ଓଡ଼ିଶା

 ଶିଳ୍ପ ବିଭାଗର ଜମି ଜବରଦଖଲକାରୀଙ୍କ କବ୍ଜାରେ ; ବିଭାଗ ନୀରବଦ୍ରଷ୍ଟା

ଯାଜପୁର-୧୫/୫(ଓଡିଆ ପୁଅ/ଏ.ରାଉତ) ଶିଳ୍ପ ବିଭାଗ ଅଧିନରେ ଥିବା ବହୁ କୋଟି ଟଙ୍କାର ଜମି ଏବେ ଜବରଦଖଲକାରୀଙ୍କ କବ୍ଚାରେ ରହିଛି। ବିଭାଗ ସବୁ ଜାଣି ନୀରବଦ୍ରଷ୍ଟା ସାଜି ଚୁପ୍ ହୋଇ ବସିଥିବା ଦେଖିବାକୁ ମିଳିଛି। ଖାଲି ସେତିକିନୁହେଁ ଶିଳ୍ପ ବିଭାଗର କେତେ ଗୃହକୁ ମଧ୍ୟ ଜବରଦଖଲ କରାଯାଇଥିବା ଅଭିଯୋଗ ହେଉଛି। ଏପରିକି ଶିଳ୍ପ ବିଭାଗର ଅଧିନରେ ଥିବା କିଛି ଜମିରେ ଇନ୍ଦିରା ଆବାସ ନିର୍ମାଣ କରାଯାଇଥିଲେ ମଧ୍ୟ ବିଭାଗ ନୀରବଦ୍ରଷ୍ଟା ସାଜିଛି। ୧୯୬୩ ମସିହାରେ ଓଡ଼ିଶାର ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ସମୟରେ ପଞ୍ଚାୟତ ଶିଳ୍ପ ଉପରେ ଗୁରୁତ୍ୱ ଦେଇଥିଲେ। ଯେପରି ଯୁବକମାନେ ସ୍ୱାବଲମ୍ବୀ ହେବାସହ ଆତ୍ମନିର୍ଭରଶୀଳ ହୋଇପାରିବେ। ଗ୍ରାମ ଶିଳ୍ପ ଉନ୍ନତି ଯୋଜନାରେ ଛୋଟ ଛୋଟ ଶିଳ୍ପ ପ୍ରତିଷ୍ଠା କରି ଗ୍ରାମ୍ୟ କାରିଗରମାନଙ୍କୁ ଆତ୍ମନିର୍ଭରଶୀଳ ହୋଇପାରିବେ। ଏଣୁ ଯାଜପୁର ସହରକୁ ଲାଗିଥିବା ମାନସାପୋଲ ନିକଟ କଲେଜ ରୋଡ଼ରେ ୩ ଏକର ୪୮ ଡିସିମିଲ ଜମି ଉପରେ ଶିଳ୍ପ ବିଭାଗ ପକ୍ଷରୁ ଯାଜପୁର କାଠଶିଳ୍ପ କୋ-ଅପରେଟିଭ ସୋସାଇଟିକୁ ହସ୍ତାନ୍ତର କରାଯାଇଥିଲା। ଏହି ଜମିରେ ତିନିଗୋଟି ଯଥା କାଠଶିଳ୍ପ, ଲୌହଶିଳ୍ପ, ତେଲକଳ ନିର୍ମାଣ କରାଯାଇଥିଲା। ଉପରୋକ୍ତ ଶିଳ୍ପରେ କାର୍ଯ୍ୟ କରୁଥିବା ଅଫିସର ଓ କର୍ମଚାରୀଙ୍କ ନିମନ୍ତେ ମାନସାପୋଲ ନିକଟ ଆଙ୍କୁଲା ମୌଜାର ୩୧୫୯ ଓ ୩୧୬୦ ଖାତାରେ ଏ୦.୬୦ଡି ଜାଗା ସରକାରୀ ବାସଭବନ ନିମନ୍ତେ ଯୋଗାଇ ଦିଆଯାଇଥିଲା। ଉକ୍ତ ଜମି ବାସଭବନ ନିର୍ମାଣ କରାଯାଇ ୩ ଗୋଟି କାରଖାନାର ଅଫିସର କର୍ମଚାରୀ ରହିଥିଲେ। ସେତେବେଳେ କାଠ କାରଖାନା ଦ୍ୱାରା ନିର୍ମିତ ଜିନିଷ ଜିଲା ସମେତ ଅନ୍ୟ ଜିଲାକୁ ବିକ୍ରି କରାଯାଉଥିବାବେଳେ ୩୦୦ ରୁ ଉର୍ଦ୍ଧ୍ୱ କାରିଗର କାରଖାନାରେ କାର୍ଯ୍ୟକରି ନିଜ ପରିବାର ଭରଣପୋଷଣ କରୁଥିଲେ। ସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍କୁଲ, କଲେଜ ଓ ଅନୁଷ୍ଠାନରେ ଉକ୍ତ କାରଖାନାରେ ତିଆରି କରାଯାଉଥିବା କବାଟ, ଝରକା, ଖଟ, ଚେୟାର, ଟେବୁଲ, ଆଲମାରୀ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ଯୋଗାଇ ଦିଆଯାଇଥିଲା। ଏପରିକି ବିବାହ ନିମନ୍ତେ ଲୋକମାନେ ଏହି କାରଖାନାରୁ ଜିନିଷ କିଣୁଥିଲେ। ତେଣୁ ସମଗ୍ର ରାଜ୍ୟରେ ଏହାର ଚାହିଦା ଥିଲା। ସେହିପରି ଲୁହା କାରଖାନାରେ ଗ୍ରୀଲ, ଆଲମୀରା ନିର୍ମାନ କରାଯାଇ ଯୋଗାଇ ଦିଆଯାଇଥିଲା। ଯାଜପୁର ଜିଲାରେ ଅଧିକ ଚିନାବାଦାମ ଚାଷ କରାଯାଇଥିବାରୁ ଚାଷୀଙ୍କ ଉନ୍ନତି ନିମନ୍ତେ ତେଲ କାରଖାନା ବସାଯାଇଥିଲା। ଚାଷୀମାନେ ସିଧାସଳଖ ଚିନାବାଦାମ ବିକ୍ରି କରିବା ସହ ସୋରିଷ ମଧ୍ୟ ବିକ୍ରି କରୁଥିଲେ। ଫଳରେ ଏଠାରେ ବାଦାମ ଓ ସୋରିଷ ତେଲ ଉତ୍ପାଦନ କରାଯାଇ ବିକ୍ରି ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନକୁ ପଠାଯାଉଥିଲା। ଏହି ତେଲର ଚାହିଦା ସେତେବେଳେ ସମଗ୍ର ରାଜ୍ୟରେ ଖ୍ୟାତି ଅର୍ଜନ କରିଥିଲା। କିନ୍ତୁ କିଛି ନ୍ୟସ୍ତସ୍ୱାଥ୍ୟ ଅଧିକାରୀ ଓ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ତେଲ କାରଖାନା ବନ୍ଦ ହୋଇଯାଇଥିବାବେଳେ ପରବର୍ତ୍ତୀ ସମୟରେ ଲୁହା କାରଖାନା ବନ୍ଦ ହୋଇଯାଇଥିଲା। କେବଳ ନାମକୁମାତ୍ର କାଠ କାରଖାନା ଚାଲୁଥିବା ଜାଣିବାକୁ ମିଳିଛି। ଦୁଇଟି ଶିଳ୍ପ ବନ୍ଦ ହୋଇଯିବା ଯୋଗୁ ବିଭାଗ କର୍ମଚାରୀଙ୍କ ଭରନା ମଧ୍ୟ କରିଥିଲେ। ହେଲେ ୨ଟି କାରଖାନାର କର୍ମଚାରୀ ସରକାରୀ ବାସଭବନ ନଛାଡ଼ି ଜବରଦଖଲ କରି ରହିଥିଲେ। ଶିଳ୍ପ ବିଭାଗର ଜମିକୁ ଛାଡ଼ିବା ପାଇଁ ପଞ୍ଚାୟତ ଶିଳ୍ପ ଓ ରାଜ୍ୟ ଶିଳ୍ପ ବିଭାଗ ପକ୍ଷରୁ ଜବରଦଖଲ ଉଚ୍ଛେଦ ନିମନ୍ତେ ନୋଟିସ୍ ଜାରି କରିଥିଲେ ମଧ୍ୟ ଜବରଦଖଲ କରି ଅଦାଲତର ଆଶ୍ରୟ ନେଇଥିଲେ। ଅଦାଲତରେ ବାରମ୍ବାର ହାରିବା ସତ୍ତ୍ୱେ ଜମି ଓ ଘର ଛାଡ଼ିନଥିଲେ। ଉକ୍ତ ଜମିରେ ଗୃହ ନିର୍ମାଣ କରି ଭଡ଼ସୂତ୍ରରେ ଦେବାସହ ବାସଭବନକୁ ମଧ୍ୟ ଭଡ଼ା ଦେଇଥିବା ଜଣାପଡ଼ିଛି। ଏପରିକି ଜାଲ କାଗଜପତ୍ର ମାଧ୍ୟମରେ ଇନ୍ଦିରା ଆବାସ ହାତେଇ ଉକ୍ତ ଜମିରେ ଗୃହ ନିର୍ମାଣ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପଞ୍ଚାୟତ ଶିଳ୍ପ ବିଭାଗ ଅଧିକାରୀ ରମାକାନ୍ତ ବେହେରାଙ୍କୁ ପଚାରିବାରେ ଜବରଦଖଲକାରୀଙ୍କୁ ଉଚ୍ଛେଦ ନିମନ୍ତେ ରାଜ୍ୟ ଶିଳ୍ପ ବିଭାଗକୁ ଅବଗତ କରାଯାଇଛି ବୋଲି ସୂଚନା ଦେଇଥିଲେ। ସେ ଯାହା ହେଉନା କାହିଁକି ବହୁ କୋଟି ଟଙ୍କାର ଜମିକୁ ଶିଳ୍ପ ବିଭାଗ କେବେ ଉଦ୍ଧାର କରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top