ଶିଶୁମନ୍ଦିରରେ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସ୍ଥାନୀୟ ଭଦ୍ରକ ଗାନ୍ଧିପଡ଼ିଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ନେତାଜୀ ଓ ସୁରେନ୍ଦ୍ର ସାଏ ଜନ୍ମଜୟନ୍ତୀ ବିଦ୍ୟାଳୟର ଉପସଭାପତି ଇଂ ଅଭୟ ସୂତାରଙ୍କ ପୌରହିତ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେବ୍ୟଙ୍ଗ କବୟିତ୍ରୀ ବସନ୍ତ ମିଶ୍ର ଯୋଗଦେଇ ଶିଶୁମାନଙ୍କୁ ଅନିସନ୍ଧିଷୁ ହେବାକୁ ପରାମର୍ଶ ଦେବା ସହିତ ମହାପୁରୁଷଙ୍କ ଜୀବନୀ ଉପରେ ବହୁ ମୁଲ୍ୟବାନ ତଥ୍ୟ ପ୍ରଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ପୁରଜିତ ମୁନି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ୰ କମଳା ପ୍ରସାଦ ମହାନ୍ତି ଓ ଗୋକୁଳ ପ୍ରସାଦ ମହାପାତ୍ରଙ୍କର ଶ୍ରାଦ୍ଧ ଦିବସ ମଧ୍ୟ ପାଳନ କରାଯାଇଥିଲା। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଲକ୍ଷ୍ମୀଧର ଜେନା ସ୍ୱର୍ଗତ ଆତ୍ମା ଦୁହିଙ୍କର ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ଆଚାର୍ଯ୍ୟା ଭାରତୀବାଇ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସହଯୋଗ କରିଥିଲେ। ସୁଶ୍ରୀ ଅନିଷା ଚକ୍ରବର୍ତ୍ତୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *