରୋହରେ ପତି୍ରକାର ଉପଦେଷ୍ଟା ତଥା ଗୁପ୍ତା ଡିଷ୍ଟି୍ରବୁ୍ୟଟର ସତ୍ୱାଧିକାରୀ ଅଭିଷେକ ଫାଗଲା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ନୃତ୍ୟ, ସଂଗୀତ, ଏକକ ଅଭିନୟ, କବିତା ଆବୃତ୍ତି, ପୁଚି, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ବକ୍ତୃତା ଆଦି ପ୍ରତିଯୋଗିତା କରାଯାଇ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାର ଉଦ୍ୟାପନୀ ସମାରୋହରେ ପତି୍ରକାର ପ୍ରତିଷ୍ଠାତା ସଂପାଦକ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଅଧ୍ୟକ୍ଷତରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ‘ଝଂକାର’ର କାର୍ଯ୍ୟକାରୀ ସଂପାଦକ ତଥା ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ବାବାଜୀ ଚରଣ ପଟ୍ଟନାୟକ ମୁଖ୍ୟଅତିଥି, ଯୁଗ୍ମ ଉଚ୍ଚଶିକ୍ଷା ନିଦେ୍ର୍ଦଶକ ପ୍ରଫେସର ଡ. ହରିହର କାନୁନ୍ଗୋ ମୁଖ୍ୟବକ୍ତା, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଇଂ ଅଭୟ ସୂତାର, ଗୀତିକାର ଓ ସମାଜସେବୀ ଦୀନବନ୍ଧୁ ପତି, ଚିକିସôାବିତ୍ ଓ ସମାଜସେବୀ ଡାକ୍ତର ପ୍ରଦୀପ କୁମାର ନାୟକ, କବି ଓ ସମାଜସେବୀ ଦୟାନିଧି ମିଶ୍ର, ବିଦ୍ୟାଧର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କ ସୃଜନୀ ଶକ୍ତି ବିକାଶରେ ପ୍ରତିଯୋଗିତା ଓ ମହୋସôବର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ । ଏହି ଉସôବରେ କାର୍ଯ୍ୟକାରୀ ସଂପାଦକ ଅଧ୍ୟାପକ ନୀହାର ରଂଜନ କର ସ୍ୱାଗତ ଭାଷଣ, ସହ ସଂପାଦକ ସତ୍ୟସୁନ୍ଦର ପରିଡା ଅତିଥି ପରିଚୟ, ମହୋସôବ ସଂପାଦକ ବିଭୂତି ଭୂଷଣ ସାହୁ ସଂପାଦକୀୟ ବିବରଣୀ ପାଠ କରିଥିବାବେଳେ ଆବାହକ ରବିନାରାୟଣ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ । ଉସôବରେ ରାଜ୍ୟ ସରକାରଙ୍କ ତରଫରୁ ପ୍ରାୟୋଜିତ ଛଉନୃତ୍ୟ, ଖୋର୍ଦ୍ଧା ବାଲିଅନ୍ତାର ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅଭିନୀତ ନାଟକ ‘ଗାଁ ବଇଦ’ ଏବଂ ଢେଙ୍କାନାଳ ସେବାଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନାଟକ ‘ବାଘ ନେଇଗଲା ଦୌଡି ଆସ’ ପ୍ରଦର୍ଶିତ ହୋଇଥିଲା । ମହୋସôବରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଭାବେ ଉପସଭାପତି ବୃନ୍ଦାବନ ସାହୁ, ସନାତନ ସାହୁ, ରାମଚନ୍ଦ୍ର ସାହୁ, ଜୟନ୍ତୀ କରଶର୍ମା, ସୁରେନ୍ଦ୍ର କୁମାର ପଣ୍ଡା, ବିଦ୍ୟାଧର ଓଝା, କାଦମ୍ବରୀ କରଶର୍ମା, କରୁଣାକର ବେହୁରିଆ, ଗୀତାରାଣୀ ଆଇଚ, କବି ପ୍ରମୋଦ ରାୟ, ଗୋବିନ୍ଦ ଚନ୍ଦ୍ର ସାହୁ, ସୁଶାନ୍ତ ବେହେରା, ଶରତ ଚନ୍ଦ୍ର ଜେନା, ଚର୍ଚ୍ଚିକା ପ୍ରସାଦ ମହାପାତ୍ର, ଇଂ ସୁବ୍ରତ କୁମାର ବିଶ୍ୱାଳ, ରଶ୍ମିତା ଦାଶ, ଭିନିତ୍ ମଲ୍ଲିକ, ଅମ୍ବିକା ଦାସ, ଶଶିକାନ୍ତ ବଳ, ମନୋଜ ଜେନା, ସାଂସ୍କୃତିକ ସଂପାଦକ ନିର୍ମଳ ପ୍ରସାଦ ପରିଡା, ଦେବକଲ୍ୟାଣ ସାହୁ, ନଜରୁଲ ଇସଲାମ, ତଂଜିମ୍ ଆହେମ୍ମଦ ଚିସ୍ତି, ସେକ୍ ଅବଦୁଲ ରହେମାନ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଜୟନ୍ତୀ କରଶର୍ମା, ‘ଉସôର୍ଗ’ ସେବା ସଂଗଠନର ସଭାପତି ଅପୂର୍ବ ରଂଜନ ବେହେରା, ମନ୍ମଥ କୁମାର ଦାସ, ବାଇଧର ଜେନା, ବିଭୂତି ଭୂଷଣ ସାହୁ, ଦୟାନିଧି ବେହେରା, ଇଂ ଦାମୋଦର ପଣ୍ଡା, ଭଦ୍ରକ ସୋସିଆଲ ସର୍ଭିସ୍, ଗୁପ୍ତା ଡିଷ୍ଟି୍ରବୁ୍ୟଟରଙ୍କୁ ଶିଶୁ ସାହିତ୍ୟ ଓ ପ୍ରତିଭାର ସେବା ପାଇଁ ସମ୍ମାନିତ କରାଯାଇଥିଲା । ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ପ୍ରମାଣପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ‘ଫୁଲର ହସ’ ପତି୍ରକାର ନୂତନ ସଂଖ୍ୟା ଲୋକାର୍ପିତ ହୋଇଥିଲା ।
