ଜିଲ୍ଲା ପରିକ୍ରମା

ଶିଶୁଶ୍ରମିକ ଭାବେ କାମକରିବାକୁ ଯାଉତଥିବା ୯ ଜଣ ନାବାଳିକାକୁ ଉଦ୍ଧାର କଲା ଚାଇଲ୍ଟ ଲାଇନ

ମାଲକାନଗିରି,୩ ।୨ (ଓଡିଆ ପୁଅ )  ଆନ୍ଦ୍ରପ୍ରଦେଶକୁ ଶିଶୁଶ୍ରମିକ ଭାବେ କାମକରିବାକୁ ଯାଉଥିବା ୯ ଜଣ ଆଦିବାସୀ ନାବିଳିକାଙ୍କୁ ଆଜି ସନ୍ଧ୍ୟାରେ ମାଲକାନଗରି ଚାଇଲ୍ଟ ଲାଇନ ଉଦ୍ଧାର  କରିଛନ୍ତି । ମାଲକାନଗିରି ଜିଲ୍ଲା ସଦର ମହୁକମା ବସଷ୍ଟାଣ୍ଡ ନିକଟରେ ୯ଜଣ ନାବାଳିକା ଏକତ୍ରୀତ ହୋଇ ବସକୁ ଜଗିଥିବା ବେଳେ କିଛି ଲୋକ ସନେ୍ଦହ କରି ଚାଇଲ୍ଟ ଲାଇନକୁ ଫୋନ କରିଥିଲେ । ସଙ୍ଗେ ସଙ୍ଗେ  ଚାଇଲ୍ଟ ଲାଇନର ସଂଯୋଜିକା ଚୁମୁକି ବେହେରା, ଟିମଲିଡର ଶୁକାନ୍ତି ବିଶ୍ୱାଳ ସେମାନଙ୍କ ନିକଟକୁ ଯାଇ କୁଆଡେ ଯିବୋଲି ପଚାରିବାରୁ  ଉକ୍ତ ନାବିଳିକା  ମାନେ କହିଥିଲେ ଆନ୍ଦ୍ରପ୍ରଦେଶ କୁ  ଏକ ମାଛକମ୍ପାନିରେ କାମକରିବା ପାଇଁ ଯିବୁ ବସକୁ ଜଗିଛୁ । ସେଠାରେ ସେମନଙ୍କ ନିକଟରେ ଥିବା ଚିଡିପାଲି ଗ୍ରାମର ମୁକା ସୋଡି ନାମକ ବ୍ୟକ୍ତି ସହିତ ୯ଜଣ ନାବାଳିକାଙ୍କୁ ଚାଇଲ୍ଟ ଲାଇନ କୁ ନେଇ କାଉଁସିଲିଂ କରିବାପରେ ଜଣାପଡିଥିଲା । କେହି ଜଣେ ଦଲାଲ ଚିଡିପାଲି ଗ୍ରାମର ମୁକା ସୋଡିଙ୍କୁ ଗାଡିଭଡାଦେଇ ଉକ୍ତ ନାବାଳିକାଙ୍କୁ ବସରେ ବସାଇବାପାଇଁ କହି ପଳାଇଥିଲେ ।  ୯ଜଣ ଆଦିବାସୀ ବାଳାକାଙ୍କୁ  ନାବାଳିକା ମାନଙ୍କୁ ପଚରା ଉଚରା କରିବାରୁ ଜଣାପଡିଥିଲା ସେମାନଙ୍କ ଘର କୋରକୁଣ୍ଡା ବ୍ଲକ  ମାରିଓ୍ୟାର୍ଡା, ଚିଡିପାଲି ଗ୍ରାମର ସମସ୍ତେ ଅତ୍ୟନ୍ତ ଗରିବ ପରିବର ହୋଇଥିବାରୁ ପାଠପଢିପାରିନାହାଁନ୍ତି, କେତେଜଣ ଅଳ୍ପ  ପାଠ ପଢି ଛାଡିଦେଇଛନ୍ତି । ପରିବାର ଚଳାଇବାପାଇଁ ପରଘରେ ମୂଲ ଲାଗୁଛିନ୍ତି, କେହି ଜଣେ ବ୍ୟକ୍ତି ଅଧିକ ମଜୁରୀ ଦିଆ ଯିବ କହି ଲୋଭ ଦେଖାଇ ସେମାନଙ୍କୁ ନେଉଥିଲା ବୋଲି କହିଥିଲେ । ଏହି ୯ଜଣ ଆଦିବାସୀ ନାବିଳାକ ଙ୍କୁ ଅଧିକ ଟଙ୍କା ମଜୁରୀ ମିଳିବାର ଲୋଭଦେଖାଇ କେହି ଜଣେ ଦଲାଲ ଆନ୍ଦ୍ରପ୍ରଦେଶକୁ ଚାଲାଣ କରିବାର ଯୋଜନା ରଖିଥିବାର ସନେ୍ଦହ କରି ଉକ୍ତ ନାବିଳିକା ମାନଙ୍କୁ  ସେମାନଙ୍କୁ କାଉଁସିଲିଂ କରିବାରୁ ଜଣାପଡିଥିଲା ଏହି ବାଳିକା ମାନେ ଅଳ୍ପପାଠପଢି ଛାଡିଦେଇଛନ୍ତି ।ସେମାଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ,ହଷ୍ଟେଲ ଓ ଆଇଟିଆଇ ରେ ରଖା ଯାଇ ମାଗଣାରେ ପାଠପଡାଇବାର ବ୍ୟବସ୍ଥା କରାଯିବ, ରାତ୍ରହୋଇ ଯାଇଥିବାରୁ ଉଦ୍ଧାର ହୋଇଥିବା ନାବାଳିକା ମାନଙ୍କୁ ଚାଲ୍ଡଲାଇନ ରେ ରଖାଯାଇଛି । ରବିବାର ଦିନ ସେମାନଙ୍କୁ ଜିଲ୍ଲା ଶିଶୁମଙ୍ଗଳ କମଟି ନିକଟରେ ହାଜର କରାଇ କାଉଁସିଲିଂ ହେବା ପରେ ସେମାନଙ୍କ ଗାଁକୁ ନିଆଯାଇ ତାଙ୍କପରିବାରଙ୍କୁ ହସ୍ତାନ୍ତର କରାଯିବ ବୋଲି ଅଧ୍ୟକ୍ଷା ସଂଯୁକ୍ତାପ୍ରଧାନ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top