ଓଡ଼ିଶା

ଶିକ୍ଷୟତ୍ରୀଙ୍କୁ ହତ୍ୟା ଘଟଣାର ପ୍ରତିବାଦ…ଶିକ୍ଷକ ସଂଘର କ୍ୟାଣ୍ଡେଲ ଶୋଭାଯାତ୍ରା

ପୁରୀ, ୬/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଟାଙ୍ଗୀ ବ୍ଲକ ହରିପୁର ଉଗ୍ରତାରା ନୋଡାଲ ହାଇସ୍କୁଲର ଶିକ୍ଷୟତ୍ରୀ ଅଂଜଳୀ ଦେହୁରୀଙ୍କ ଘଟଣାର ତାକ୍ତ ପ୍ରତିବାଦ କରିଛି ପୁରୀ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ। ସଂଘ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇ ଘଟଣା ତୀବ୍ର ନିନ୍ଦା କରାଯିବା ସହ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରାଯାଇଛି। ସଂଧ୍ୟାରେ ମୁକ୍ତାକାଶ ରଂଗମଂଚ ନିକଟରେ ସଂଘର ସଭାପତି ପ୍ରସନ୍ନ ମହାପାତ୍ରଙ୍କ ନେତୃତ୍ୱରେ ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରୀ ଡାକ୍ତରଖାନା ଛକ ନିକଟକୁ ଆସିଥିଲା। ସଂଘର କର୍ମଚାରୀ ସଭାପତି ପ୍ରଦୀପ ପାତ୍ର, ଉପସଭାପତି ମହେଶ୍ୱର ମହାରଣା, ସଂପାଦକ ଦୟାନିଧୀ ପାର୍ଥା, ସହ ସଂପାଦକ ଝୁଲୁଚନ୍ଦ୍ର ନାୟକ, ବାଙ୍କନିଧୀ ପ୍ରଧାନ, ବ୍ରହ୍ମାନନ୍ଦ ମହାରଣା, ଉମାକାନ୍ତ ମହାପାତ୍ରଙ୍କ ସମେତ ଶତାଧିକ ଶିକ୍ଷକ ଏହି କ୍ୟାଣ୍ଡେଲ ଶେଭାଯାତ୍ରାରେ ଅଂଶ ଗ୍ରହଣ କରି ଶିକ୍ଷୟତ୍ରୀଙ୍କ ହତ୍ୟା ଘଟଣାର ପ୍ରତିବାଦ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top