ଜିଲ୍ଲା ପରିକ୍ରମା

ଶିଶୁଙ୍କ ସୁରକ୍ଷା ଓ ଦାୟିତ୍ୱ ସଂମ୍ପର୍କିୟ କର୍ମଶାଳା

ଖଡିଆଳ/ନୂଆପଡା-୧୭.୦୨.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ନୁଆପଡା ଜିଲା ଖଡିଆଳ ସ୍ଥିତ ୱାର୍ଲ୍ଡ ଭିଜନ ସ୍ୱେଛାସେବୀ ସଙ୍ଗଠନ ପକ୍ଷରୁ ଖଡିଆଳ କଲ୍ୟାଣ ମଣ୍ଡପ ଠାରେ ଶିଶୁଙ୍କ ସୁରକ୍ଷା ଓ ଦାୟୀତ୍ୱ ସଂମ୍ପର୍କିୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । କୋମଳ ମତି ଶିଶୁ ମାନଙ୍କୁ ସୁଷମ ଖାଦ୍ୟ ଅଭାବ ଯୋଗୁଁ ଅପପୃଷ୍ଟିର ଶିକାର ହେଉଥିବା ନୁଆପଡା ଜିଲା ରେ ବିଶେଷ କରି ଦେଖାଦେଇଛି । ସେହିଭଳି ଶିଶୁ ମାନଙ୍କ ବେଆଇନ ଭାବରେ ବିଭିନ୍ନ କାର୍ଯ୍ୟରେ ଲିପ୍ତ କରି ତାର ଶାରିରୀକ ବୈାଦ୍ଧିକ ଓ ମାନଶିକ ବିକାଶ ଦିଗରେ ଅନେକ ଅସମାଜିକ ଲୋକମାନେ ସାମିଳ ଥିବା ଏକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ଯେଉଁଠାରେ କି ନାବାଳକ ଶିଶୁ ମାନେ ତାଙ୍କର ମୈାଳିକ ଅଧିକାରରୁ ବଞ୍ଚିତ ହେବା ସହ ଅନେକ କୁକର୍ମର ଶିକାର ହେଉଥିବା ନଜିର ରହିଛି । ଏହାର ବିରୋଧରେ ସାମାଜିକ ସ୍ତରରେ ସ୍ୱରଉତ୍ତୋଳନ କରିବା ସହ ଶିଶୁ ମାନଙ୍କୁ ସୁରକ୍ଷାଦେବା ପାଇଁ କର୍ମଶାଳାରେ ବିଶେଷଜ୍ଞ ମାନେ ମତପୋଷଣ କରିଛନ୍ତି । କର୍ମଶାଳାରେ ସାମ୍ବାଦିକ ,ଶିକ୍ଷାବିତ,ସ୍ୱେଛାସେବୀ ,ଜନପ୍ରତିନିଧି ଓ ବିଭିନ୍ନ ଧର୍ମର ପ୍ରତିନିଧି ମାନେ ଅଂଶ ଗ୍ରହଣ କରି ବିଷଦ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୱାଲର୍ଡ ଭିଜନ ଖଡିଆଳ ପ୍ରୋଗ୍ରାମ ମ୍ୟନେଜର ସୁକାନ୍ତ ନାଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସର୍ବଧର୍ମ ସମନ୍ୱୟ ପକ୍ଷରୁ ଖଡିଆଳ ଶୟଂଶାସିତ ମହାବିଦ୍ୟାଳୟ ଅଧ୍ୟାପକ ଡ. ପଦ୍ମଲୋଚନ ବର୍ମା,ବୋଡେନ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ର ଅଧ୍ୟାପକ ସାମୁଏଲ ଦାନୀ,ନୁଆପଡା ଜିଲା ପ୍ରେସ କ୍ଲବ ସଭାପତି ଅଜିତ କୁମାର ପଣ୍ଡା,ମୁଖ୍ୟ ସଂଗଠକ ମୋତିଲାଲ ବାଗ,ଖଡିଆଳ ପୁର୍ବତନ ନଗରପାଳ ୟାସିନ ମହମ୍ମଦ,ଇରଫାନ ମହମ୍ମଦ,ଶୈଲେନ୍ଦ୍ର ନନ୍ଦ ସମେତ ସତାଧିକ ଲୋକ ଉପସ୍ଥିତ ଆଲୋଚନାରେ ଭାଗ ନେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top