ଶିବ ମନ୍ଦିରରୁ ଲକ୍ଷାଧିକ ଟଙ୍କା ସାମଗ୍ରୀ ଚୋରି ଅଭିଯୋଗ

ନୟାଗଡ଼ ୧୧/୧୨ (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ରାଜସୁନାଖଳା ଫାଣ୍ଡି ଅଧିନ କୁଳାସର ପଚାଂୟତ ବେଣୁଧରପୁର(ଶାସନ)ସ୍ଥ ପ୍ରସିଦ୍ଧ ଶିବ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସାମଗ୍ରି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଗ୍ରାମବାସୀ ପକ୍ଷରୁ ସ୍ଥାନୀୟ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ୍ ଠାରୁ ମିଳିଥିବା ସୂଚନା ଅନୁସାରେ ରବିବାର ସନ୍ଧ୍ୟା ଧୂପ ପରେ ପୂଜକ ମନ୍ଦିର ତାଲା ପକାଇ ଘରକୁ ଫେରିଥିଲେ। ସୋମବାର ସକାଳ ୬ ଟା ସମୟରେ ଉକ୍ତ ସେବାୟତ ଦୌନଦିନ ନୀତି ସଂର୍ପର୍ଣ୍ଣ ନିମନ୍ତେ ମନ୍ଦିରକୁ ଗଲା ବେଳେ ମନ୍ଦିର ମୁଖ୍ୟ ଦ୍ୱାର ତାଲା ଭାଙ୍ଗି ପଡିଥିବା ଦେଖିବାକୁ ପାଇଥିଲେ। ଏବଂ ମନ୍ଦିର ଭିତରେ ମହାପଭୂଙ୍କ ବହୁ ମୂଳ୍ୟବାନ ସାମଗ୍ରି ଢାଳ.୧୦ ହଳ ଘଣ୍ଟି . .ଗଂଜ ୧ଟି. ଅଭିଷେକ ପାତ୍ର ୧ ଟି ଗରା ୩ ଟି.ଚଉଦୋଳର ଆସବାବପତ୍ର .ଥାଳ . ଦସ୍ତାର ବାକ୍ସ .ସହ ବହୁମୁଲ୍ୟବାନ ସାମଗ୍ରି ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଘଟଣା ପ୍ରଘଟ ହେବା ପରେ ମନ୍ଦିରରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଦେଖେିବାକୁ ମିଳିଥିଲା।ଏ ନେଇ ଗ୍ରାମବାସୀଙ୍କ ଏତଲା କ୍ରମେ ରାଜସୁନାଖଳା ଫାଣ୍ଡି ପୋଲିସ୍ ମାମଲା ରୁଜୁ କରି ଘଟଣା ସ୍ଥଳକୁ ଯାଇ ଛାନ୍ନବିନ କରିଛି |

Leave a Reply

Your email address will not be published. Required fields are marked *