ଜିଲ୍ଲା ପରିକ୍ରମା

ଶିଶୁଶ୍ରମିକ ଭାବେ କାମକରିବାକୁ ଯାଉଥିବା 16 ଜଣ ଛୋଟପିଲାଙ୍କୁ ଙ୍କୁ ଉଦ୍ଧାର କଲା ଚାଇଲ୍ଟ ଲାଇନ

 

ମାଲକାନଗିରି, ୮।୨ (ଓଡିଆ ପୁଅ ) ଛତିଶଗଡ ରାଜ୍ୟ ରାୟଗୁଡା ଅଚଂଳକୁ ଦାଦନ ଶ୍ରମିକ ଭାବେ କାମକରିବାକୁ ଯାଉଥିବା ୧୬ ଜଣ ଆଦିବାସୀ ନାବିଳିକା ଓ ନାବାଳକ ଙ୍କୁ କାଲିମେଳା ଚାଇଲ୍ଟ ଲାଇନ ଉଦ୍ଧାର କରି ଆଜି ଜିଲ୍ଲାଶିଶୁ ମଙ୍ଗଳ ସମତି କୁ ହସ୍ତାନ୍ତର କରିଛନ୍ତି। ପୋଟେରୁ ବସଷ୍ଟାଣ୍ଡ ନିକଟରେ ୧୬ଜଣ ଛୋଟଛୋଟ ପିଲା ମାନେ ଏକତ୍ରୀତ ହୋଇ ବସକୁ ଜଗିଥିବା ବେଳେ କିଛି ଲୋକ ସନ୍ଦେହ କରି ଚାଇଲ୍ଟ ଲାଇନକୁ ଫୋନ କରିଥିଲେ। ସଙ୍ଗେ ସଙ୍ଗେ କାଲିମେଳା ଚାଇଲ୍ଟ ଲାଇନର କର୍ମକର୍ତାମାନେ ସେଠାରେ ପହଁଚି ଯାଇ ଖୋଜିଲାବେଳେକୁ ସେହିପିଲାମାନେ ବସ ଯୋଗେ କାଲିମେଳା ପାରହୋଇ ଯାଇଥିଲେ, ସେହି ବସକୁ ଗୋଡାଇ ଏମଭି୯୦ଠାରେ ଅଟକାଇ ପିଲାମାନଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ କୁଆଡେ ଯିବୋଲି ପଚାରିବାରୁ ଉକ୍ତ ପିଲାମାନେ କହିଥିଲେ ଛତିଶଗଡ କୁ କାମକରିବା ପାଇଁ ଯାଉଛୁ। ସେହି ବସରେ ସେମନଙ୍କ ନିକଟରେ ଥିବା କାରାମି ଜଗା ନାମକ ବ୍ୟକ୍ତି ସହିତ ୧୬ଜଣ ଶିଶୁଶ୍ରମିକ ଙ୍କୁ ଚାଇଲ୍ଟ ଲାଇନ କୁ ନେଇ କାଉଁସିଲିଂ କରିବାପରେ ଜଣାପଡିଥିଲା। କେହି ଜଣେ ଦଲାଲ ଉଣ୍ଡୁରକୋଣ୍ଡା ପଚାୟଂତ ସଙ୍ଗେଲ ଗ୍ରାମର କାରାମି ଜଗାଙ୍କୁ ଗାଡିଭଡାଦେଇ ଉକ୍ତ ପିଲାମାନଙ୍କୁ ବସରେ ବସାଇବାପାଇଁ କହି ପଳାଇଥିଲେ।

 

ଏହି ୧୬ଜଣ ଆଦିବାସୀ ପିଲାମାନଙ୍କୁ ପଚରା ଉଚରା କରିବାରୁ ଜଣାପଡିଥିଲା ସେମାନଙ୍କ ଘର ପଡିଆ ବ୍ଲକସ୍ଥ ମାଓପ୍ରବଣ ସଙ୍ଗେଲ ଗ୍ରାମର ସମସ୍ତେ ଅତ୍ୟନ୍ତ ଗରିବ ପରିବର ହୋଇଥିବାରୁ ପାଠପଢିପାରିନାହାଁନ୍ତି, ପରିବାର ଚଳାଇବାପାଇଁ ପରଘରେ ମୂଲ ଲାଗୁଛିନ୍ତି, କେହି ଜଣେ ବ୍ୟକ୍ତି ଅଧିକ ମଜୁରୀ ଦିଆ ଯିବ କହି ଲୋଭ ଦେଖାଇ ସେମାନଙ୍କୁ ନେଉଥିଲା ବୋଲି କହିଥିଲେ। ଉଦ୍ଧାର ଶିଶୁଶ୍ରମିକ ମାନଙ୍କ ମଧ୍ୟରେ ୧୪ଜଣ ନାବାଳିକା ଥିବାବେଳେ ୨ଜଣ ନାବାଳକ ରହିଛନ୍ତି, ଏମାନଙ୍କ ବୟସ ୯ବର୍ଷରୁ ୧୨ବର୍ଷ ମଧ୍ୟରେ ହେବ। ଆଜି ସକାଳେ ମାଲକାନଗିରି ଚାଇଲ୍ଡଲାଇନର ଜିଲ୍ଲା ସଂଯୋଜିକା ଚୁମକିବେହେରା, କାଲିମେଳା ଚାଇଲ୍ଡଲାଇନର ଟିମଲିଡର ମାନେ ଉଦ୍ଧାର ଶିଶୁ ଶ୍ରମିକ ମାନଙ୍କୁ ଜିଲ୍ଲାଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରାଇ ଥିଲେ। ଜିଲ୍ଲା ଶିଶୁମଙ୍ଗଳ କମଟି ଅଧ୍ୟକ୍ଷା ସଂଯୁକ୍ତାପ୍ରଧାନ, ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ନାରାୟଣଦାସ, ଶିଶୁମଙ୍ଗଳ କମଟିର ସଭ୍ୟ କିଶୋରଚନ୍ଦ୍ର ମହାରଣା, ହରେଶଚନ୍ଦ୍ର ବେହେରା, ଲିଗାଲ ଅଫିସର ସତ୍ୟଜିତ ପଣ୍ଡା, ସୁଦେଶ୍ନାରାଉତ ଉଦ୍ଧାର ଶିଶୁ ଶ୍ରମିକ ମାନଙ୍କୁ କାଉଁସିଲିଂ କରି ତଥ୍ୟସଂଗ୍ରହ କରିଥିଲେ। ସଙ୍ଗେଲ ଗ୍ରାମର ପୁବ ର୍ତନ ସମତିସଭ୍ୟ ଆନନ୍ଦମାଢି, ମାସା ସୋଡି ଓ ପିଲାମାନଙ୍କର ଅଭିଭାବକ ମାନେ ଶିଶୁମଙ୍ଗଳ ସମତିରେ ପହଁଚି ଆଉ ଛୋଟପଲିମାନଙ୍କୁ ବାହରକୁ କାମକରିବା ପାଇଁ ପଠାଇବୁ ନାହିଁ, ପାଠପଢାଇବୁ ବୋଲି ରାଜିନାମକରି କରିବା ପରେ ସମସ୍ତ ପିଲାମାନଙ୍କୁ ସେମାନଙ୍କ ପରିବାରଙ୍କୁ ହସ୍ତାନ୍ତର କରା ଯାଇଛି। ଏହି ଉଦ୍ଧାର ଶିଶୁଶ୍ରମିକ ମାନଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ ବିଦ୍ୟାଳୟ, ହଷ୍ଟେଲ ରେ ରଖା ଯାଇ ମାଗଣାରେ ପାଠପଡାଇବାର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାଶିଶୁ ମଙ୍ଗଳ ସମିତି ସୁତ୍ରରୁ ସୂଚନାଦିଆ ଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top