ଜଗତସିଂହପୁର

ଶିକ୍ଷୟତ୍ରୀଙ୍କ ବିୟୋଗରେ ଶୋକସଭା

ତିର୍ତ୍ତୋଲ୧୪/୬(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ କୋଷ୍ଠୀମଲ୍ଲିକାପୁର ପଞ୍ଚାୟତ ବାସେଳୀ ବାଳିକା ବିଦ୍ୟାଳୟର ଶିକ୍ଷୟତ୍ରୀ ସ୍ୱର୍ଗତ ଜୟନ୍ତି ରାଉତଙ୍କ ଏକାଦସାହ ଉପଲକ୍ଷେ ତାଙ୍କ ଗୋରଡ଼ସ୍ଥିତ ବାସଭବନରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ତିର୍ତ୍ତୋଲ କଲେଜର ଅଧ୍ୟାପକ ଜ୍ଞାନଜ ସାମନ୍ତରାଏ ସଭାପତିତ୍ୱ କରିଥିବାବେଳେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରବିନ୍ଦ୍ର ନାଥ ଭୋଇ, ତିର୍ତ୍ତୋଲ ବ୍ଲକ ବିଜେଡ଼ି ସଭାପତି ବସନ୍ତ ମହାପାତ୍ର, ପ୍ରାକ୍ତନ ଶିକ୍ଷୟତ୍ରୀ ବିଜୟ ଲକ୍ଷ୍ମୀ ମହାନ୍ତି ଅତିଥିଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ମହାସଂଘର ସଦସ୍ୟ, ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷୟତ୍ରୀ ପୁଷ୍ପିତା ବିଶ୍ୱାଳ, ପ୍ରଧାନ ଶିକ୍ଷକ ସୁଶିଲ କୁମାର ମହାନ୍ତି, ଅଧ୍ୟାପକ ଇଶ୍ୱର ଚନ୍ଦ୍ର ବେହେରା, ବଣିତ ସରପଞ୍ଚ ସଞ୍ଜୟ କୁମାର ଷଢ଼ଙ୍ଗୀ, ଗୋରଡ଼ର ସରପଞ୍ଚ ନଳିନୀ ପ୍ରଭା ନାୟକ, ଚନ୍ଦ୍ର ଶେଖର ବିଶ୍ୱାଳ, ପୂର୍ବତନ ପ୍ରଧାନ ଶିକ୍ଷକ ସୁମନ୍ତ ବିଶ୍ୱାଳ, ପ୍ରାଧ୍ୟାପକ ଗୋପାଳ ବିଶ୍ୱାଳ, କିଶୋର ବିଶ୍ୱାଳ, ବିଭୂତି ବିଶ୍ୱାଳ, ସ୍ୱର୍ଗତ ଜୟନ୍ତି ରାଉତଙ୍କ ସ୍ୱାମୀ ତିର୍ତ୍ତୋଲ କଲେଜ ଅଧ୍ୟାପକ କିଶୋର କୁମାର ନାୟକ ପ୍ରମୁଖ ଯୋଗଦେଇ ସସ୍ରଦ୍ଧ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମ ତାଙ୍କ ପରିବାର ପକ୍ଷରୁ ଆୟୋଜନ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top