ଶିଖ ଦଙ୍ଗା: ୧୮୬ ମାମଲା ଗୁଡ଼ିକର ଜାଞ୍ଚ ପାଇଁ SIT ର ଗଠନ ୧୯ ମାର୍ଚ୍ଚରେ ଆସନ୍ତା ଶୁଣାଣି

– ଜାଞ୍ଚ ପାଇଁ ସୁପ୍ରିମ କୋର୍ଟ, ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏସ.ଏନ. ଧୀଙ୍ଗରା ଙ୍କର ଅଧ୍ୟକ୍ଷତାରେ ତିନି ସଦସ୍ୟ ବିଶିଷ୍ଟ ଏସଆଇଟି ଗଠନ କଲେ
ନୂଆଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) ୧୯୮୪ ର ଶିଖ ବିରୋଧୀ ଦଙ୍ଗା ସମ୍ପର୍କୀତ ୧୮୬ଟି ମାମଲା ଗୁଡ଼ିକର ଜାଞ୍ଚ ପୁନଃ ଆରମ୍ଭ ହେବ। ଜାଞ୍ଚ ପାଇଁ ସୁପ୍ରିମ କୋର୍ଟ ହାଇକୋର୍ଟର ରିଟାୟାର୍ଡ ଜଜ ଏସ.ଏନ. ଢିଙ୍ଗରାଙ୍କର ଅଧ୍ୟକ୍ଷତାରେ ତିନି ସଦସ୍ୟ ବିଶିଷ୍ଚ ଏସଆଇଟିର ଗଠନ କଲେ। ଏସଆଇଟିର ଅନ୍ୟ ଦୁଇ ଜଣ ସଦସ୍ୟ ଅବସରପ୍ରାପ୍ତ ଆଇପିଏସ ରାଜଦୀପ ସିଂହ ଏବଂ ବର୍ତ୍ତମାନ ଆଇପିଏସ ଅଭିଷେକ ଦୁଲାର ଅଟନ୍ତି। ଏସଆଇଟି ଦୁଇଟି ମାସରେ ନିଜର ରିପୋର୍ଟ ଦେବେ। ଆସନ୍ତା ଶୁଣାଣି ୧୯ ମାର୍ଚ୍ଚରେ ହେବ। କୋର୍ଟର ଆଦେଶ ଉପରେ ସରକାରଙ୍କର ତରଫରୁ ଆଡ଼ିସନାଲ ସଲିସିଟର ପିଙ୍କୀ ଆନନ୍ଦ ଏହି ନାମଗୁଡ଼ିକର ପ୍ରସ୍ତାବ ଦେଇଥିଲେ। ଯାହାଦ୍ୱାରା ଦୁଇ ପକ୍ଷଙ୍କର ସହମତି ପରେ କୋର୍ଟ ସ୍ୱୀକାର କରିଥିଲେ।

ଏହା ପୂର୍ବରୁ ବୁଧବାରଦିନ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କର ଅଧ୍ୟକ୍ଷତାରେ ତିନି ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ  ସୁପରଭାଇଜରୀ କମିଟିର ରିପୋର୍ଟ ଦେଖି କରି କହିଲେ କି ଏଥିରେ ମିଳିଲାଯେ, ଏସଆଇଟି ୨୪୧ଟି ମାମଲାରୁ ୧୮୬ଟି ମାମଲାର ଆଗକୁ ଜାଞ୍ଚ କରିନାହାଁନ୍ତି। ଖଣ୍ଡପୀଠ କହିଲେ କି ମାମଲା ଗୁଡ଼ିଙ୍କର ପ୍ରକୃତିକୁ ଦେଖି ତାଙ୍କୁ ଲାଗୁଛିଯେ, ଏହି ମାମଲା ଗୁଡ଼ିକର ଜାଞ୍ଚ ପାଇଁ ନୂଆ ଏସଆଇଟି ଗଠିତ ହେବା ଆବଶ୍ୟକ। କୋର୍ଟ କହିଥିଲେକି ମାମଲା ଗୁଡ଼ିକର ଜାଞ୍ଚ ପାଇଁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କର ଅଧ୍ୟକ୍ଷତାରେ ତିନି ସଦସ୍ୟୀୟ ଏସଆଇଟି ଗଠିତ ହେବ। ଏସଆଇଟି ଗଠନ ପାଇଁ ଖଣ୍ଡ ପୀଠ କେନ୍ଦ୍ର ସରକାରଙ୍କର ତରଫରୁ ଉପସ୍ଥିତ ଏଏସଜୀ ପିଙ୍କୀ ଆନନ୍ଦ ଏବଂ ଯାଚିକାକର୍ତ୍ତାଙ୍କର ଓକୀଲ ଏଚଏସ ଫୂଲକାଙ୍କୁ ତିନି ଜଣଙ୍କର ନାମ ଦେବାକୁ କହିଥିଲେ।

ହଜାର ହଜାର ସଂଖ୍ୟାରେ ଲୋକମାନଙ୍କର ମୃତ୍ୟୁ ହୋଇଥିଲା

ଇନ୍ଦିରା ଗାନ୍ଧୀଙ୍କର ହତ୍ୟା ପରେ ହୋଇଥିବା ଶିଖ ବିରୋଧୀ ଦଙ୍ଗାରେ ହଜାର ହଜାର ସଂଖ୍ୟାରେ ଶିଖଙ୍କର ମୃତ୍ୟୁ ହୋଇଥିଲା ଅର୍ଥାତ ଏମାନଙ୍କୁ ମାରି ଦିଆଯାଇଥିଲା। ମନେ ପକେଇଦେବାକୁ ଚାହୁଁଛୁକି ଇନ୍ଦିରା ଗାନ୍ଧୀଙ୍କର ହତ୍ୟା ତାଙ୍କର ହିଁ ଶିଖ ଅଙ୍ଗରକ୍ଷକ ଦ୍ୱୟ କରିଥିଲେ ଇନ୍ଦିରାଙ୍କର ହତ୍ୟା। ପରେ ପୂରା ଭାରତରେ ଦଙ୍ଗାର ନିଆଁ ଭଡକି ଥିଲା। ଏହି ଦଙ୍ଗା ରେ ୩୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ୨୦୦୦ରୁ ଅଧିକ ଲୋକ କେବଳ ଦିଲ୍ଲୀରେ ହିଁ ମରିଥିଲେ। ନର ସଂହାର ପରେ ସିବିଆଇ କହିଥିଲେ କି ଏହି ଦଙ୍ଗାରେ ରାଜୀବ ଗାନ୍ଧୀଙ୍କର ନେତୃତ୍ତ୍ୱ ବାଲା କଂଗ୍ରେସ ସରକାର ଏବଂ ଦିଲ୍ଲୀ ପୁଲିସ ମିଳିକରି କରାଇଥିଲେ। ସେ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ଏକ ବୟାନ ମଧ୍ୟ ଅଧିକ ମାତ୍ରାରେ ମୁଖ୍ୟଖବର ପାଲଟିଥିଲାକି ଯେଉଁଥିରେ ସେ କହିଥିଲେ କି ଯେତେବେଳେ ଏକ ବଡ଼ ଗଛ ପଡ଼େ ସେତେବେଳେ ପୃଥିବୀ ମଧ୍ୟ ହଲିଥାଏ।

Leave a Reply

Your email address will not be published. Required fields are marked *