ଜିଲ୍ଲା ପରିକ୍ରମା

ଶିଶୁ ନିର୍ଯାତନା ରୋକିବା ଲାଗି ଦେବଗଡରେ କ୍ଯାଣ୍ଡେଲ ଶୋଭାଯାତ୍ରା

ଦେବଗଡ ୧୨/୬(ଓଡ଼ିଆ ପୁଅ/ପ୍ରଶାନ୍ତ କୁମାର ଭୁକ୍ତା) ଶିଶୁ ନିର୍ଯାତନା ରୋକିବା ପାଇଁ ରବିବାର ସଂନ୍ଧ୍ୟାରେ ଏକ ସଚେତନତା କ୍ଯାଣ୍ଡେଲ ଶୋଭାଯାତ୍ରା ସ୍ଥାନିୟ ଗୋପାଳଜୀ ମନ୍ଦିରରୁ ବାହାରି ଗୋପବନ୍ଧୁ ଛକ ଠାରେ ପହଞ୍ଚିଥିଲା।ଏହି ଶୋଭାଯାତ୍ରାରେ ଦେବଗଡ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅନୁପମା ଜେମସ୍, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏସ୍ ଏନ୍ ସି, ଡିଏସପି ଅନ୍ତୋନି ତିର୍କୀ, ଆରଆଇ କାଳିଚରଣ ମାଝି, ଏସ୍ ଡି ପିଓ ସୁଲେମାନ ଏକ୍କା, ଆଇଆଇସି ଅଜୟ କୁମାର ତିର୍କି, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ବିଜୟ କୁମାର ମିଶ୍ର ଓ ନୂତନ ଭାବେ ମନୋନିତ ହୋଇଥିବା ଜିଲ୍ଲା କଂଗ୍ରେସ୍ ସଭାପତି ଶ୍ରୀଯୁକ୍ତ ଉମାଶଙ୍କର ସାହୁ ଏବଂ ସହରର ବହୁ ସମାଜସେବୀ, ସ୍ବେଚ୍ଛାସେବୀ ଓ ନର୍ସିଂ କରୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଓଡିଶା ପୋଲିସ ବିଭାଗ ପକ୍ଷରୁ ଶିଶୁ ନିର୍ଯାତନା ବିରୋଧରେ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଶିଶୁ ସୁରକ୍ଷା ଖାଲି ମା ବାପାଙ୍କର ନୁହେଁ ଏହା ସମାଜର ମଧ୍ୟ ଦାଇତ୍ୱ ବୋଲି ଶ୍ରୀମତୀ ଅନୁପମା ଜେମସ୍ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ। ଶିଶୁ ନିର୍ଯାତନା ରେ ଶିକାର ହୋଇ ମୃତ୍ୟୁବରଣ କରିଥିବା ଶିଶୁ ମାନଙ୍କ ଉଦ୍ଦେଶ୍ୟରେ ସମୁହ ଭାବରେ ଦୁଇ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top