ଶିଶୁଙ୍କ ନୃତ୍ୟରେ ଦର୍ଶକ ମତୱାଲା ହେଲେ

ପୁରୀ, ୧୩/୧୧(ଓଡ଼ିଆ ପୁଅ/ବିଜୟ କୁମାର ପଟ୍ଟନାୟକ): ଶ୍ରୀଜଗନ୍ନାଥ ଶିଶୁ ପ୍ରତିଭା ମଞ୍ଚ ପକ୍ଷରୁ ରବିବାର ସନ୍ଧ୍ୟାରେ ପୌରସଦନ ଠାରେ ଶିଶୁ ପ୍ରତିଭା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ସମାଜସେବୀ ଇଞ୍ଜିନିୟର ସୂର୍ଯ୍ୟ ରଥ, ନାରାୟଣ ସାହୁ ପୁରଷ୍କାର ବିତରଣ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନ ପକ୍ଷରୁ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗୀତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରଷ୍କୃତ କରାଯାଇଥିଲା। ପୁରୀ ଡ୍ୟାନ୍ସ ଏକାଡେମୀ, ଆରତୀ ଡ୍ୟାନ୍ସ ଗ୍ରୁପ, ଜୟ ହୋ ମାଲଖମ୍ ଦଳ ଓ ଏସ୍ଏମ୍ଏସ୍ ସ୍ୟାଣ୍ଡ ଆନିମେଶନ ପକ୍ଷରୁ ଆକର୍ଷଣୀୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ହାସ୍ୟ ଅଭିନେତା ନନ୍ସେନ୍ସ୍ ମଣି ସମବେତ ଜନତାଙ୍କୁ ହସାଇ ହସାଇ ବେଦମ କରି ଦେଇଥିଲେ। ନୃତ୍ୟୁ ଶିଳ୍ପୀ ପଦ୍ମିନୀ ଓ ଦେବାଶିଷଙ୍କ ନୃତ୍ୟ ଦର୍ଶକଭ୍କୁ ବିମୋହିତ କରିଥିଲା। ଅଭିନେତା ଆରିୟନ ଦାସ, ନିକିତା ମିଶ୍ର ପ୍ରଭୃତି ଯୋଗଦେଇ ଦର୍ଶକ ମଣ୍ଡଳୀଙ୍କୁ କିଛି ସମୟ ପାଇଁ ଆନନ୍ଦ ସାଗରରେ ମଜାଇ ଦେଇଥିଲେ। ପ୍ରତିଭା ମଞ୍ଚ ସଭାପତି ସୋନୁ ନନ୍ଦ ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ସର୍ବେଶ୍ୱର ପ୍ରଧାନ ବିବରଣୀ ପାଠ କରିଥିଲେ। ବିଭିନ୍ନ ପ୍ରତିଯୋଗୀତାରେ ସହରର ବିଭିନ୍ନ ସ୍କୁଲରୁ ୩୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *