ଶିକ୍ଷା ସୁରକ୍ଷା ଓ ରୋଜଗାର ଦାବିରେ ଭୁବନେଶ୍ୱର ରାଲିରେ ସାମିଲ ହେବେ ସାହାରପଡା ଓ ପାଟଣା ବ୍ଲକର ଏ.ବି.ଭି.ପି ଛାତ୍ର

ତୁରୁମୁଙ୍ଗା ୧୦-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) ରାଜ୍ୟରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଓ ଦୟନୀୟ ବେରୋଜୋଗାରର ସ୍ଥିର ନିରାକରଣ ଦାବିରେ ଆସନ୍ତା କାଲି ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନରେ ହେବାକୁ ଥିବା ରାଲିରେ କେନ୍ଦୁଝର ଜିଲ୍ଲା ପାଟଣା ଓ ସାହାରପଡା ବ୍ଲକର ପାଟଣା ମହାବିଦ୍ୟାଳୟ, ଡୁମୁରିଆ ମହାବିଦ୍ୟାଳୟ, ସାହାରପଡା ମହାବିଦ୍ୟାଳୟ, ମାଛଗଡ଼ ମହାବିଦ୍ୟାଳୟ, ଉଦୟପୁର ମହାବିଦ୍ୟାଳୟ ଓ ସାହାରପଡା ସ୍ଥିତ ଶିଳ୍ପତାଲିମ କେନ୍ଦ୍ରର ୨୦୯ ଜଣ ଏ.ବି.ଭି.ପିର ଛାତ୍ରମାନେ ପାଟଣା ମହାବିଦ୍ୟାଳୟର ପୂର୍ବତନ ଏ.ବି.ଭି.ପି ଛାତ୍ର ସଭାପତି ପଦ୍ମଲୋଚନ ମହାନ୍ତଙ୍କ ନେତୃତ୍ୱରେ ଯାତ୍ରା କରିଛନ୍ତି। ଆସନ୍ତା କାଲି ଭୁବନେଶ୍ୱରରେ ହେବାକୁ ଥିବା ବିକ୍ଷୋଭରେ ଏହି ଛାତ୍ରମାନେ ସାମିଲ ହେବେ। ଏଥିରେ ରାଜ୍ୟ ସରକାରଙ୍କ ପାଖରେ ୩୦ ଟି ଦାବିକୁ ନେଇ ବିକ୍ଷୋଭ କରାଯିବ ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ କଲେଜର ୧୨୪୦ ଜଣ ଛାତ୍ର ଏହି ବିକ୍ଷୋଭରେ ଯୋଗ ଦେବେ ବୋଲି ଶ୍ରୀ ମହାନ୍ତ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *