ଶିରିଡି ସାଇବାବାଙ୍କ ମନ୍ଦିରରେ ବାର୍ଷିକ ଉତ୍ସବ

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଶ୍ରୀଶ୍ରୀ ଶିରିଡି ସାଇବାବାଙ୍କ ପବିତ୍ର ବାର୍ଷିକ ପ୍ରତିଷ୍ଠା ଉତ୍ସବ ସ୍ଥାନୀୟ ନଳାଙ୍ଗସ୍ଥିତ ମନ୍ଦିରରେ ପାଳିତ ହୋଇଯାଇଛି। ପ୍ରାତଃରୁ ମନ୍ଦିରର ସ୍ଥାୟୀ ସଭାପତି ପ୍ରଫୁଲ୍ଲ ରାଉତଙ୍କ ଦ୍ୱାରା ପ୍ରଥମେ କଳସ ସ୍ଥାପନା ପରେ ବାବାଙ୍କର ମହାଭିଷେକ ପୂଜା ସମ୍ପନ୍ନ ହୋଇଥିଲା। ପରେ ବାବାଙ୍କର ପାଲିଙ୍କି ଶୋଭାଯାତ୍ରା ଭକ୍ତଙ୍କ ଗହଣରେ  ସ୍ଥାନୀୟ ବିଭୂତିପୁର ଗ୍ରାମର ହନୁମାନ ମନ୍ଦିରକୁ ଯାଇଥିଲେ। ପାଲିଙ୍କି ଯାତ୍ରା ସମାପନ ପରେ ବିଶେଷ ଆଳତୀ ହୋଇଥିଲା। ସନ୍ଧ୍ୟାରେ ଭଜନ ପରିବେଷଣ କରାଯାଇଥିଲା। ମନ୍ଦିର ଅନୁଷ୍ଠାନ ପକ୍ଷରୁ ସମ୍ପାଦକ ସତ୍ୟପ୍ରିୟ ପାଣିଗ୍ରାହୀ, ଧୀରେନ କୁମାର ପାଣି, ଶୁଶାନ୍ତ କବି, ସୌମିତ୍ରୀ ରାଉତ, ବିକାଶ ସ୍ୱାଇଁ, ରୂପକ ରାୟ,  ପ୍ରଭାତ ବିଜୟ, ବାପୁନ୍ ସାମଲ, ତପନ ନାୟକ,  ନିତ୍ୟାନନ୍ଦ ଜେନା, ଶଶିକାନ୍ତ ଓଝା, ଅମର ନାୟକ,  ଶଙ୍କର୍ଷଣ ବେହେରା ଓ ଦୀପକ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ। ମନ୍ଦିରର ମୁଖ୍ୟ ପୂଜକ ନିରଞ୍ଜନ ପଣ୍ଡା ଓ ତାଙ୍କ ସହଯାଗୀ ଆନନ୍ଦ ଚନ୍ଦ୍ର ପଣ୍ଡା ବାବାଙ୍କର ସମସ୍ତ ପୂଜାବିଧି ସମ୍ପନ୍ନ କରିଥିଲେ। ସ୍ୱତନ୍ତ୍ର ଅତିଥି ଭଦ୍ରକ ଜିଲାପାଳ ଜ୍ଞାନରଂଜନ ଦାସ, ଉପଜିଲାପାଳ ନରୋତ୍ତମ ବେହେରା ,  ଅତିରିକ୍ତ ଜିଲାପାଳ ଶ୍ୟାମାଭକ୍ତ ମିଶ୍ର,  ଜରୁରୀକାଳୀନ ଅଧିକାରୀ ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *