ଓଡ଼ିଶା

ଶିଖରଚଣ୍ଡୀ ନଗରରେ ସାଧାରଣ ଜନତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମକୁ ଶୁଣିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ଦଳୀୟ ରାଜନୀତିରୁ ଉର୍ଦ୍ଧ୍ୱକୁ ଉଠି ଦେଶକୁ ସକାରାତ୍ମକ ମନୋବୃତି ତିଆରି କରିବାକୁ ନେତୃତ୍ୱ ନେଇଛନ୍ତି ପ୍ରଧାନମନ୍ତ୍ରୀ
– ପାଂଚ ଓଡିଆଙ୍କୁ ପଦ୍ମ ପୁରସ୍କାର ଦେଇଥିବାରୁ ଓଡିଶା ତରଫରୁ ଜଣାଇଲେ କୃତଜ୍ଞତା
– ୩୬ ହଜାର ବୁଥ ଓ ୫୦ ହଜାର ଗାଁରେ ଓଡିଶାରେ ବିଜେପି ଆୟୋଜନ କରିବ ମନ କି ବାତ

ଭୁବନେଶ୍ୱର, ୨୮ ଜାନୁଆରୀ (ଓଡ଼ିଆ ପୁଅ) – ରାଜଧାନୀ ପଟିଆ ଅଂଚଳର ଶିଖରଚଣ୍ଡୀ ନଗରରେ ସାଧାରଣ ଜନତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମକୁ ଶୁଣିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମନ କି ବାତ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ରାଜନୀତିରୁ ଉର୍ଦ୍ଧ୍ୱକୁ ଉଠି ଦେଶକୁ ସକାରାତ୍ମକ ମନୋବୃତି ତିଆରି କରିବାକୁ ନେତୃତ୍ୱ ନେଇଛନ୍ତି। ଜନ ସାଧାରଣ ତାଙ୍କୁ ସଂପୂର୍ଣ ସହଯୋଗ ପ୍ରଦାନ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି। ଆଜିର ମନ କି ବାତ କାର୍ଯ୍ୟକ୍ରମରେ ମହିଳା ସଶକ୍ତିକରଣ, ଲୋକ ମାନଙ୍କର ପଦ୍ମ ସମ୍ମାନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଓଡିଶାର ପାଂଚ ଜଣଙ୍କୁ ଏଥର ପଦ୍ମ ସମ୍ମାନ ପାଇଁ ଚୟନ କରାଯାଇଛି। ଏଥି ପାଇଁ ସେ ଓଡିଶା ତରଫରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ସରକାରରେ ସାଧାରଣ ଲୋକ ମାନଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଉଛି। ଏଥର ଓଡିଶାରୁ ଚୟନ କରାଯାଇଥିବା ଜଣେ ଦୁଇ ଜଣଙ୍କୁ ଲୋକ ମାନେ ଜାଣି ନ ଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶକୁ ଆଗକୁ ନେବାକୁ ହେଲେ ସେମାନଙ୍କୁ ଏକ ସୂତ୍ରରେ ବାନ୍ଧିବାକୁ ପଡିବ। ଭାରତୀୟ ଜନତା ପାର୍ଟି ପକ୍ଷରୁ ୩୬ ହଜାର ବୁଥରେ ଓ ଆଗାମୀ ଦିନରେ ରାଜ୍ୟର ୫୦ ହଜାର ଗାଁରେ ଏକାଠି ମିଶି ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଶୁଣିବାର ଅଭିଯାନ ଆରମ୍ଭ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସ୍ଥାନୀୟ ଯୁବକ ମାନେ ତାଙ୍କୁ ଶିଖରଚଣ୍ଡୀ ନଗର ଠାରେ ଡାକି ଥିବାରୁ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top