ଓଡ଼ିଶା

ଶିକ୍ଷୟତ୍ରୀଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟ ପାଇଖାନାକୁ ସଫା କଲେ ଛାତ୍ର

ନବରଙ୍ଗପୁର ୭-୨ (ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ବିଦ୍ୟାଳୟର ପାଇଖାନାକୁ ଛାତ୍ରମାନଙ୍କ ଦ୍ୱାରା ଶିକ୍ଷୟତ୍ରୀ ସଫା କରେଇବା ଘଟଣା ସାମନ୍ନାକୁ ଆସିଛି। ଏପରି ଘଟଣା ଘଟିଛି ସଦର ମହକୁମାସ୍ଥିତ ଫରେଷ୍ଟ କଲୋନୀ ପ୍ରାଥମିକ ବିଦ୍ୟାଳୟରେ। ଏହି ଘଟଣା ସଂମ୍ପର୍କରେ ସହରରେ ଏକ ଭିଡିଓ ଭାଇରାଲ ହେବା ପରେ ଗଣମାଧ୍ୟମ ଦୃଷ୍ଟିଗୋଚର ହୋଇଥିଲା। ଉକ୍ତ ଭିଡିଓରେ ୪ ଜଣ ଛାତ୍ରମାନେ ବିଦ୍ୟାଳୟ ପରିସରରେ ଥିବା ଏକ ପାଇଖାନାକୁ ୟୁନିଫର୍ମ ପରିଧାନ କରି ସଫା କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ଘଟଣାର ସତ୍ୟା ସତ୍ୟ ସଂମ୍ପର୍କରେ ସଂପୃକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପ୍ରେମଲତା ଆଶାଙ୍କୁ ଯୋଗାଯୋଗ କରାଯାଇଥିଲା। ଶିକ୍ଷୟତ୍ରୀ ଘଟଣାଟି ସତ୍ୟ ବୋଲି ସ୍ୱୀକାର କରିବା ସହ ସେ ନିଜେ ପିଲା ମାନଙ୍କୁ ଏଭଳି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି। ବିଦ୍ୟାଳୟର ପରିବେଶ ସୁସ୍ଥ ରଖିବାକୁ ଓ ନିଜ କାମ ନିଜେ କରିବାକୁ ସେ ପିଲାଙ୍କୁ ଶିକ୍ଷା ଦେଇଥିବା ସେ ନିଜ ପକ୍ଷ ରଖିଛନ୍ତି। ଏହି ଘଟଣା ସଂମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଚନ୍ଦ୍ର ଶେଖର ପାଣିଗ୍ରାହୀଙ୍କୁ ପଚାରିବାରୁ ସେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ତେବେ ଏହି ଘଟଣାକୁ ସାଧାରଣରେ ଦୃଢ ନିନ୍ଦା କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top