ଓଡ଼ିଶା

ଶିବନାରାୟଣ ଦାସଙ୍କୁ ବୟୋଜ୍ୟୋଷ୍ଠ ସମ୍ମାନ

ବୌଦ୍ଧ, ୦୬/୧୦(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା କ୍ରୀଡାବିତ ଶିବନାରାୟଣ ଦାସଙ୍କୁ ରାଜ୍ୟ ସରକାର ବୟୋଜ୍ୟୋଷ୍ଠ ସମ୍ମାନ ୨୦୧୮ ପ୍ରଦାନ କରିଛନ୍ତି। ଭୁବନେଶ୍ୱର ଠାରେ ଆୟୋଜିତ ଆନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସରେ ଶ୍ରୀଦାସଙ୍କୁ ମାନପତ୍ର ସହିତ ଉତ୍ତରୀୟ ଓ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ହୋଟେଲ ନ୍ୟୁ ମେରିଅନ ଠାରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁୂ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଶିକ୍ଷକ ଶ୍ରୀଦାସ ଜଣେ କୃତୀ ଶିକ୍ଷକ ସହିତ ପରିବେଶବିତ ଭାବରେ ବର୍ଯ୍ୟବସ୍ତୁରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଜିଲା ପ୍ରଶାସନ ପକ୍ଷରୁ ବହୁବାର ପ୍ରଶଂସିତ ହୋଇଛନ୍ତି। ଏହା ବ୍ୟତୀତ ଜଣେ ସନ୍ତରୀଣବିତ ଭାବରେ ଜାତୀୟସ୍ତରରେ ରାଜ୍ୟରୁ ପ୍ରତିନିଧିତ୍ୱ କରି ବହୁ ମେଡାଲର ମଧ୍ୟ ଅଧିକାରୀ ହୋଇପାରିଛନ୍ତି। ତାଙ୍କର ଏହି ସାଧନା ନିମନ୍ତେ ରାଜ୍ୟ ସରକାର ତାଙ୍କୁ ବୟୋଜ୍ୟେଷ୍ଠ ସମ୍ମାନ ପ୍ରଦାନ କରିଛନ୍ତି। ଏହି ପୁରସ୍କାର ପାଇଁ ରାଜ୍ୟର ୮ ଜଣ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ମନୋନୀତ କରାଯାଇଥିଲା। ଶିବନାରାୟଣଙ୍କ ଏହି ସଫଳତା ପାଇଁ ବୌଦ୍ଧରୁ ତାଙ୍କର ବନ୍ଧୁ ଓ ଶୁଭେଛୁ ମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top