ଜଗତସିଂହପୁର

ଶିଶୁ ନୃତ୍ୟଶିଳ୍ପୀ ସାଇ ଋତୁପର୍ଣ୍ଣାଙ୍କୁ ‘କୁମ୍ କୁମ୍ ’ ସମ୍ମାନ

ତିର୍ତ୍ତୋଲ ୦୩/୫ (ଓଡ଼ିଆ ପୁଅ/ଟୁକନ ସେଠୀ)- ଜଗତସିଂହପୁର ଜିଲ୍ଲାର ସଂସ୍କୃତି ଭବନ ଠାରେ ଜିଲ୍ଲା ଲେଖିକା ସଂସଦର ବାର୍ଷିକ ଉତ୍ସବରେ ତିର୍ତ୍ତୋଲ ଅଞ୍ଚଳର ଶିଶୁ ନୃତ୍ୟଶିଳ୍ପୀ ସାଇ ଋତୁପର୍ଣ୍ଣା ପରିଡାଙ୍କୁ ‘କୁମ୍ କୁମ୍ ’ସମ୍ମାନରେ ସମ୍ମାନିତ କରାଯାଇଅଛି। ଏହି ଉତ୍ସବରେ ସଂସଦର କାର୍ଯ୍ୟକାରୀ ସଭାପତି ତିଳୋତ୍ତମା ଦାସ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଶୋଭନିୟ ଶିକ୍ଷା ଶ୍ରମର ମୁଖ୍ୟ ଅରୁନ୍ଧତୀ ଦେବୀ ପ୍ରଦୀପ ପଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ସଚ୍ଚିବ ଡ. ଜୟନ୍ତୀ ରଥ, ମୁଖ୍ୟବକ୍ତା ଭାବେ ଉଷା ପ୍ରତିଷ୍ଠାନର ନିର୍ଦ୍ଦେଶୀକା ଡ. ଶ୍ରୀ ବିଜୟା ଦାସ, ମମତା ସାମନ୍ତରାୟ, ଡ. ଯୋତୀର୍ମୟୀ ମହାନ୍ତି, ସଂସଦର ସଭାପତି ବିଜୟାଲକ୍ଷ୍ମୀ ଆଚାର୍ଯ୍ୟ, ଉପସଭାପତି ବସନ୍ତ ମଞ୍ଜରୀ ଦାସ, କବୟିତ୍ରୀ ଆରତି ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିଶୁ ନୃତ୍ୟଶିଳ୍ପୀ ସାଇ ଋତୁପର୍ଣ୍ଣାଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ଉତରିୟ ପ୍ରଦାନ କରି ତାଙ୍କର ଉତ୍ତରତ୍ତର ଭବିଶ୍ୟତ କାମନା କରିଥିଲେ। ମଧୂସ୍ମିତା ନାୟକ, ମିନତୀମିଶ୍ର, ରାଜଶ୍ରୀ ସ୍ୱାଇଁ, ମିନତୀ ଦାସ, ସବିତା ନାୟକ, ମନୋରମା ଶତ୍ ପଥି ସମେତ ସଂସଦର କର୍ମକର୍ତ୍ତା ଏହି ଉତ୍ସବରେ ଯୋଗଦେଇ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top